ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବିଶ୍ୱ ଜନସଂଖ୍ୟା ଦିବସ; ଜନସଂଖ୍ୟା ବୃଦ୍ଧି ଓ ତା’ର କୁପରିଣାମ

Published By : Prameya | July 11, 2025 2:55 PM

ଜନଗଣନାର ଗଭୀର  ଅନୁଶୀଳନରୁ ସ୍ପଷ୍ଟ ଜଣାଯାଏ  ଯେ, ୧୯୬୧ରୁ ୧୯୭୧ ମସିହା  ମଧ୍ୟରେ ଭାରତର ଦଶକୀୟ  ଅଭିବୃଦ୍ଧି ହାର ସର୍ବାଧିକ  ୨୪.୮% ରହିଥିଲା ଏବଂ ତଥ୍ୟ  ଅନୁସାରେ ୧୯୫୧ରୁ ୧୯୮୧  ବର୍ଷକୁ ଜନସଂଖ୍ୟା ବିସ୍ଫୋଟ  ଅବଧି କୁହାଯାଏ । ଏହି ସମୟ  ମଧ୍ୟରେ ଭାରତର ମୃତ୍ୟୁ ହାର  ସର୍ବାଧିକ ହ୍ରାସ ଘଟିଥିଲା ତଥା  ଜନ୍ମହାର ଆଶାତୀତ ଭାବରେ  ବୃଦ୍ଧି ପାଇଥିଲା ।

କୌଣସି ଏକ ଦେଶ/ଭୂଖଣ୍ଡ/ଅଞ୍ଚଳରେ  ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବସବାସ  କରୁଥିବା ଜନମାନସକୁ ସେହି ଅଞ୍ଚଳର ଜନସଂଖ୍ୟା  ବା ମାନବ ସମ୍ବଳ କୁହାଯାଏ । ଆଜି ଭାରତ, ବିଶ୍ୱର  ସର୍ବବୃହତ ଜନସଂଖ୍ୟା ବହୁଳ ରାଷ୍ଟ୍ର ଭାବରେ  ପରିଗଣିତ ହୋଇସାରିଛି । ଗତ ଏପ୍ରିଲ ୨୦୨୩ରେ  ଆମେ ଚାଇନାକୁ ଅତିକ୍ରମ କରି ବିଶ୍ୱର ଜନସଂଖ୍ୟା  ଦୃଷ୍ଟିରୁ ପ୍ରଥମ ସ୍ଥାନ ଅଧିକାର କରିଛୁ । ମାନବ ସମ୍ବଳକୁ  ଛାଡିଦେଲେ ଏହା ଆମ ପାଇଁ ଗୌରବର(?)  ବିଷୟ । କିନ୍ତୁ ମାନବ ସମ୍ବଳର ଗୁରୁତ୍ୱକୁ ଦୃଷ୍ଟିରେ  ରଖି ଆମ ଦେଶର ଜନସଂଖ୍ୟାର ଆକାର, ବଣ୍ଟନ,  ବୃଦ୍ଧି ହାର, ବୟସ ତଥା ଲିଙ୍ଗଗତ ଅନୁପାତରେ  ତୁଳନା, ଜନସଂଖ୍ୟାକୁ ନିୟନ୍ତ୍ରଣ କରୁଥିବା ମାପକ,  ସ୍ଥାନାନ୍ତରଣ, ସହରୀକରଣ, ବୃତ୍ତିଗତ ଉପାଦାନ  ଭଳି ପ୍ରତ୍ୟେକ ଦିଗକୁ ଅନୁଶୀଳନ କଲେ ହିଁ ଏହାର  ପ୍ରକୃତ ମର୍ମ ବୁଝିହେବ । 

ପରିସଂଖ୍ୟାନ ଅନୁସାରେ ଭାରତର କ୍ଷେତ୍ରଫଳ  ବିଶ୍ୱର ୨.୪୨ ଶତାଂଶ ଏବଂ ଏହାର ଜନସଂଖ୍ୟା  ବିଶ୍ୱ ତୁଳନାରେ ୧୭.୭୮ ଶତାଂଶ । ଅର୍ଥାତ୍‌, ମାତ୍ର  ଅଢ଼େଇ ଭାଗ ଭୂଖଣ୍ଡରେ ଆମେ ଭାରତୀୟ ପୃଥିବୀ  ଜନସଂଖ୍ୟାର ପ୍ରାୟ ପାଞ୍ଚ ଭାଗରୁ ଭାଗେ ଲୋକ  ବସବାସ କରିଥାଉ । 

