ଭୁବନେଶ୍ୱର ୨୭/୦୩: ତ୍ୱଚାରେ ହ୍ୱାଇଟ୍‌ ହେଡ୍ସ ଅଲଗା ଭାବେ ଦେଖା  ଯାଇଥାଏ । ତେଣୁ ଏହାକୁ ବାହାର କରିବା  ଜରୁରି ହୋଇଥାଏ । ସେଥିପାଇଁ ମହିଳାମାନେ  ବିଭିନ୍ନ ମାସ୍କ ଓ ଉପକରଣ ବ୍ୟବହାର କରିଥାନ୍ତି ।  ବ୍ଲାକ୍‌ ହେଡ୍ସ ଓ ହ୍ୱାଇଟ୍‌ ହେଡ୍ସ ତ୍ୱଚା ସମ୍ବନ୍ଧୀୟ  ଏମିତି ସମସ୍ୟା, ଯାହାଠାରୁ ସମୟ ପୂର୍ବରୁ ନିଜକୁ  ମୁକ୍ତ କରିବା ଜରୁରି । ନଚେତ୍‌ ଏହା  ବ୍ରଣର ରୂପ ନେଇପାରେ । ହ୍ୱାଇଟ୍‌ ହେଡ୍ସ ଚେହେରାର କୌଣସି ସ୍ଥାନରେ  ହୋଇପାରେ । ତେଣୁ ଏହାକୁ ସଫା କରିବା ଜରୁରି ।  

ହ୍ୱାଇଟ୍‌ ହେଡ୍ସ କ’ଣ?

 ଏହା ଏକପ୍ରକାରର ଦାଗ, ଯାହା ତେଲ, ତ୍ୱଚାର ମୃତ  କୋଷିକା ଏବଂ ବ୍ୟାକ୍ଟେରିଆ କାରଣରୁ ପୋର୍ସରେ  ରହିଯାଇଥାଏ । ଏହା ତ୍ୱଚାର ଯେକୌଣସି ସ୍ଥାନରେ  ହୋଇପାରେ ।  

କାରଣ 

ତ୍ୱଚାରେ ଅଧିକ ସିବମ୍‌ ଉତ୍ପାଦନ ହେବା କାରଣରୁ ହ୍ୱାଇଟ୍‌ ହେଡ୍ସ ସମସ୍ୟା ଦେଖା ଦେଇଥାଏ । ସିବମ୍‌  ତ୍ୱଚାକୁ ମଏଶ୍ଚରାଇଜ୍‌ କରି ରଖିଥାଏ । ପ୍ରଦୂଷଣ  ମଧ୍ୟ ହ୍ୱାଇଟ୍‌ ହେଡ୍ସର ଅନ୍ୟତମ କାରଣ । ପ୍ରଦୂଷଣ  ଯୋଗୁ ପୋର୍ସରେ ଧୂଳିମଳି ଜମିଯାଇଥାଏ । ଫଳରେ  ବ୍ୟାକ୍ଟେରିଆ ବଢିବା ଯୋଗୁ ହ୍ୱାଇଟ୍‌ ହେଡ୍ସ ଓ ବ୍ରଣ  ହୋଇଥାଏ । ହର୍ମୋନାଲ୍‌ ପରିବର୍ତ୍ତନର ପ୍ରଭାବ ମଧ୍ୟ  ତ୍ୱଚା ଉପରେ ଦେଖିବାକୁ ମିଳିଥାଏ । ହର୍‌ମୋନାଲ୍‌  ପରିବର୍ତ୍ତନ ଯୋଗୁ ଟି-ଜୋନ୍‌ ଓ ତ୍ୱଚାର  ନିମ୍ନ ଭାଗ ଅର୍ଥାତ ଗାଲରେ ହ୍ୱାଇଟ୍‌  ହେଡ୍ସ ଦେଖିବାକୁ ମିଳିଥାଏ । ସେହିପରି  ଗର୍ଭାବସ୍ଥାରେ ମଧ୍ୟ ତ୍ୱଚାରେ କେତେକ ପରିବର୍ତ୍ତନ  ଦେଖାଯାଇଥାଏ । 

ଏଠାରେ ହୁଏ ହ୍ୱାଇଟ୍‌ ହେଡ୍ସ ହ୍ୱାଇଟ୍‌

ହେଡ୍ସ କେବଳ ତ୍ୱଚାରେ ହୁଏ ନାହିଁ । ବରଂ  କାନ୍ଧ, ପିଠି ଓ ଛାତିରେ ମଧ୍ୟ ହୋଇଥାଏ । ସେଥିପାଇଁ  ଶରୀରର ବିଭିନ୍ନ ଅଙ୍ଗକୁ ସଫାସୁତରା ରଖିବାକୁ  ପ୍ରୟାସ କରିବା ଉଚିତ୍‌ । 

 କଣ କରିବେ?

ତ୍ୱଚାରେ ରେଟିନାଇଡ୍‌ କ୍ରୀମ୍‌ ବ୍ୟବହାର ଦ୍ୱାରା ହ୍ୱାଇଟ୍‌  ହେଡ୍ସ କମ୍‌ ରହିଥାଏ । ଏହା ୩ ମାସ ବ୍ୟବହାର  କରିବା ପରେ ପ୍ରଭାବ ଦେଖିବାକୁ ମିଳିଥାଏ । 

ବିଶେଷ ଧ୍ୟାନ ଦିଅନ୍ତୁ

ହ୍ୱାଇଟ୍‌ ହେଡ୍ସକୁ ଜବରଦସ୍ତି ବାହାର କରିବା ଅନୁଚିତ୍‌ ।  ନଚେତ୍‌ ତ୍ୱଚାରେ ଦାଗ ରହିଯିବ । ସେହିପରି  ଏହାକୁ ବାହାର କରିବା ପାଇଁ ବଜାରରେ ବିଭିନ୍ନ  ପ୍ରକାରର ଉପକରଣ ମିଳୁଛି । କିନ୍ତୁ ଏହାର  ଉପଯୁକ୍ତ ବ୍ୟବହାର ନ କରିପାରିଲେ ତ୍ୱଚାର  କ୍ଷତି ହୋଇପାରେ । 

କରିପାରିବେ ଯଦି ଆପଣ ଅଧିକ କିଛି କରି ନପାରନ୍ତି, ତେବେ ଗରମ  ପାଣିରେ ତଉଲିଆ ଭିଜାଇ ନାକକୁ ସ୍କବ୍‌ କରନ୍ତୁ ।  ଏପରି କରିବା ଦ୍ୱାରା ନାକରେ ଥିବା ହ୍ୱାଇଟ୍‌ ହେଡ୍ସ  ସଫା ହୋଇଯିବ