ମାଲକାନଗିରି,୨୫/୪ : ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା। ଶେଷ ଦିନରେ ବିଭିନ୍ନ ଦଳର ୮ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ପାଇଁ ବିଜେପି ଦଳର ପ୍ରାର୍ଥୀ ଡମ୍ବରୁ ସୀସା ବିଜେପି ନେତା ଓ କର୍ମୀ ଙ୍କ ସହିତ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟଠାରେ ପହଞ୍ଚି ଥିଲେ। ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ନିକଟରେ ଚିତ୍ରକୋଣ୍ଡା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ଠିକ ସେହିପରି ଚିତ୍ରକୋଣ୍ଡା ଆସନ ପାଇଁ ଆପ ପାର୍ଟି ପକ୍ଷରୁ ଶରତ ଚନ୍ଦ୍ର ବୁରୁଦା,ଜନତା ଦରବାର ପାର୍ଟି ପକ୍ଷରୁ ଲକ୍ଷ୍ମଣ ମାଡକାମୀ,ସ୍ୱାଧୀନ ପ୍ରାର୍ଥୀ ଭାବେ ଆଦିବାସୀ ସମାଜ ମହା ସଂଘ ପକ୍ଷରୁ ହରିବନ୍ଧୁ ଗୋଲରୀ,ସ୍ୱାଧୀନ ପ୍ରାର୍ଥୀ ଭାବେ ଘେନୁ ମୁଦୁଲି, ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ପଦିଆ ପଡ଼ିଆମୀ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ସେହିପରି ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ପାଇଁ ରିପବ୍ଲିକଆନ ପାର୍ଟି ପକ୍ଷରୁ ଭଗବାନ ହନ୍ତାଳ, ସ୍ୱାଧୀନ ପ୍ରର୍ଥୀ ଭାବେ ଲଳିତ ମାଡକାମୀ ଉପଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ପାଇଁ ୬ଜଣ ଓ ଚିତ୍ରକୋଣ୍ଡା ଆସନ ପାଇଁ ୨ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଏହି ଦୁଇଟି ଯାକ ଆସନରେ ତ୍ରିମୁଖୀ ଲଢେଇ ଜୋରଦାର ହେବ।