ଭାରତରେ ଜନଗଣନା 

ଭାରତୀୟ ଇତିହାସକୁ ଅବଲୋକନ  କଲେ ଜଣାଯାଏ ଯେ, ପରାଧୀନ ଭାରତରେ ୧୮୭୨  ମସିହାରେ ପ୍ରଥମଥର ପାଇଁ ନିର୍ଦ୍ଦିଷ୍ଟ ଅଞ୍ଚଳଭିତ୍ତିକ  ଜନଗଣନା ଆରମ୍ଭ କରଯାଇଥିଲା, କିନ୍ତୁ ୧୮୮୧  ମସିହାରେ ଏହା ସମ୍ପୂର୍ଣ୍ଣ ଭାବରେ କରାଯାଇଥିବାର  ପ୍ରମାଣ ମିଳେ । ସ୍ୱାଧୀନ ଭାରତରେ ୧୯୫୧ ମସିହା  ଠାରୁ ପ୍ରତି ଦଶବର୍ଷରେ ଥରେ ଜନଗଣନା କରାଯାଇ  ଜନସଂଖ୍ୟା ସମ୍ପର୍କିତ ବିଭିନ୍ନ ତଥ୍ୟର ଅନୁଶୀଳନ  କରାଯାଇଥାଏ । ୨୦୧୧ ମସିହାରେ ଶେଷ ଜନଗଣନା  ଅନୁଷ୍ଠିତ ହୋଇଥିଲା । କୋଭିଡ ମହାମାରୀ ୨୦୧୯ର  ଦୁଷ୍ପ୍ରଭାବ କାରଣରୁ ୨୦୨୧ ଜନଗଣନା ଆଜି  ସୁଦ୍ଧା ହୋଇପାରି ନାହିଁ । ଜନଗଣନାର ଗଭୀର  ଅନୁଶୀଳନରୁ ସ୍ପଷ୍ଟ ଜଣାଯାଏ ଯେ, ୧୯୬୧ରୁ ୧୯୭୧  ମସିହା ମଧ୍ୟରେ ଭାରତର ଦଶକୀୟ ଅଭିବୃଦ୍ଧି ହାର  ସର୍ବାଧିକ ୨୪.୮% ରହିଥିଲା ଏବଂ ତଥ୍ୟ ଅନୁସାରେ  ୧୯୫୧ରୁ ୧୯୮୧ ବର୍ଷକୁ ଜନସଂଖ୍ୟା ବିସ୍ଫୋଟ ଅବଧି  କୁହାଯାଏ । ଏହି ସମୟ ମଧ୍ୟରେ ଭାରତର ମୃତ୍ୟୁ ହାର  ସର୍ବାଧିକ ହ୍ରାସ ଘଟିଥିଲା ତଥା ଜନ୍ମହାର ଆଶାତୀତ  ଭାବରେ ବୃଦ୍ଧି ପାଇଥିଲା । ଏହି ସମୟ କାଳରେ  ସର୍ବାଧିକ ବାର୍ଷିକ ବୃଦ୍ଧି ହାର ୨.୨% ରହିଥିଲା । 

ଜନସଂଖ୍ୟା ବିସ୍ଫୋରଣ

ଜନସଂଖ୍ୟାର ବହୁଳ ବୃଦ୍ଧିକୁ ଜନସଂଖ୍ୟା ବିସ୍ଫୋରଣ  ବୋଲି କୁହାଯାଏ । ବୋମା ବିସ୍ଫୋରଣ ହେବାଦ୍ୱାରା  ନିକଟସ୍ଥ ଅଞ୍ଚଳର ଅନେକ ଲୋକଙ୍କ ମୃତ୍ୟୁ ହେଲା ଭଳି  ଜନସଂଖ୍ୟା ବିସ୍ଫୋରଣ ହେଲେ ଅନେକ କୁପରିଣାମର  ଶିକାର ହେବାକୁ ପଡ଼ିଥାଏ । ବ୍ରିଟିଶ ଅର୍ଥନୀତିଜ୍ଞ ଥମାସ  ମାଲଥସ୍‌ଙ୍କ ତତ୍ତ୍ୱ ଅନୁସାରେ ‘‘Population when unchecked, increases in a geometrical progression’’. ଯଥା-୧, ୨, ୪, ୮, ୧୬, ୩୨ ଆକାରରେ ବଢ଼ିଚାଲେ ।  କୌଣସି ଏକ ଅଞ୍ଚଳ ବା ଦେଶର ଜନସଂଖ୍ୟା, କ୍ଷୀପ୍ର  ଗତିରେ ବା ଜ୍ୟାମିତିକ ଅଗ୍ରଗତିରେ ବଢ଼ିଚାଲିଲେ  ତାକୁ ଜନସଂଖ୍ୟା ବିସ୍ଫୋରଣ କୁହାଯାଏ । ଏହାର  କାରଣ ଅନେକ ଉପାଦାନର ସମାହାର ହୋଇପାରେ ।  ଉଦାହରଣ ସ୍ୱରୂପ ଜନ୍ମହାର ବୃଦ୍ଧି, ମୃତ୍ୟୁହାର ହ୍ରାସ,  ମାତୃମୃତ୍ୟୁ ହାର ହ୍ରାସ, ଉନ୍ନତ ସ୍ୱାସ୍ଥ୍ୟସେବାର ଅଭାବ,  କମ୍‌ ବୟସରେ ବିବାହ, ମହିଳା ଶିକ୍ଷାର ଅଭାବ ତଥା  ସାମାଜିକ ଚଳଣି ଭଳି ଅନେକ କାରଣ ହୋଇପାରେ ।

