ନୂଆଦିଲ୍ଲୀ : ସିଗାରେଟ୍‌ର ପ୍ୟାକେଟ୍‌ରେ ୱାର୍ଣ୍ଣିଂ ଲେଖା ହୋଇଥାଏ। ଏହାପରେ ବି ଲୋକେ ସ୍ମୋକ୍ କରିବା ଛାଡ଼ୁ ନାହାନ୍ତି , ତଥାପି ସେଥିରେ ସ୍ୱାସ୍ଥ୍ୟ ସଂପର୍କୀତ ଏକ ୱାର୍ଣ୍ଣିଂ ନିଶ୍ଚୟ ଦିଆଯାଏ। ଏମିତି ହିଁ କିଛି ଏବେ ସ୍ମାର୍ଟଫୋନ୍‌ ସହ ହୋଇ ହେବ। ସ୍ମାର୍ଟଫୋନ୍‌ ଓ ସୋସିଆଲ ମିଡ଼ିଆକୁ ନେଇ ସାରା ବିଶ୍ୱରେ ନୂଆ ନୂଆ କଥା ନିଷ୍ପତ୍ତି ନିଆଯାଉଛି।

କିଛି ଦିନ ପୂର୍ବେ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ଦେଶରେ ସୋସିଆଲ ମିଡ଼ିଆ ବ୍ୟାନ କରିବାର ନିଷ୍ପତ୍ତି ନେଇଛି। ସେପଟେ ସ୍ପେନ୍‌ରେ ସ୍ମାର୍ଟଫୋନ୍‌କୁ ନେଇ କିଛି ପଦକ୍ଷେପ ଉଠାଇବାର ଦାବି କରାଯାଉଛି। ରିପୋର୍ଟ ଅନୁସାରେ, ଏକ୍ସପର୍ଟମାନେ ସରକାରଙ୍କ ପାଖେ ଦାବି କରିଛନ୍ତି ଯେ, ସ୍ପେନ୍‌ରେ ବିକ୍ରି ହେଉଥିବା ସ୍ମାର୍ଟଫୋନ୍‌ ଦ୍ୱାରା ସ୍ୱାସ୍ଥ୍ୟ ସଂପର୍କୀତ କ୍ଷତିର ଡିଟେଲ୍ସ ଦିଆଯିବା ଉଚିତ୍। ଏହା ବି କୁହାଯାଇଛି କି ଚେକଅପ୍‌ ବେଳେ ଡାକ୍ତରଙ୍କୁ ସ୍କ୍ରିନ୍‌ ଟାଇମ୍‌ ବିଷୟରେ ମଧ୍ୟ ପଚାରିବା ଉଚିତ୍‌।

ସ୍ପେନ୍‌ ପିଲାଙ୍କୁ ଟେକ୍ନୋଲଜି ଠାରୁ ଦୂରେଇ ରଖିବାକୁ ଏକ ଆଇନ୍‌ ଆଣିବାକୁ ପ୍ରସ୍ତୁତ ହେଉଛି। ଏହି କ୍ରମରେ ଏକ ଡ୍ରାଫ୍ଟ ପ୍ରସ୍ତୁତ କରୁଛି। ୫୦ ଜଣ ଏକ୍ସପର୍ଟ୍ସଙ୍କର ଏକ କମିଟି ଦାବି କରିଛନ୍ତି କି , ୧୩ ବର୍ଷ ଓ ଏହା ଠାରୁ କମ୍‌ ବୟସର ପିଲାଙ୍କୁ ଡିଜିଟାଲ ଡିଭାଇସେସର ଏକ୍ସପୋଜର ହ୍ରାସ କରାଯିବା ଉଚିତ୍‌। ଏକ୍ସପର୍ଟସ ୨୫୦ ପୃଷ୍ଠାର ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି, ଯାହା ମୁତାବିକ, ୩ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଡିଜିଟାଲ ଡିଭାଇସେସର କୌଣସି ଏକ୍ସପୋଜର ଦିଆଯିବା ଉଚିତ୍‌ ନୁହେଁ । ସେଠାରେ ୬ ବର୍ଷ ବୟସର ପିଲାଙ୍କୁ ପ୍ରମୁଖ ଘଟଣାରେ ଏମିତି ଡିଭାଇସେସର ଆକ୍ସେସ୍‌ ମିଳିବା ଉଚିତ୍‌।

୬ରୁ ୧୨ ବର୍ଷ ବୟସର ପିଲାଙ୍କୁ ଡମ୍ୱ ଫୋନ୍‌ ବ୍ୟବହାର କରିବା ଉଚିତ୍‌। ଏହି ସବୁ ଫୋନ୍‌ରେ ଇଣ୍ଟରନେଟ୍‌ର ଆକ୍ସେସ ହୋଇ ନଥାଏ। ତାଙ୍କୁ କେବଳ କଲିଂ ଓ ଅଫଲାଇନ୍‌ ଆକ୍ଟିଭିଟି ପାଇଁ ହିଁ ବ୍ୟବହାର କରାଯିବା ଉଚିତ୍‌। ଏହାସହ କମିଟି ଦାବି କରିଛି ଯେ, ସ୍ପେନ୍‌ରେ ବିକ୍ରି ହେଉଥିବା ଡିଜିଟାଲ ଡିଭାଇସେସ୍‌ ଉପରେ ଏକ ୱାର୍ଣ୍ଣିଂ ଲେବଲ ମଧ୍ୟ ହେବା ଉଚିତ୍‌।

ଏହା ଉପରେ ସୂଚନା ଦିଆ ଯିବା ଉଚିତ୍‌ କି ସୋସିଆଲ ମିଡ଼ିଆ ଓ ଡିଜିଟାଲ ଡିଭାଇସରେ ସ୍ୱାସ୍ଥ୍ୟର କଣ କ୍ଷତି ହେବ। ଏଥିରେ ୱାର୍ଣ୍ଣିଂ ବଛା ବଛା ଆପ୍ସ ବା ପ୍ଲାଟଫର୍ମକୁ ଓପେନ କରିବାରେ ମଧ୍ୟ ଆସିବା ଉଚିତ୍‌ । ଏହାସହ କୌଣସି ଆପ୍‌କୁ ସର୍ବାଧିକ କେତେ ସମୟ ବ୍ୟବହାର କରାଯାଇ ପାରିବ , ଏହାର ସୂଚନା ମଧ୍ୟ ମିଳିବା ଉଚିତ୍‌।

ସ୍ପେନ୍‌ରେ ଦାବି କରାଯାଉଛି କି ମୋବାଇଲ ଫୋନ୍‌ ଆଡିକ୍ସନକୁ ପବ୍ଲିକ୍‌ ହେଲଥ୍‌ ପ୍ରୋବ୍ଲେମ୍‌ ଘୋଷିତ କରି ଦେବା ଉଚିତ୍‌ । ସାରା ଦୁନିଆରେ ସୋସିଆଲ ମିଡ଼ିଆ ଓ ସ୍ମାର୍ଟଫୋନ୍ସକୁ ନେଇ ସରକାରଙ୍କ ଉପରେ ବଡ଼ ପଦକ୍ଷେପ ନିଆ ଯିବାକୁ ଚାପ ସୃଷ୍ଟି ହେଉଛି। ପିଲାଙ୍କ ଠାରେ ସ୍ମାର୍ଟଫୋନର ବଢୁଥିବା ଅଭ୍ୟାସ ପିତାମାତାଙ୍କ ପାଇଁ ଗୁରୁତର ଚ୍ୟାଲେଞ୍ଜ ହେବାକୁ ଯାଉଛି।