ପ୍ରମୂଖ ଖବର

୪୧ତମ ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର,୭/୫ : ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡ଼ିଶା ଦ୍ଵାରା କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଆୟୋଜିତ ହୋଇଯାଇଛି ୪୧ ତମ ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶନୀ । ପ୍ରଦର୍ଶନୀକୁ ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ଚିତ୍ରଶିଳ୍ପୀ ବିନୋଦ ମହାରଣା ଓ ଧର୍ମପଦ ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ । 

ଓଡ଼ିଶାର କଳା ଓ ଭାସ୍କର୍ଯ୍ୟ ଓଡ଼ିଶାକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥାଏ । ଯୁବ ଚିତ୍ରଶିଳ୍ପୀମାନେ ଏହାକୁ ଅଧିକ ରୁଦ୍ଧିମନ୍ତ କରିପାରିବେ ବୋଲି ମତ ପ୍ରକାଶ କରିଥିଲେ । ଅତିଥିମାନେ ପ୍ରଦର୍ଶିତ କଳାକୃତିର ଭୂୟସୀ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ଏକାଡେମୀ ସଚିବ ପଞ୍ଚାନନ ସାମଲ ଅତିଥି ପରିଚୟ ପୂର୍ବକ ସ୍ବାଗତ କରିଥିଲେ। ପ୍ରଦର୍ଶନୀରେ ୪୧ ତମ ରାଜ୍ୟ ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀଙ୍କ କଳାକୃତି ସହ ୮୮ ଟି ଚିତ୍ରକଳା, ୩୫ଟି ଭାସ୍କର୍ଯ୍ୟ, ୧୨ଟି ମୁଦ୍ରଣ କଳା ଓ ୮ଟି ପାରମ୍ପରିକ କଳା ପ୍ରଦର୍ଶିତ ହୋଇଅଛି । ଏହି ପ୍ରଦର୍ଶନୀ ପ୍ରତ୍ୟହ (ସୋମବାର ବ୍ୟତୀତ)ସକାଳ ୧୧ ଟା ଠାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଦର୍ଶକଙ୍କ ପାଇଁ ଖୋଲା ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.