ନୂଆଦିଲ୍ଲୀ,୧୮/୦୫: ୧୫ ଅଗଷ୍ଟ ୧୯୪୭। ବ୍ରିଟିଶମାନଙ୍କ ଦାସତ୍ୱର ଶିକୁଳିରୁ ମୁକ୍ତ ହୋଇଥିଲା ଭାରତବର୍ଷ। ଆଉ ଏହାରି ଭିତରେ କିନ୍ତୁ ଏକ ବଡ଼ ଚିନ୍ତା ମଧ୍ୟ ଆସିଥିଲା - ଜୁନାଗଡ଼, ହାଇଦ୍ରାବାଦ ଏବଂ ଜମ୍ମୁ ଓ କାଶ୍ମୀର ଭାରତରେ ମିଶିବାକୁ ମନା କରିଥିଲେ। ପୂର୍ବରୁ ଦୁଇଟି ଭାଗରେ ବିଭକ୍ତ ହୋଇଥିବା ଭାରତ, ଆଉ କୌଣସି ବିଭାଜନ ଦେଖିବାକୁ ପ୍ରସ୍ତୁତ ନଥିଲା। ଏପରି ପରିସ୍ଥିତିରେ, ଜୁନାଗଡ଼ ଏକ ଜନମତ ସଂଗ୍ରହ କରି ଭାରତରେ ଆସିଥିଲା, ପରେ ସେନା କାର୍ଯ୍ୟାନୁଷ୍ଠାନ ଦ୍ୱାରା ୧୭ ସେପ୍ଟେମ୍ବର ୧୯୪୮ରେ ହାଇଦ୍ରାବାଦ ମଧ୍ୟ ମିଶିଗଲା। କିନ୍ତୁ ସେତେବେଳେ ଜମ୍ମୁ ଏବଂ କାଶ୍ମୀରର ଆଭିମୁଖ୍ୟ ଥିଲା ଭିନ୍ନ।
ପାକିସ୍ତାନର ପାଗଳାମି ଏବଂ ରାଜା ହରି ସିଂହ:
ସେତେବେଳେ ଜାମ୍ମୁ କାଶ୍ମୀରରେ ରାଜ ହରି ସିଂହଙ୍କ ଶାସନ ଚାଲିଥାଏ। ସ୍ବାଧୀନତା ପରେ ଭାରତ ଓ ପାକିସ୍ତାନର ବିଭାଜନ ପରେ ରାଜା ହରି ସିଂହ ନା ପାକିସ୍ତାନ ସହିତ ଯିବାକୁ ନିଷ୍ପତ୍ତି ନେଇଥିଲେ ନା ଭାରତ ସହିତ। ସେମାନଙ୍କ ପକ୍ଷରୁ ଏକ ସ୍ଥିର ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ପାକିସ୍ତାନ ଏହାକୁ ତୁରନ୍ତ ଗ୍ରହଣ କଲା, କିନ୍ତୁ ଭାରତ କେବେ ଗ୍ରହଣ କଲା ନାହିଁ। ଏନେଇ ପାକିସ୍ତାନ ଏପର୍ଯ୍ୟନ୍ତ ଏହି ସତ୍ୟକୁ ହଜମ କରିପାରୁନାହିଁ ଯେ, ଏକ ମୁସଲିମ ବହୁଳ ଜମ୍ମୁ ଏବଂ କାଶ୍ମୀର ତାଙ୍କ ସହିତ ରହିପାରିନଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଥିଲା ଯେ, ଜଣେ ହିନ୍ଦୁ ରାଜା ସେଠାକାର ମୁଖିଆ ଥିଲେ। ଏପରି ପରିସ୍ଥିତିରେ, ପାକିସ୍ତାନ ଏକ ବଡ଼ ଷଡ଼ଯନ୍ତ୍ର ରଚିଥିଲା।
ଜମ୍ମୁ ଓ କାଶ୍ବୀରର ତତ୍କାଳୀନ ରାଜା ହରି ସିଂହ
ଅନୁପ୍ରବେଶକାରୀଙ୍କ ଦ୍ୱାରା ଲୁଟପାଟ, ପାକିସ୍ତାନର ପର୍ଦ୍ଦାଫାସ:
