ଆଜିର ଡିଜିଟାଲ୍ ଦୁନିଆରେ ପ୍ରାୟ ଲୋକ ଦିନସାରା କମ୍ପ୍ୟୁଟର ବା ଲ୍ୟାପଟପ୍ ଆଗରେ ବସି ରହୁଛନ୍ତି । ଯଦି ଆପଣ ଘଣ୍ଟା ଘଣ୍ଟା ଧରି ଅଫିସ୍ରେ ବସି ରହୁଥାନ୍ତି, ତେବେ ଅଣ୍ଟା ଯନ୍ତ୍ରଣା ସମସ୍ୟା କେବେ ନା କେବେ ନିଶ୍ଚୟ ହେଉଥିବ । ଦୀର୍ଘ ସମୟ ଧରି ବସିବା ଓ ଖରାପ ବସିବା ଶୈଳୀ ଯୋଗୁ ଅଣ୍ଟା ଯନ୍ତ୍ରଣା ହୋଇଥାଏ । ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯୋଗାସନର ସହାୟତା ନେଇପାରିବେ । ଲଗାତାର ବସି ରହି କାମ କରିବା ଦ୍ୱାରା ଅଣ୍ଟା ଯନ୍ତ୍ରଣା ହେବା ସ୍ୱାଭାବିକ । ବସି କାମ କରିବା ସମୟରେ ପ୍ରାୟ ଲୋକ ବସିବା ଶୈଳୀ ଉପରେ ସେତେଟା ଗୁରୁତ୍ୱ ଦେଇ ନଥାନ୍ତି, ଯାହା ସମସ୍ୟାକୁ ଅଧିକ ବଢାଇ ଦେଇଥାଏ । ଲଗାତାର ବସିବା ଯୋଗୁ ଅଣ୍ଟା ଯନ୍ତ୍ରଣା, ବେକରେ ପବନ ଅଟକିବା ପରି ଲାଗିବା ଓ ପିଠିର ନିମ୍ନ ଭାଗରେ ଯନ୍ତ୍ରଣା ହୋଇଥାଏ । ସେଥିପାଇଁ ଯଦି ଆପଣ ଡେକ୍ସ ଚାକିରି କରୁଥାନ୍ତି, ତେବେ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯୋଗକୁ ଆପଣାଇବା ଜରୁରି । ଯୋଗ କରିବା ଦ୍ୱାରା ଶରୀରର ନମନୀୟତା ବଢିଥାଏ । ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ନିମ୍ନ ଯୋଗ କରିପାରିବେ ।
ଅଧୋମୁଖ ଶବାସନ:
ଏହି ଆସନ ଦ୍ୱାରା ମେରୁଦଣ୍ଡ ହାଡ଼ ଷ୍ଟ୍ରେଚ୍ ହେବା ସହ ଅଣ୍ଟା ଯନ୍ତ୍ରଣାରୁ ଆରାମ ମିଳିଥାଏ । ଏହି ଆସନକୁ ନିୟମିତ କରିବା ଦ୍ୱାରା ପିଠି, କାନ୍ଧ ଓ ପାଦର ମାଂସପେଶୀ ମଜଭୁତ ହୋଇଥାଏ । ଏହା ଜଙ୍ଘକୁ ମଧ୍ୟ ମଜଭୁତ କରିଥାଏ ।
ଯୋଗର ଶୈଳୀ-
ପେଟ ମାଡି ଯୋଗ ମ୍ୟାଟ୍ ଉପରେ ଶୋଇପଡନ୍ତୁ । ନିଶ୍ୱାସ ନେବା ସହ ହାତକୁ ଭୂଇଁରେ ଭରା ଦେଇ ଶରୀରର ମଧ୍ୟ ଭାଗକୁ ଉପରକୁ ଉଠାନ୍ତୁ । ଏହି ସମୟରେ ଶରୀର ଓଲଟା ଇଂରାଜୀ ‘ଭି’ ଅକ୍ଷର ସ୍ୱରୂପ ଦେଖାଯିବ । ୍ନ ହାତକୁ ଭୂଇଁ ଉପରେ ପ୍ରସାରିତ କରିବା ସହ ପାଦରେ ଭୂଇଁରେ ଚାପ ଦିଅନ୍ତୁ । ବେକକୁ ଆରାମରେ ରଖିବା ସହ ନିଶ୍ୱାସକୁ ସ୍ୱାଭାବିକ କରନ୍ତୁ । ୍ନ ଏହି ସ୍ଥିତିରେ ୩୦ ସେକେଣ୍ଡରୁ ୧ ମିନିଟ୍ ଯାଏ ରୁହନ୍ତୁ ।
ବାଳାସନ:
ଏହା ଏକ ଆରାମଦାୟକ ଆସନ । ଦିନସାରା ଡେକ୍ସରେ ବସି କାମ କରିବ ଦ୍ୱାରା ଶରୀର ଷ୍ଟିପ୍ ହୋଇଯାଇଥାଏ । ଏହାକୁ ରିଲାକ୍ସ କରିବା ପାଇଁ ବାଳାସନ ଖୁବ୍ ଲାଭପ୍ରଦ । ଏହାକୁ କରିବା ଦ୍ୱାରା ପିଠିର ନିମ୍ନ ଭାଗର ଯନ୍ତ୍ରଣା କମ୍ ହୋଇଥାଏ । ଏହି ଆସନ ମଧ୍ୟ ଷ୍ଟ୍ରେସ୍ ମୁକ୍ତ କରିଥାଏ ।
ଆସନ ଶୈଳୀ-
ଗୋଡକୁ ପଛକୁ କରି ଆଣ୍ଠୁ ମାଡି ପାଦ ଉପରେ ବସିପଡନ୍ତୁ । ୍ନ ଏବେ ଗଭୀର ନିଶ୍ୱାସ ନେବା ସହ ହାତକୁ ଉପରକୁ ଉଠାନ୍ତୁ । ଶ୍ୱାସ ଛାଡିବ ସହ ମୁଣ୍ଡକୁ ଆଗକୁ ନୁଆଁଇ ଭୂମିରେ ଲଗାନ୍ତୁ । ୍ନ ହାତକୁ ସାମ୍ନାକୁ ପ୍ରସାରିତ କରନ୍ତୁ । ୍ନ ଗଭୀର ନିଶ୍ୱାସ ନେବା ସହ ଏହି ସ୍ଥିତିରେ ୧-୨ ମନିଟ୍ ରୁହନ୍ତୁ ।