ପ୍ରମୁଖ ଖବର
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

ଆହୁରି ଭୀଷଣ ହେବ ସୂର୍ଯ୍ୟଙ୍କ ପ୍ରକୋପ: ରାଜ୍ୟରେ ୩୦ ଯାଏ ରେଡ୍‌ ୱାର୍ଣ୍ଣିଂ, ଉପକୂଳ ଓ ପଶ୍ଚିମରେ ଅସମ୍ଭାଳ ତାତି

ଭୁବନେଶ୍ୱର,୨୭/୦୪: ଖରା ସମ୍ଭାଳି ହେଉନି। ସତେ ଯେପରି ଆକାଶରୁ ନିଆଁ ଝୁଲ ଖସୁଛି । ଏପ୍ରିଲ ଶେଷରେ ସ୍ଥିତି ସାଂଘାତିକ  ହେଲାଣି। ଆଗକୁ ପୁଣି ମେ’ମାସ ଅଛି । ଏଭଳି  ତାତି ଆଗରେ ଘରେ ପଙ୍ଖା ଓ କୁଲର ବି କାମ  କରୁନି । କାମ ପଡ଼ିଲେ ବାହାରକୁ ଯିବାକୁ ପଡ଼ୁଛି, ହେଲେ ଦେହରେ ନିଆଁ ମାଡ଼ ଭଳି ଲାଗୁଛି। ସାରା ରାଜ୍ୟରେ ସ୍ଥିତି ଭୟାନକ। ଲି ଅନ୍ୟ କିଛି ମଡେଲ ପୂର୍ବାନୁମାନ ଦେଇଛନ୍ତି। ସାରା ରାଜ୍ୟରେ ସ୍ଥିତି  ଭୟାନକ । ପୂର୍ବାନୁମାନ କହୁଛି, ଆହୁରି ଭୀଷଣ ହେବ ସୂର୍ଯ୍ୟଙ୍କ ପ୍ରକୋପ । ସୋମବାର ବେଳକୁ ୪୬ ଡିଗ୍ରୀ ଛୁଇଁବ ସର୍ବୋଚ୍ଚ ତାପମାତ୍ରା ।

ଗରମ ଓ ଗୁଳୁଗୁଳି ଏଭଳି ଅସ୍ତବ୍ୟସ୍ତ କରୁଥିଲା ଯେ ଅନେକ ଅଂଶୁଘାତରେ ଆକ୍ରାନ୍ତ ହୋଇଛନ୍ତି । କେବଳ ଭୁବନେଶ୍ୱରରୁ ଦିନକରେ ୧୫ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ଏଥିରେ ୭ଜଣ ମହିଳା ବି ଅଛନ୍ତି । କିନ୍ତୁ ପ୍ରକୃତ ସଂଖ୍ୟା ଏହାଠାରୁ ଢେର ଅଧିକ । 

ସମୟ ବଢ଼ିବା ସହ ତାତି ସହିତ ନିଆଁ ହୁଳାର ମାଡ଼ ଅଣନିଶ୍ୱାସୀ କରିଥିଲା । ଆଜିକୁ ମିଶାଇ ଗତ ୧୨ ଦିନ ଧରି ଗ୍ରୀଷ୍ମପ୍ରବାହ କଲବଲ କଲାଣି । ଏତେ ଲମ୍ବା ସମୟ ଧରି ଗ୍ରୀଷ୍ମପ୍ରବାହ ବହିବା ରାଜ୍ୟ ପାଇଁ ପ୍ରଥମ । ଆହୁରି ୫ ଦିନ ଏଥିରୁ ତ୍ରାହି ନାହିଁ । 

୩୦ ଯାଏ ରାଜ୍ୟରେ ଅତି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ବହିବ । ଆସନ୍ତା ୪୮ ଘଣ୍ଟାରେ  ତାତି ଆହୁରି ୨ ଡିଗ୍ରୀ ବଢ଼ିଯିବ । ଏଥିପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏତେ ଦିନ ଧରି ଗ୍ରୀଷ୍ମପ୍ରବାହକୁ ସହ୍ୟ କରିବା ବେଶ୍‌ ବିପଜ୍ଜନକ । ଏହା ଅନେକଙ୍କ ଜୀବନ ନେଇ ଯାଇପାରେ । ଏହାର ଭୟାବହତାକ  ଅନୁମାନ କରି ରାଜ୍ୟବାସୀଙ୍କୁ ମେସେଜ ଯୋଗେ ସତର୍କ କରାଇଛି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) । ଗ୍ରୀଷ୍ମପ୍ରବାହ ଓ ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛି ।