୨୪ ଅକ୍ଟୋବର ୧୯୪୭। ଯେତେବେଳେ ପାକିସ୍ତାନୀ ସେନା କବାଲିଙ୍କ ଆଶ୍ରୟରେ ଜାମ୍ମୁ ଓ କାଶ୍ମୀରକୁ ବଳପୂର୍ବକ କବଜା କରିବାକୁ ଚେଷ୍ଟା କରିଥିଲା। ଏହି ପ୍ରୟାସର କିଛି ମାସ ପୂର୍ବରୁ, ପାକିସ୍ତାନର ଘୃଣ୍ୟ ଷଡ଼ଯନ୍ତ୍ରର ଗୁଞ୍ଜରଣ ଆରମ୍ଭ ହୋଇଥିଲା। ସୀମାନ୍ତ ଅଞ୍ଚଳରେ ଲୁଟପାଟର ଘନଘନ ରିପୋର୍ଟ ଆସୁଥିଲା। ରାଜା ହରି ସିଂହ ମଧ୍ୟ ଏଥିରେ ବିଚଳିତ ହୋଇଥିଲେ। ସେହି ସମୟରେ ରାଜା ହରି ସିଂହ ନିଜେ ପାକିସ୍ତାନ ସରକାରଙ୍କୁ ଏହି ଲୁଟ୍ ବନ୍ଦ କରିବାକୁ ଅନୁରୋଧ କରିଥିଲେ, କିନ୍ତୁ ତାଙ୍କର ସମସ୍ତ ଦାବିକୁ ସୁବିଧାଜନକ ଭାବରେ ଅଣଦେଖା କରାଯାଇଥିଲା।
ଅପରେସନ ଗୁଲମାର୍ଗ, ଶ୍ରୀନଗର ପର୍ଯ୍ୟନ୍ତ ଷଡ଼ଯନ୍ତ୍ର:
ଏମିତି ଏକ ସମୟ ଥିଲା, ଯେତେବେଳେ ମହମ୍ମଦ ଅଲ୍ଲୀ ଜିନ୍ନା ମଧ୍ୟ ହରି ସିଂହଙ୍କୁ ରାଜି କରାଇବାକୁ ଚେଷ୍ଟା କରିଥିଲେ, ସେ ଚାହୁଁଥିଲେ ଯେ ଜମ୍ମୁ ଏବଂ କାଶ୍ମୀର ପାକିସ୍ତାନରେ ମିଶିଯାଉ। କିନ୍ତୁ ଜିନ୍ନାଙ୍କର ଅନେକ ଆବେଦନ ମଧ୍ୟ ହରି ସିଂହଙ୍କ ମନକୁ ପରିବର୍ତ୍ତନ କରିପାରିଲା ନାହିଁ। ଏପରି ପରିସ୍ଥିତିରେ, ପାକିସ୍ତାନର ସରକାର ଏବଂ ସେନା ମଧ୍ୟରେ ଅସନ୍ତୋଷ ତେଜି ଉଠିଥିଲା; ମୁସଲିମ ଅଧ୍ୟୁଷିତ ଜାମ୍ମୁ ଓ କାଶ୍ମୀରକୁ କବଜା କରିବାର ଷଡ଼ଯନ୍ତ୍ର ପାକ୍ ମନରେ ବୃଦ୍ଧି ପାଉଥିଲା। ଏପରି ପରିସ୍ଥିତିରେ, ୨୪ ଅକ୍ଟୋବରରେ, ପାକିସ୍ତାନ ସେନା କବାଲିଙ୍କ ସୁରକ୍ଷାରେ ଆକ୍ରମଣ କରିଥିଲା। ଯଦି ଅବସରପ୍ରାପ୍ତ ପାକ୍ ସେନା ମେଜର ଜେନେରାଲ ଆକବର ଖାନଙ୍କ ପୁସ୍ତକକୁ ବିଶ୍ୱାସ କରାଯାଏ, ତେବେ ପାକିସ୍ତାନ ଏହି ଅପରେସନକୁ 'ଗୁଲମର୍ଗ' ନାଁ ଦେଇଥିଲା।
ଅପରେସନ୍ ଗୁଲମର୍ଗ
ରାଜା ହରି ସିଂଙ୍କ ସେନାରେ ବିଦ୍ରୋହ:
ଅପରେସନ ଗୁଲମାର୍ଗ ଅଧୀନରେ, ପାକିସ୍ତାନୀ ସେନାକୁ ଶ୍ରୀନଗର ପହଞ୍ଚିବାର ଥିଲା। ଏଥିପାଇଁ ୨୨,୦୦୦ ସୈନିକଙ୍କ ସାହାଯ୍ୟ ନିଆଯାଇଥିଲା ଏବଂ ଜମ୍ମୁ-କାଶ୍ମୀର ଉପରେ ସିଧାସଳଖ ଆକ୍ରମଣ କରାଯାଇଥିଲା। ସେହି ସମୟରେ, ରାଜା ହରି ସିଂହଙ୍କ ନିଜସ୍ୱ ସେନା ମୁଜାଫରାବାଦ ଏବଂ ଜମ୍ମୁ-କାଶ୍ମୀରର ଅନ୍ୟ କିଛି ସ୍ଥାନରେ ସୁରକ୍ଷା ଯୋଗାଇ ଦେଉଥିଲେ। କିନ୍ତୁ ଏହା ଏତେ ଶକ୍ତିଶାଳୀ ନଥିଲା ଯେ ଏହା ସେହି କବାଲି ଏବଂ ପାକିସ୍ତାନୀ ସେନା ସହିତ ଲଢ଼ିପାରିବ। ଏହା ବ୍ୟତୀତ ରାଜା ହରି ସିଂହଙ୍କ ସେନାରେ ଅନେକ ମୁସଲମାନ ସୈନିକ ଥିଲେ, ସେମାନଙ୍କ ମଧ୍ୟରୁ ଅନେକ ପାକିସ୍ତାନରେ ଯୋଗ ଦେଇଥିଲେ, ଏପରି ପରିସ୍ଥିତିରେ ପରିସ୍ଥିତି ଚିନ୍ତାଜନକ ହୋଇପଡୁଥିଲା।
କେମିତି ଭାରତରେ ମିଶିଥିଲା ଜମ୍ମୁ-କାଶ୍ମୀର?
ଗୋଟିଏ ପଟେ ରାଜା ହରି ସିଂହ ଅସହାୟ ମନେକରୁଥିବା ବେଳେ, ଅନ୍ୟପଟେ କବାଲିଙ୍କ ଦ୍ୱାରା ଲୁଟପାଟ ବହୁତ ବଢ଼ିଯାଇଥିଲା, ମହିଳାମାନେ ଦୁଷ୍ମର୍ମର ଶିକାର ହେଉଥିଲେ, ଅନେକଙ୍କୁ ହତ୍ୟା କରାଯାଉଥିଲା, ଏପରିକି ଡାକ୍ତରଖାନାଗୁଡ଼ିକ ମଧ୍ୟ ବାଦ୍ ପଡ଼ୁନଥିଲା। ପରିସ୍ଥିତି ଅଣାୟତ ହେବା ପରେ ରାଜା ହରି ସିଂହଙ୍କୁ ଭାରତରୁ ସାହାଯ୍ୟର ଆବଶ୍ୟକତା ପଡ଼ିଲା, ସେ ଚାହୁଁଥିଲେ ଯେ ଭାରତୀୟ ସେନା ଜମ୍ମୁ ଏବଂ କାଶ୍ମୀରକୁ ସୁରକ୍ଷା ଦେଉ। କିନ୍ତୁ ନିୟମ ସ୍ପଷ୍ଟ ଥିଲା - ଯେପର୍ଯ୍ୟନ୍ତ ଏହା ଭାରତରେ ବିଲୟ ହୋଇନାହିଁ, ଭାରତ ଜମ୍ମୁ ଏବଂ କାଶ୍ମୀରକୁ ତାର ସେନା ପଠାଇପାରିବ ନାହିଁ। ହରି ସିଂହଙ୍କ ପାଖରେ ମଧ୍ୟ କୌଣସି ବିକଳ୍ପ ନଥିଲା ଏବଂ ସେ ୨୬ ଅକ୍ଟୋବର ୧୯୪୭ରେ ବିଲୟ ଦଲିଲରେ ସ୍ୱାକ୍ଷର କରିଥିଲେ। ଏହିପରି, ୨୭ ଅକ୍ଟୋବର ୧୯୪୭ରେ ଜାମ୍ମୁ ଏବଂ କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଗଲା।
ରାଜା ହରି ସିଂହଙ୍କ ସହିତ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁ
ଜାମ୍ମୁ ଓ କାଶ୍ମୀରର ଦୁଇ-ତୃତୀୟାଂଶ କିପରି ଜିତିଲା ଭାରତ ?
