ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଭୁବନେଶ୍ୱରକୁ ପ୍ରଦୂଷଣ ମୁକ୍ତ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର, ରାଜଧାନୀରେ ନିର୍ମାଣ ହେବ ୨୩ ଇଭି ଷ୍ଟେସନ

Published By : Rasmita Pradhan | May 8, 2025 10:39 AM

ଭୁବନେଶ୍ୱର, ୦୮/୦୫ : ରାଜଧାନୀ ଭୁବନେଶ୍ୱରକୁ ପ୍ରଦୂଷଣ ମୁକ୍ତ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏଥିପାଇଁ ପ୍ରମୁଖ ଛକରେ ୨୩ଟି ଇଭି ଷ୍ଟେସନ ନିର୍ମାଣ ହେବାକୁ ଯାଉଛି । ପରିବହନ ବିଭାଗ ଏବଂ ବିଏମ୍‌ସିର ମିଳିତ ଭାବେ ଏହି ସବୁ ଷ୍ଟେସନ ନିର୍ମାଣ କରିବେ । ରାଜ୍ୟରେ ସମୁଦାୟ ଏପରି ୧୦୦ ଇଭି ଷ୍ଟେସନ ନିର୍ମାଣ କରିବାକୁ ଯୋଜନା କରିଛି ପରିବହନ ବିଭାଗ । ଭୁବନେଶ୍ୱରରେ ଉତ୍ତର ଜୋନ୍‌ରେ ୯ଟି, ଦକ୍ଷିଣ-ପଶ୍ଚିମ ଜୋନ୍‌ର ୬ଟି ଏବଂ ଦକ୍ଷିଣ-ପୂର୍ବ ଜୋନ୍‌ର ୮ ଜାଗାରେ ଏହି ଇଭି ଷ୍ଟେସନ ନିର୍ମାଣ କରାଯିବ । ସେଥିମଧ୍ୟରେ କଳିଙ୍ଗ ଷ୍ଟାଡିୟମ, ରୂପାଲି, ମାଷ୍ଟରକ୍ୟାଣ୍ଟିନ ଏବଂ ଶିଶୁଭବନ ଛକରେ ପ୍ରାଥମିକ ପର୍ଯ୍ୟାୟରେ କାମ ଆରମ୍ଭ ହୋଇଛି । ଏକ ଘରୋଇ କମ୍ପାନି ଏହି ଇଭି ଷ୍ଟେସନ ନିର୍ମାଣ କରିବାକୁ ଯୋଜନା କରିଛି । ପ୍ରତି ଇଭି ଷ୍ଟେସନ ପାଇଁ ୪୦୦ ବର୍ଗ ଫୁଟ ଜାଗା ରାଜ୍ୟ ସରକାର ଯୋଗାଇ ଦେବେ । 

ଘରୋଇ କମ୍ପାନି ଷ୍ଟେସନ ନିର୍ମାଣ କରିବାକୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବ । ଏଥିରେ ଷ୍ଟେସନ ସହିତ ସୋଲାର ସେଡ୍‌ ନିର୍ମାଣ କରାଯିବ । ଏହି ଇଭି ଷ୍ଟେସନରେ କାର ଏବଂ ବାଇକ୍‌ ଚାର୍ଜିଂ କରାଯିବ । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଫାଷ୍ଟ ଚାର୍ଜକୁ ଘରୋଇ କମ୍ପାନି ୟୁନିଟ ପିଛା (ସରକାରୀ ଦର) ୫.୫୦ପଇସା ଟାଟା ପାୱାରକୁ ଦେବ । ଏହା ସହ ୪.୪୦ଟଙ୍କା ସର୍ଭିସ ଚାର୍ଜ ରଖିବ । ସେଥିରେ ଜିଏସ୍‌ଟି ମିଶାଇଲେ ୧୧ ଟଙ୍କା ହେବ । ବଜାରରେ ବର୍ତ୍ତମାନ ୟୁନିଟ୍‌ ପିଛା ୧୮ ଟଙ୍କା ଖର୍ଚ୍ଚ ହେଉଛି । ଫଳରେ ସରକାରୀ ଚାର୍ଜିଂ ଷ୍ଟେସନ ଦ୍ୱାରା ଗାଡ଼ି ଚାଳକ ଉପକୃତ ହେବେ । ପ୍ରତି ଷ୍ଟେସନରେ ୨ଟି ଚାର୍ଜିଂ ପଏଣ୍ଟ ରହିବ । ଗୋଟିଏ ଫାଷ୍ଟ ଏବଂ ଅନ୍ୟଟି ସ୍ଲୋ ଚାର୍ଜିଂ ପଏଣ୍ଟ ରଖିବାକୁ ଯୋଜନା କରାଯାଇଛି । ୨ ଘଣ୍ଟାରେ ଫାଷ୍ଟ ଚାର୍ଜିଂ ହେବ । ସ୍ଲୋ ଚାର୍ଜିଂ ପାଇଁ ୩ରୁ ୪ ଘଣ୍ଟା ଲାଗିବ । 

ଭୁବନେଶ୍ୱରରେ ଏବେ ଇଭି କାର ଚାହିଦା ବଢିଛି । ସହରରେ ଅଧିକାଂଶ ଲୋକେ ପେଟ୍ରୋଲ ଛାଡି ଇଭି କାର ମୁହାଁ । ସରକାର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଥିବାରୁ ହେବେ ଲୋକେ ଇଭି କାର କିଣୁଛନ୍ତି । ହେଲେ ଚାର୍ଜିଂ ଷ୍ଟେସନ ନଥିବାରୁ ଅସୁବିଧା ହେଉଛି । ତେଣୁ ସହରାଞ୍ଚଳରେ ଚାର୍ଜିଂ ଷ୍ଟେସନକୁ ପ୍ରାଥମିକତା ଦିଆଯାଇଛି । ରାଜ୍ୟରେ ଏପରି ୧୦୦ ଇଭି ଷ୍ଟେସନ ନିର୍ମାଣ କରିବାକୁ ଯୋଜନା କରାଯାଇଛି । ନୂଆ କରି ନିର୍ମାଣ ହେଉଥିବା ୧୯ ଟ୍ରକ ଟର୍ମିନାଲରେ ଏହି ଚାର୍ଜିଂ ପଏଣ୍ଟ ଲାଗିବ । ସେହିପରି ରାଜ୍ୟରେ ୩୫ଟି ଆରଟିଓ ଓ ୩ଟି ସ୍ପେଶାଲ ଆରଟିଓରେ ୩୮ଟି ଇଭି ଷ୍ଟେସନ ନିର୍ମାଣ କରାଯିବ । ଭୁବଶ୍ୱେରରେ ୨୩ଟି କରିବାକୁ ଯୋଜନା ହୋଇଛି । ବାକି ସ୍ଥାନରେ ପରିବହନ ବିଭାଗ ପକ୍ଷକୁ ଜାଗା ଚିହ୍ନଟ ପରେ ଇଭି ଷ୍ଟେସନ ନିର୍ମାଣ କରାଯିବ ।

ଏହି ଖବରଟିକୁ ପଢନ୍ତୁ-ଉପଭୋକ୍ତାଙ୍କୁ ବିଦ୍ୟୁତ ବିଭାଗର ଚକମା, ଦାଉ ସାଧୁଛି ଲୋ-ଭୋଲଟେଜ୍‌

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.