UNFPA  (ଜାତିସଂଘର ଜନସଂଖ୍ୟା  ସଂସ୍ଥା) ଦ୍ୱାରା ସଦ୍ୟ ପ୍ରକାଶିତ ଷ୍ଟେଟ୍‌ ଅଫ୍‌ ୱାର୍ଲଡ  ପପୁଲେସନ୍‌-୨୦୨୫ ରିପୋର୍ଟ ଅନୁସାରେ, ଭାରତର  ଜନସଂଖ୍ୟା ୧୪୬କୋଟି ଅତିକ୍ରମ କରିସାରିଲାଣି  ଏବଂ ୨୦୬୦ ମସିହା ସୁଦ୍ଧା ୧୭୦କୋଟି ପହଞ୍ଚି  ଧୀରେ ଧୀରେ ତଳକୁ ଖସିପାରେ ବୋଲି ପୂର୍ବାନୁମାନ  କରାଯାଇଛି । ଜନସଂଖ୍ୟା ବିସ୍ଫୋରଣର ପରିଣାମ  ସ୍ୱରୂପ, ଖାଦ୍ୟ, ପାଣି, ତଥା ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ  ସମ୍ବଳର ଅଭାବ, ପାରିପାଶ୍ୱର୍ିକ ପରିବେଶର ଅବନତି,  ଆର୍ଥିକ ଆହ୍ୱାନ, ବେକାରୀ ସମସ୍ୟା ବୃଦ୍ଧି, ଦାରିଦ୍ର‌୍ୟତା  ତଥା ସାମାଜିକ ଅସମାନତା ଭଳି ବିଷୟଗୁଡିକୁ  ବିଚାରକୁ ନିଆଯାଇପାରେ । 

ନିକଟ ଅତୀତରେ ଦୈନିକ ଓଡ଼ିଆ ସମ୍ବାଦପତ୍ରର  ସମ୍ପାଦକୀୟ ପୃଷ୍ଠାରେ ‘ଜନସଂଖ୍ୟା ଅନ୍ତର୍ଦ୍ଧାନ'  ଶିରୋନାମାରେ ଜନସଂଖ୍ୟା ସମ୍ପର୍କିତ ଏକ ବୈଶ୍ୱିକ, ବିଜ୍ଞାନ ସମର୍ଥିତ ତଥ୍ୟ ପୂର୍ଣ୍ଣ ଉପସ୍ଥାପନା  କରାଯାଇଥିଲା । (ଉଦ୍ଧୃତ ସମ୍ପାଦକୀୟ ଅନୁସରଣରେ)  ପ୍ରସିଦ୍ଧ ନାରୀବାଦୀ ଦାର୍ଶନିକା ଏଲିଜାବେଥ ବାଡିଣ୍ଟର  ତାଙ୍କର ଚାଞ୍ଚଲ୍ୟ ସୃଷ୍ଟିକାରୀ ପୁସ୍ତକ CONFLICT(ସଙ୍ଘାତ) ମାଧ୍ୟମରେ ଯେଉଁ ସଙ୍ଘର୍ଷ ପ୍ରତି ସମାଜର  ଦୃଷ୍ଟି ଆକର୍ଷଣ କରିଥିଲେ, ତାହା ହେଉଛି "ମାତୃତ୍ୱ ଓ  ନାରୀତ୍ୱ' ମଧ୍ୟରେ ସଙ୍ଘାତ । 