ଭାରତରେ ଜମ୍ମୁ କାଶ୍ମୀର ମିଶିବା ପରେ କବାଲିମାନେ ଦ୍ରୁତ ଗତିରେ ଶ୍ରୀନଗର ଆଡ଼କୁ ମାଡ଼ି ଆସୁଥିଲେ। ଏତିକି ବେଳେ ସୁରକ୍ଷାକୁ ନେଇ ଉଠିଥିଲା ପ୍ରଶ୍ନ। ଏପରି ପରିସ୍ଥିତିରେ, ଦିଲ୍ଲୀରୁ ସବୁଜ ସଙ୍କେତ ପାଇବା ମାତ୍ରେ ଭାରତୀୟ ସେନା ଜମ୍ମୁ କାଶ୍ମୀର ସୁରକ୍ଷାର ଦାୟିତ୍ୱ ଗ୍ରହଣ କରିଥିଲା। ଅନେକ ଭାରତୀୟ ସୈନିକ ସହିଦ ହୋଇଥିଲେ, ପ୍ରବଳ ଗୁଳିବିନିମୟ ହୋଇଥିଲା, କିନ୍ତୁ ଶେଷରେ ଗୋଟିଏ ମାସ ମଧ୍ୟରେ ଭାରତ ବାରାମୁଲ୍ଲା, ଉରି, ବଡଗାମ୍ ଏବଂ କାଶ୍ମୀରର ଏକ ବଡ଼ ଅଂଶ ଉପରେ ନିୟନ୍ତ୍ରଣ ଫେରି ପାଇଥିଲା। କିନ୍ତୁ ସେତେବେଳେ ମୀରପୁର, ଗିଲଗିଟ-ବାଲ୍ଟିସ୍ତାନ ଭଳି ଅଞ୍ଚଳ ପାକିସ୍ତାନ ଦ୍ୱାରା ଅଧିକୃତ ହୋଇଥିଲା। ସହି ସମୟରେ, ୧ ଜାନୁଆରୀ ୧୯୪୮ରେ ଭାରତ ଏହି ପ୍ରସଙ୍ଗ ନେଇ ଜାତିସଂଘର ଦ୍ୱାରସ୍ଥ ହୋଇଥିଲା ଏବଂ ଜାତିସଂଘର ହସ୍ତକ୍ଷେପ ଯୋଗୁଁ ୩୧ ଡିସେମ୍ବର ୧୯୪୮ରେ ଯୁଦ୍ଧବିରତି ହୋଇଥିଲା। ଜାମ୍ମୁ ଏବଂ କାଶ୍ମୀରର ଦୁଇ-ତୃତୀୟାଂଶ ଭାରତକୁ ଆସିଥିଲା ଏବଂ ୩୦ ପ୍ରତିଶତ ପାକିସ୍ତାନକୁ ଯାଇଥିଲା।
କିନ୍ତୁ ସ୍ୱାଧୀନତା ପରେ ହୋଇଥିବା ଏହି ଆକ୍ରମଣ ସ୍ପଷ୍ଟ କରିଦେଲା ଯେ ପାକିସ୍ତାନ ଏକ ପ୍ରତାରକ ଦେଶ ଏବଂ ଏହାକୁ ବିଶ୍ୱାସ କରାଯାଇପାରିବ ନାହିଁ। ଯେତେବେଳେ ଜମ୍ମୁ-କାଶ୍ମୀରର କଥା ଆସେ, ନା କୌଣସି ଚୁକ୍ତିନାମା ନା କୌଣସି ଅସ୍ତ୍ରବିରତି, ଏଥି ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ନାହିଁ।
କ୍ରମଶଃ...
Story to be continued....