ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କ୍ୟାବିନେଟ ବୈଠକରେ ୮ ପ୍ରସ୍ତାବ ଅନୁମୋଦନ : ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା

Published By : Suraj Kumar | May 7, 2025 11:10 PM

ଭୁବନେଶ୍ବର,୭।୫ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି। କ୍ୟାବିନେଟ ବୈଠକରେ  ମୁଖ୍ୟମନ୍ତ୍ରୀ ବସ ସେବାକୁ ମଞ୍ଜୁରୀ ମିଳିଛି। ଏଥିରେ ରାଜ୍ୟର ପ୍ରମୁଖ ବାଣିଜ୍ୟ କେନ୍ଦ୍ର, ଶିକ୍ଷା, ସ୍ବାସ୍ଥ୍ୟନୁଷ୍ଠାନ, ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନକୁ ବସ ଗଡିବ। ଏଥିରେ ମହିଳା, ଛାତ୍ରଛାତ୍ରୀ  ଭିନ୍ନକ୍ଷମ ଓ ତୃତୀୟ ଲିଙ୍ଗକୁ ଙ୍କୁ ୫୦ ପ୍ରତିଶତ ରିହାତି ଭଡା ମିଳିବ। ବସଗୁଡିକରେ ସିସିଟିଭି କ୍ୟାମେରା, ଲାଇଭ ଟ୍ରାକିଂ, ଯାତ୍ରୀ ସୂଚନା ବ୍ୟବସ୍ଥା ଓ ପାନିକ ବଟନ୍ ଇତ୍ୟାଦି ପରି ଆଧୁନିକ ବନ୍ଦୋବସ୍ତ ରହିଛି। ଓଏସଆରଟିସି ଅଧୀନରେ ଚଳାଚଳ କରିବ ବସ୍। 

 ପ୍ରାଣୀଚିକିତ୍ସା ବୈଷୟିକ ସେବା ନିଯୁକ୍ତି ଏବଂ ସର୍ଭାବଳୀ ନିୟମ- ୨୦୨୪ କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ପ୍ରସ୍ତାବିତ ଓଡିଶା ପ୍ରାଣୀ ଚିକିତ୍ସା ବୈଷୟିକ ସେବା (ନିଯୁକ୍ତି ସର୍ଭାବଳୀ) ନିୟମ-୨୦୨୪ ଅନୁଯାୟୀ ପୂର୍ବରୁ ବିଦ୍ୟମାନ ଓଡିଶା ଅଣ ଗେଜେଟେଡ୍ ପ୍ରାଣୀ ଚିକିତ୍ସା ବୈଷୟିକ ସେବା (ନିଯୁକ୍ତି ସର୍ତ୍ତାବଳୀ) ନିୟମ-୧୯୮୩ ଏବଂ ପରବର୍ତ୍ତୀ ସମସ୍ତ ସଂଶୋଧନକୁ ବଦଳା ଯିବ। ଏଥି ସହିତ ପୁରୁଣା ଓ ଅନାବଶ୍ୟକ ନିୟମକୁ ପ୍ରତ୍ୟାହାର କରି ନିକଟରେ ପୁର୍ନଗଠିତ ହୋଇଥ‌ିବା ଓଡିଶା ପ୍ରାଣୀ ଚିକିତ୍ସା ବୈଷୟିକ ସେବା କ୍ୟାଡରକୁ ନିୟନ୍ତ୍ରିତ କରିବା ନିମନ୍ତେ ପ୍ରସ୍ତାବ ରଖାଯାଇଛି। ଓଡିଶା ପ୍ରାଣୀଚିକିତ୍ସା ବୈଷୟିକ ସେବା କ୍ୟାଡରରେ ୧୧୩ ନୂତନ ପଦବୀ ସୃଷ୍ଟି କରାଯାଇ ଏହାର କ୍ଷମତା ୪,୦୪୫ ରୁ ୪,୧୫୮  କୁ ବୃଦ୍ଧି କରାଯାଇଛି।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ମଳ ( ସାର୍ବଜନୀନ ସ୍ବାସ୍ଥ୍ୟ କେନ୍ଦ୍ରରେ ଆନୁଷଙ୍ଗିକ ସେବାକୁ ସୁଦୃଢ଼ କରିବା) ଯୋଜନାକୁ ଅନୁମୋଦନ ମିଳିଛି। ହାଉସ କିପିଙ୍ଗ, ସ୍ବଚ୍ଛତା ସେବା,  ଲଣ୍ଡି ସେବା, ସୁରକ୍ଷା ସେବା ଏବଂ ଆଟେଣ୍ଡାଣ୍ଟସେବା ଇତ୍ୟାଦି ଆନୁଷଙ୍ଗିକ ସେବାଗୁଡିକର କାର୍ଯ୍ୟକାରିତାକୁ ଆହୁରି ବୃଦ୍ଧି କରାଯିବ।  ପାଞ୍ଚ   ବର୍ଷ ପାଇଁ ୫,୧୭୪.୭୯ କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳକୁ ଅନୁମୋଦନ କରିଛନ୍ତି । 

ସେହିପରି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ବିପର୍ଯ୍ୟୟ ସମୟରେ ଏବଂ ପରେ ଅତ୍ୟାବଶ୍ୟକ ପରିବହନରେ ସର୍ବନିମ୍ନ ବ୍ୟାଘାତକୁ ସୁନିଶ୍ଚିତ କରିବା।   ଏଥି ସ୍ଥିର ସଡକ ଭିତ୍ତିଭୂମି ନିର୍ମାଣ କରିବା ଯାହା ରାଜ୍ୟର ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ଜରୁରୀକାଳୀନ ପ୍ରମୁଖ କାର୍ଯ୍ୟକ୍ଷମ ସେବାରେ ଯେପରି ବାଧା ସୃଷ୍ଟି ନ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.