ବାଡିଣ୍ଟରଙ୍କ ଅନୁସାରେ,  ସମାଜରେ ନାରୀ ସମ୍ମୁଖରେ ଯେଉଁ ଦୁଇଟି ବିକଳ୍ପ  ଉନ୍ମୁକ୍ତ ଥାଏ, ତାହା ହେଲା ନିଜର ବର୍ତ୍ତମାନ ଓ  ଭବିଷ୍ୟତକୁ ନିଜର ନିୟନ୍ତ୍ରଣରେ ରଖିବା କିମ୍ବା ଏହି  ନିୟନ୍ତ୍ରଣକୁ ତ୍ୟାଗ କରି, ନିଜର ଜୀବନକୁ ସମ୍ପୂର୍ଣ  ରୂପେ ସନ୍ତାନ ପ୍ରସବ ତଥା ସେମାନଙ୍କ ଲାଳନ ପାଳନ,  ମଙ୍ଗଳ ଓ ଉନ୍ନତି ପ୍ରତି ଉତ୍ସର୍ଗ କରିଦେବା । ଯେଉଁ  ସମାଜ ଓ ସଂସ୍କୃତି ନାରୀର ଏଇ ଦ୍ୱିତୀୟ ଭୂମିକାକୁ  ପ୍ରାଥମିକତା ପ୍ରଦାନ କରିଥାଏ, ସେଠାରେ ନାରୀମାନେ  ଆଦର୍ଶ ଜନନୀ ହେବା ଲକ୍ଷ୍ୟ ଅନୁଧାବନ କରି ନିଯୁକ୍ତି  କ୍ଷେତ୍ରରୁ ଅପସରି ଯାଇ, ସନ୍ତାନ ଲାଳନ ପାଳନରେ  ନିଜକୁ ସମ୍ପୂର୍ଣ୍ଣ ରୂପେ ନିୟୋଜିତ କରିବାକୁ ବାଧ୍ୟ  ହୋଇଥାନ୍ତି। 

ବାଡିଣ୍ଟରଙ୍କ ଭାଷାରେ ସମାଜ, ପ୍ରଜନନ  ବେଦିରେ ନାରୀମାନଙ୍କୁ ବଳି ଚଢ଼ାଇଥାଏ । ୧୯୫୦  ଦଶକ ପାଖାପାଖି ଭାରତରେ ନାରୀମାନେ ଥିଲେ  ଏଇଭଳି ପ୍ରଜନନ ଯନ୍ତ୍ର । ସେତେବେଳେ ସେମାନେ ପ୍ରତ୍ୟେକେ ହାରାହାରି ୬ ଲେଖାଏଁ ସନ୍ତାନ  ପ୍ରସବ କରୁଥିଲେ । ସେଇ ସମୟରେ କୌଣସି  ଜନ୍ମ ନିୟନ୍ତ୍ରଣ ଉପାୟ/ଉପକରଣର ଅଭାବରୁ ସୃଷ୍ଟି ହୋଇଥିବା ବିଶାଳ ଜନସଂଖ୍ୟା ବର୍ତ୍ତମାନ  ଭାରତକୁ ପୃଥିବୀର ସର୍ବବୃହତ ଜନବହୁଳ ରାଷ୍ଟ୍ରର  ଗୌରବମୟ(?) ସ୍ଥାନରେ ଅବସ୍ଥାପିତ କରି ରଖିଛି । 

