ପ୍ରମୁଖ ଖବର
  • ଭୁବନେଶ୍ୱର : ଜାତୀୟ ସ୍ତରୀୟ ଗବେଷଣା ସୁଯୋଗ, ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ପାଇଁ ୩୦୦ ଶିକ୍ଷାର୍ଥୀ ଚୟନ
  • ||
  • ଭୁବନେଶ୍ୱର : ମହିଳାଙ୍କ ସୁରକ୍ଷା ପାଇଁ ନିଯୁକ୍ତ ହୋଇଥିଲେ; ତାଲିମ ନେଇଥିଲେ ୨୪୮ ଜଣ, ଏବେ ବନ୍ଦ ହୋଇଗଲା ଏସ୍‌ଓପି ବ୍ୟବସ୍ଥା
  • ||
  • ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ଜଣେ ଟିଏମସି କର୍ମୀଙ୍କୁ ହତ୍ୟା, ପୁଣି ବିଜେପି ବିରୋଧରେ ଦଳ ଆଣିଲା ଅଭିଯୋଗ
  • ||
  • ବାଂଲାଦେଶ ମୁହାଁ ବାତ୍ୟା, ପ୍ରଭାବରେ ୪ଜିଲ୍ଲାରେ ବର୍ଷା ଓ ପବନ ସମ୍ଭାବନା, ୪ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ
  • ||
  • ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟିଂ, ୪୪୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ୍, ୫୮ ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ
  • ||
  • ସୃଷ୍ଟି ହେଲା ଅବପାତ: ୨୫ ରାତିରୁ ଉପକୂଳରେ ବର୍ଷା, ୨୬ରେ ଭୀଷଣ ବାତ୍ୟା ରୂପ ନେବ
  • ||

ସମ୍ ଫୁଲନଖରା କ୍ୟାମ୍ପସ୍‌ରେ ବିଶ୍ୱ ହାତ ସ୍ୱଚ୍ଛତା ଦିବସ ପାଳିତ

ଭୁବନେଶ୍ୱର,୭/୫ : ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍‌ରେ ଅଣୁଜୀବ ବିଜ୍ଞାନ ବିଭାଗ ପକ୍ଷରୁ ସୋମବାର ‘ବିଶ୍ୱ ହାତ ସ୍ୱଚ୍ଛତା ଦିବସ’ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସମ୍ ଫୁଲନଖରା କ୍ୟାମ୍ପସ୍‌ର ଡିନ୍ ପ୍ରଫେସର ଡାକ୍ତର ଅରକ୍ଷିତ ସ୍ୱାଇଁ, ପାଥୋଲୋଜି ବିଭାଗର ମୁଖ୍ୟ ଡାକ୍ତର କେ. ମୋହିନୀ ରାଓ ଏବଂ ଲାବୋରେଟୋରୀ ର ନିର୍ଦ୍ଦେଶକ ତଥା ଅଣୁଜୀବ ବିଜ୍ଞାନ (ମାଇକ୍ରୋବାୟୋଲୋଜି) ବିଭାଗର ମୁଖ୍ୟ ଡାକ୍ତର ଦେବାଶିଷ ସାହୁ ଯୋଗ ଦେଇ ହାତ ଧୋଇବା ଦ୍ୱାରା କିଭଳି ସଂକ୍ରମଣକୁ କିପରି ଦୂରରେ ରଖିହେବ ଏବଂ ଅନ୍ୟ ବ୍ୟକ୍ତି ମଧ୍ୟ ସୁସ୍ଥ ରଖିପାରିବେ ଏ ନେଇ ବିସ୍ତୃତ ଭାବେ ସଚେତନତା ନିମନ୍ତେ ବାର୍ତ୍ତା ଦେଇଥିଲେ । 

ରୋଗୀ ସେବାରେ ସ୍ୱଚ୍ଛ ହାତର ମହତ୍ୱ ତଥା ହାତ ଧୋଇବା ଅଭ୍ୟାସ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ କିଭଳି ସାହାଯ୍ୟ କରେ ତାହା ବକ୍ତାମାନେ ସରଳ ଉପାୟରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ଅବଗତ କରାଇଥିଲେ । ଏଥି ସହିତ ପ୍ରାଚୀନ କାଳରେ ଓ କୋଭିଡ୍ ମହାମାରୀ ସମୟରେ ସ୍ୱଚ୍ଛ ହାତର ମହତ୍ୱ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । 

ଅଣୁଜୀବ ବିଜ୍ଞାନ ବିଭାଗର ଡାକ୍ତର ଓ ଷ୍ଟାଫ୍ ମାନଙ୍କ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଘ (WHO) ଏ ବର୍ଷର ସ୍ଳୋଗାନ “ହ୍ୱାଏ ଇଜ୍ ସେୟାରିଂ ନଲେଜ୍ ଏବାଉଟ୍ ହ୍ୟାଣ୍ଡ ହାଇଜିନ୍ ଷ୍ଟିଲ୍ ସୋ ଇମ୍ପୋର୍ଟାଂଟ” ସେ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଯାଇ ରୋଗୀ ସେବାରେ ଏହାକୁ ପ୍ରାଧାନ୍ୟ ଦେବା ପାଇଁ ଅନୁରୋଧ କରାଯାଇଥିଲା । ଏହି ବାର୍ତାକୁ ହସ୍ପିଟାଲର ସମସ୍ତ ବିଭାଗୀୟ କର୍ମଚାରୀ ହସ୍ତ ଅଙ୍କିତ ପୋଷ୍ଟର ମାଧ୍ୟମରେ ଅତି ସୁନ୍ଦର ଭାବରେ ଉପସ୍ଥାପିତ କରିଥିଲେ ଏବଂ ଶ୍ରେଷ୍ଠ ବିବେଚିତ ପୋଷ୍ଟରକୁ ପୁରସ୍କୃତ କରାଯାଇଥିଲା ।  କାର୍ଯ୍ୟକ୍ରମ ଶେଷରେ ଡ୍ରାମା ଏବଂ ନୃତ୍ୟ ପରିବେଷଣ ଜରିଆରେ ସ୍ୱଚ୍ଛ ହାତର ସଠିକ୍ ପଦ୍ଧତି ଉପରେ ଗୁରୁତ୍ୱ ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.