ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଭାରତ ମହାସାଗରରେ ଥିବା ଏହି ସ୍ଥାନର ଖୋଲିଲା ରହସ୍ୟ , ଜାଣନ୍ତୁ ସମୁଦ୍ରରେ ସୃଷ୍ଟି ଏହି ବିଶାଳ ଗର୍ତ୍ତ ପଛର ସତ

Published By : Prameya | November 23, 2024 9:10 PM

ଲଣ୍ଡନ : ଆମର ଏ ବିଶାଳ ପୃଥିବୀରେ ଅନେକ ରହସ୍ୟ ଭରି ରହିଛି। ସମୁଦ୍ରର ରହସ୍ୟ ତ ଏମିତି ଅଛି ଯେ, ଏହା ବୈଜ୍ଞାନିକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରି ଦେଇଛି। ଏମିତି ହିଁ ଏକ ରହସ୍ୟ ଭାରତ ନିକଟରେ ଥିବା ଭାରତ ମହାସାଗର ଭିତରେ ରହିଛି। ଏଠାରେ ପାଣି ଭିତରେ ଏକ ବିଶାଳ ଗର୍ତ୍ତ ଥିବାର ନଜର ଆସିଛି। ଏହା ଏକ ବିଶାଳ ମହାସାଗରୀୟ କ୍ଷେତ୍ର, ଯେଉଁଠି ସମୁଦ୍ରରେ ଅନ୍ୟ ସ୍ଥାନ ତୁଳନାରେ ସମୁଦ୍ରର ସ୍ତର ୩୪୮ ଫୁଟ (୧୦୬ ମିଟର) କମ୍‌ ଅଛି। ୧୯୪୮ରେ ଆବିଷ୍କୃତ ଏହି ରହସ୍ୟମୟ ଗର୍ତ୍ତକୁ ବୈଜ୍ଞାନିକମାନେ ଗ୍ରାଭିଟି ହୋଲ୍‌ ନାମ ଦେଇଛନ୍ତି। ଏହାର ଉତ୍ପତ୍ତି ଆଜି ଯାଏ ରହସ୍ୟପୂର୍ଣ୍ଣ ହୋଇ ରହିଥିଲା, କିନ୍ତୁ ଏବେ ଏଥିରୁ ପରଦା ହଟିଛି। 

ଏହି ବିଶାଳକାୟ ଗର୍ତ୍ତଟି କଣ ? 

ସମୁଦ୍ରରେ ପାଣି ଭିତରେ ଥିବା ଏହି ବିଶାଳକାୟ ଗର୍ତ୍ତ ପ୍ରକୃତିର ଏକ ନିଆରା ସୃଷ୍ଟି, ଯାହା ୩୧ଲକ୍ଷ ବର୍ଗ କିଲୋମିଟର କ୍ଷେତ୍ରରେ ବ୍ୟାପି ରହିଛି। ଏହି ସାମୁଦ୍ରିକ କ୍ଷେତ୍ର ଭାରତର ଦକ୍ଷିଣ-ପଶ୍ଚିମରେ ୧୨୦୦ କିଲୋମିଟରର ଦୂରତାରେ ରହିଛି। ସମୁଦ୍ର ମଧ୍ୟରେ ଥିବା ଏହି ରହସ୍ୟମୟ ଗର୍ତ୍ତକୁ ପାତାଳ ଦ୍ୱାର ମଧ୍ୟ କୁହାଯାଉଛି। ହେଲେ ବୈଜ୍ଞାନିକଙ୍କ କହିବାନୁସାରେ, ଏହି କ୍ଷେତ୍ରରେ ମାଧ୍ୟାକର୍ଷଣ ଶକ୍ତି ଏତେ ଦୁର୍ବଳ ଯେ ପାଣିର ସ୍ତର ଅନ୍ୟ ଭାଗ ତୁଳନାରେ ତଳକୁ ଚାଲି ଯାଇଛି। 

ଏହାର ଆବିଷ୍କାର ପର ଠାରୁ ବୈଜ୍ଞାନିକ ଏହାର ଉତ୍ପତ୍ତିକୁ ବୁଝିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଏହାର ଉତ୍ତର ୨୦୨୩ରେ ମିଳିଥିଲା। ଜିୟୋଫିଜିକାଲ ରିସର୍ଚ୍ଚ ଲେଟର୍ସ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁସାରେ, ଏହି କ୍ଷେତ୍ରର ଉତ୍ପତ୍ତି ୧୪ କୋଟି ବର୍ଷ ପୂର୍ବେ ହୋଇଥିଲା। ଅଧ୍ୟୟନକାରୀ ମାନେ ପୃଥିବୀର ମେଣ୍ଟଲ ଓ ଟେକ୍ନୋନିକ ପ୍ଲେଟ୍ସ ଗତିକୁ ବୁଝିବା ପାଇଁ ୧୯ଟି କମ୍ୟୁଟର ମଡେଲର ବ୍ୟବହାର କରିଥିଲେ।

ଅଧ୍ୟୟନରେ ଜଣାପଡ଼ିଛି ଯେ, ଏହାର ସୃଷ୍ଟି ପଛରେ ଟେଥିଜ୍‌ ସାଗର ଅଛି , ଯାହା ଏବେ ବିଲୀନ ହୋଇ ଯାଇଛି। ଏଥିରେ କୁହାଯାଇଛି ଯେ, ଭାରତ ମହାସାଗରର ରହସ୍ୟମୟ ଗ୍ରାଭିଟି ହୋଲ୍‌ର ତିଆରି ଟେଥିଜ୍‌ ସାଗରର ମୃତ୍ୟୁ ପରେ ତିଆରି ହୋଇଛି। ଟେଥିଜ୍‌ ସାଗର ପୃଥିବୀର ଭୂତଳ ( କ୍ରଷ୍ଟ)ରେ ଥିଲା, କିନ୍ତୁ ୧୮କୋଟି ବର୍ଷ ପୂର୍ବେ ଗୋଣ୍ଡୱାନା ଭାଙ୍ଗିବା ବେଳେ ଏହି ୟୁରେସିୟନ ପ୍ଲେଟ୍‌ର ତଳେ ଦବି ଗଲା। ଏହିପରି କ୍ରଷ୍ଟର ଖଣ୍ଡ ମେଣ୍ଟଲର ତଳେ ବୁଡ଼ି ଗଲା। ଗୋଣ୍ଡୱାନା ଏକ ପ୍ରାଚୀନ ମହାଦ୍ୱୀପ ଥିଲା , ଯାହା ୧୮ କୋଟି ବର୍ଷ ପୂର୍ବେ ଭାଙ୍ଗି ଯାଇ ଥିଲା। ବର୍ତ୍ତମାନ ଆଫ୍ରିକା , ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ , ଆଣ୍ଟାର୍କଟିକା , ଭାରତୀୟ ଉପମହାଦ୍ୱୀପ ଓ ଆରବ ଉପଦ୍ୱୀପ ଏହାର ହିଁ ଅଂଶ ଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.