ଜନସଂଖ୍ୟା ଅନ୍ତର୍ଦ୍ଧାନ 

ଜନସଂଖ୍ୟା ପରିପ୍ରେକ୍ଷୀରେ Total Fertility Rate ଏକ ଜରୁରି ସୂଚକ ।  ଜନସଂଖ୍ୟାକୁ ସ୍ଥିର ରଖିବାକୁ ହେଲେ TFTକୁ  ୨.୧ରେ ସୀମିତ ରଖିବାକୁ ହେବ । ଭାରତର  ବର୍ତ୍ତମାନର ଦୁର୍ବଳ TFT (୧.୯)ରୁ ଅନୁମେୟ  ଯେ, ଦୃତବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଏକ ଜାତୀୟ ବିପଦ  ରୂପେ ବିଚାର କରି ତାହାକୁ ନିୟନ୍ତ୍ରଣ କରିବା ପାଇଁ  ନିଜର ସମସ୍ତ ଶକ୍ତି ବିନିଯୋଗ କରିଦେଇଥିଲା ଓ  ଉଦ୍ଦେଶ୍ୟରେ ସଫଳ ହେଲା ମଧ୍ୟ । ତେବେ ଆମେ  TFT ଯୁଦ୍ଧରେ ବିଜୟ ହୋଇଥିଲେ ମଧ୍ୟ ବର୍ତ୍ତମାନ  ତାହା ଏକ ନୂଆ ସମସ୍ୟା ହୋଇ ଆମ ସାମନାରେ  ଉପନୀତ । ଆଗରୁ ଆମ ଦେଶର ନାରୀମାନଙ୍କ  ପ୍ରଜନନଶୀଳତା ଯୋଗୁଁ ବର୍ତ୍ତମାନ ଭାରତୀୟ  ଜନସଂଖ୍ୟାରେ ଉତ୍ପାଦନଶୀଳ ବୟସ ସୀମା ୧୫- ୬୪ ବର୍ଷ ମଧ୍ୟରେ ଥିବା ଲୋକମାନଙ୍କର ସଂଖ୍ୟା  ବୃଦ୍ଧିପାଇ ୬୮% ହୋଇଛି, ଯାହା ଭାରତ ପାଇଁ  ଏକ ଜନସଂଖ୍ୟାଗତ ଲାଭ ବା ଡେମୋଗ୍ରାଫିକ  ଡିଭିଡେଣ୍ଟ କୁହାଯାଇପାରେ । କିନ୍ତୁ ବର୍ତ୍ତମାନର  ଯୁବପିଢ଼ି ଏହାକୁ ଏକ ଆହ୍ୱାନ ହିସାବରେ ଯଦି ନଦେଖେ ତାହାହେଲେ ଆମ ପାଇଁ ଆଗକୁ ଘୋର  ବିପଦର ସମ୍ମୁଖୀନ ହେବାକୁ ପଡ଼ିବ । 

ନୂତନ ପିଢ଼ିର  ପ୍ରତ୍ୟେକ ଦମ୍ପତିଙ୍କୁ ବିଚାର କରିବାକୁ ହେବ ଯେ,  ପ୍ରତିସ୍ଥାପନ ହାରକୁ ୨.୧କୁ ଆଣିବାକୁ ପଡ଼ିବ,  ଅନ୍ୟଥା ପିତାମାତାଙ୍କର ଶୂନ୍ୟସ୍ଥାନ ଆଉ ସମ୍ପୂର୍ଣ୍ଣ  ରୂପେ ପୂରଣ ହୋଇପାରିବ ନାହିଁ । ଯେତେବେଳେ  ଏହି ଲାଭ ସୃଷ୍ଟିକର୍ତ୍ତାମାନେ ବାର୍ଦ୍ଧକ୍ୟରେ ପ୍ରବେଶ  କରିବେ ସେତେବେଳେ ଏଇ ପରାଙ୍ଗପୁଷ୍ଟ ଶୁକ୍ଳ  କେଶର ବୋଝ ଭାରତୀୟ ଅର୍ଥନୀତିରେ ବଢ଼ି ବଢ଼ି  ଚାଲିବ ଏବଂ ଜନସଂଖ୍ୟା ବିସ୍ଫୋରଣ ତୁଳନାରେ  ଜନସଂଖ୍ୟା ଅନ୍ତର୍ଦ୍ଧାନର ସମସ୍ୟା ଆମପାଇଁ ଭୟଙ୍କର  ହୋଇ ଉଠିବ । ନୋବେଲ ଲରେଟ ହେନେରୀ  ଡବ୍‌ଲ୍ୟୁ କେଣ୍ଡାଲ୍‌’ଙ୍କ ଅନୁସାରେ- If we don't halt population growth with justice and compassion, it will be done for us by the nature brutally and without pity. ଆଜି ବିଶ୍ୱ ଜନସଂଖ୍ୟା ଦିବସ । ପ୍ରତିବର୍ଷ  ଜୁଲାଇ ମାସ ୧୧ ତାରିଖ ଦିନ ସଚେତନତା ସୃଷ୍ଟି  ଉପଲକ୍ଷେ ସାରା ବିଶ୍ୱରେ ପାଳନ କରାଯାଏ । ଏଇ  ଅବସରରେ ଆସନ୍ତୁ ଆମେ ଶପଥ ନେବା ‘Let us empower young people to create the families they want in a fair and hopeful world’ (Theme this year).

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.