୨୭ରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ନୂଆପଡ଼ା ଓ ଅନୁଗୁଳରେ ଅତି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ବହିବ । ଏଥିପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି । ୨୮ରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କଲବଲ କରିବ ଗ୍ରୀଷ୍ମପ୍ରବାହ । ୨୯ ଓ ୩୦ରେ ବି ଉତ୍ତର ଓ ପଶ୍ଚିମରେ ତତଲା ପବନ ମାଡ଼ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । 

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡା. ସୁରେନ୍ଦ୍ରନାଥ ପଶୁପାଳକ ବି ସତର୍କ କରାଇଛନ୍ତି । ମେ ୧ ତାରିଖ ଆଗରୁ ତାତିରୁ ନିସ୍ତାର ମିଳିବନି । ଆସନ୍ତା ୫ ଦିନ ଯାଏ ସାରା ଓଡ଼ିଶା ତତଲା ହେବ । ପଶ୍ଚିମ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶା ବି ତାତିରେ ଫୁଟିବ । ଏଠାରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୬ ଡିଗ୍ରୀ ବଢ଼ିଯିବ । ମେ ୧ ପରେ ଦକ୍ଷିଣ ଉପକୂଳ, ୩ ପରେ ଉତ୍ତର ଉପକୂଳ ଓ ୫ ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି କମିବ ବୋଲି ସେ ବଡ଼ ଆକଳନ କରିଛନ୍ତି ।

୨୭ରେ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ନୟାଗଡ଼, କୋରାପୁଟ,  ରାୟଗଡ଼ା ଓ ମାଲକାନଗିରିକୁ ଛାଡ଼ି ବାକି ସବୁ ଜିଲ୍ଲାରେ ତାତି ବଢ଼ିବ । ୨୮ରେ ପୂରା ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହେବ । ଏପ୍ରିଲ ୩୦ରେ ତାତି ୪୪ ଡିଗ୍ରୀ ରହିବ ବୋଲି ସେ କହିଛନ୍ତି । ଝାରସୁଗୁଡ଼ା, ଅନୁଗୁଳ, ତାଳଚେର, ବଲାଙ୍ଗୀର, ସମ୍ବଲପୁର, ଟିଟିଲାଗଡ଼ ଓ ପାରଳାଖେମୁଣ୍ଡି ଅଧିକ ତାତିବ । କିନ୍ତୁ ଗୋପାଳପୁରଠାରୁ କେନ୍ଦ୍ରାପଡ଼ା ଯାଏ ଉପକୂଳ ଓଡ଼ିଶା ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସାମୁଦ୍ରିକ ପବନ ଯୋଗୁ ତାତି ବେଶି ବଢ଼ିବନି । ଅପରାହ୍ନରେ ଦକ୍ଷିଣା ଥଣ୍ଡା ପବନ ବହିବ । ଚାନ୍ଦବାଲିରେ ତାତି ବଢ଼ିବନି ।  କିନ୍ତୁ ବାଲେଶ୍ୱର ଉତ୍ତପ୍ତ ରହିବ ବୋଲି ସେ କହିଛନ୍ତି ।

ସାମୁଦ୍ରିକ ପବନ ବହିବା ଯୋଗୁ ଆସନ୍ତା ୫ ଦିନ ଯାଏ ରାଜଧାନୀର ତାତି ୪୨ ଡିଗ୍ରୀ ଟପିବନି ବୋଲି କିଛି ମଡେଲ ଆକଳନ କରିଛନ୍ତି । ତେବେ ୨୮ରୁ ୩୦ ତାରିଖ ଭିତରେ ରାଜଧାନୀର ତାତି ୪୫ରୁ ୪୬ ଡିଗ୍ରୀ ରହିବ ବୋଲି ଅନ୍ୟ କିଛି ମଡେଲ ପୂର୍ବାନୁମାନ ଦେଇଛନ୍ତି ।


  • PrameyaOdia
  • prameya
  • Weather
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.