ପ୍ରମୁଖ ଖବର
  • ରାୟଗଡା : ସଂଘବଦ୍ଧ ଆକ୍ରମଣରେ ମହିଳା ମୃତ , ୭ ଗିରଫ
  • ||
  • ଜୁନ୍ ୭ରୁ ଯୁକ୍ତ ୨ ନାମଲେଖା ଆବେଦନ, ମୋଟ୍‌ ୫.୨୫ ଲକ୍ଷ ସିଟ୍‌ରେ ହେବ ଆଡମିସନ୍
  • ||
  • ଭୁବନେଶ୍ୱର: ଡ୍ରେନ୍‌ ଭିତରୁ ମିଳିଲା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ
  • ||
  • ପ୍ରଧାନମନ୍ତ୍ରୀଙ୍କ ମାରାଥନ୍‌ ବୈଠକ, ୧୦୦ ଦିନର ଏଜେଣ୍ଡା ନେଇ କରିବେ ସମୀକ୍ଷା
  • ||
  • ନରେନ୍ଦ୍ର ବାଣ ବିସ୍ଫୋରଣ ମାମଲା: ମୃତ୍ୟୁ ସଂଖ୍ୟା ୧୧ ବୃଦ୍ଧି, ୧୯ ଜଣଙ୍କ ଚାଲିଛି ଚିକିତ୍ସା
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ପପୁଆ ନ୍ୟୁ ଗିନିକୁ ଭେଟିବ ୱେଷ୍ଟ ଇଣ୍ଡିଜ, ପ୍ରୋଭିଡେନ୍ସରେ ହେବ ବ୍ୟାଟିଂ ବିସ୍ଫୋରଣ
  • ||
  • ନିର୍ବାଚନ ଅପ୍‌ଡେଟ୍: ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ଭୋଟ ଗଣତି ଜାରି
  • ||
  • ସରିଲା ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଅବଧି, ରବିବାର ଫେରିବେ ତିହାର ଜେଲ୍
  • ||
  • ଶେଷ ପର୍ଯ୍ୟାୟରେ ୬୨% ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ, ବିହାରରେ ସର୍ବନିମ୍ନ
  • ||
  • ବୁଥ ବାହୁଡାମତରେ ଏନ୍ଡିଏକୁ ବହୁମତ, ୩୫୦ ପାର୍‌ NDA, ହ୍ୟାଟ୍ରିକ କରିବେ ମୋଦି
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ଅଂଶୁଘାତ ନେଉଛି ଜୀବନ: ଜଳିବ ପଶ୍ଚିମ ଓଡ଼ିଶା, ୫ ଯାଏ ଉପକୂଳରେ ଗୁଳୁଗୁଳି
  • ||

ଭୋଟ୍ ଗ୍ରହଣ ଆରମ୍ଭରୁ ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଇଭିଏମ୍ ତ୍ରୁଟି, ମତଦାନରେ ବିଳମ୍ବ

ଭୁବନେଶ୍ଵର, ୨୦/୦୫ : ସୋମବାର ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା। ମତଦାନ ଆରମ୍ଭରୁ ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଇଭିଏମ୍ ତ୍ରୁଟି ଦେଖାଦେଇଛି। ଫଳରେ ମତଦାନରେ ବିଳମ୍ବ ହୋଇଛି। ବଲାଙ୍ଗୀର ସଇଁନ୍ତଳା ବ୍ଲକ କୁଆଁର ଗାଁ ୧୫୧ ନମ୍ବର ବୁଥରେ ଇଭିଏମ୍ ତ୍ରୁଟି ଘଟଣା ସାମ୍ନାକୁ ଆସିଛି। ସେଠାରେ ଏକ ଘଣ୍ଟା ଧରି ଭୋଟ ଗ୍ରହଣ ବନ୍ଦ ରହିଛି। ସେହିପରି ସୁବର୍ଣ୍ଣପୁର-ସୋନପୁର ନିର୍ବାଚନ ବିଧାନସଭା ନିର୍ବାଚନ ମଣ୍ଡଳୀର ମେଣ୍ଡା ୨୩୭ ନମ୍ବର ବୁଥରେ ଇଭିଏମ୍ ଅଚଳ। ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଓପିଏମ ବାଳିକା ହାଇସ୍କୁଲରେ ୧୨ ନମ୍ବର ବୁଥରେ ଇଭିଏମ୍‌ରେ ତ୍ରୁଟି ହୋଇଛି। ବଲାଙ୍ଗୀର ସଇଁନ୍ତଳା ବ୍ଲକ କୁଆଁର ଗାଁରେ ୧୫୧ ନମ୍ବର ବୁଥରେ ଇଭିଏମ୍‌ରେ ତ୍ରୁଟି। ସେଠାରେ ଏକ ଘଣ୍ଟା ଧରି ଭୋଟ ଗ୍ରହଣ ବନ୍ଦ ରହିଛି। ସେହିପରି ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଉଫୁଲା ଓ ସାଗଜୁରି (୧୭୮) ବୁଥରେ ଇଭିଏମ୍ ଅଚଳ। ବର୍ତ୍ତମାନ ସୁଦ୍ଧା ମତଦାନ ଆରମ୍ଭ ହୋଇପାରିନି।

ଏତଦ୍ ବ୍ୟତୀତ ସୁନ୍ଦରଗଡ଼, ପୌରାଞ୍ଚଳର ୨୧୧, ୨୩୪ ନମ୍ବର ବୁଥରେ ଇଭିଏମ୍ ଅଚଳ ହୋଇଛି। ଭଞ୍ଜନଗର, ଯୋଗୀମାରୀ ୧୦୬ ନଂ ବୁଥରେ ଇଭିଏମ୍ ତ୍ରୁଟି ଯୋଗୁଁ ଭୋଟ ପ୍ରକ୍ରିୟା ବନ୍ଦ ରହିଛି। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ନିର୍ବାଚନ ମଣ୍ଡଳୀ ମେଣ୍ଡା ଗାଁ ୨୩୭ ନମ୍ବର ବୁଥରେ ଇଭିଏମ୍ ଅଚଳ। ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ବୁଥ ନମ୍ବର ୧୩୬ରେ ମସିନରେ ତ୍ରୁଟି ଯୋଗୁଁ ଆରମ୍ଭ ହୋଇପାରିନି ଭୋଟ ଗ୍ରହଣ। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ନିର୍ବାଚନ ମଣ୍ଡଳୀ ମେଣ୍ଡା ଗାଁ  ୨୩୭ ନମ୍ବର ବୁଥରେ ଇଭିଏମ୍ ଅଚଳ। ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ୧୧୪ ନମ୍ବର ବୁଥ ମହୁଲପଡା ପଞ୍ଚାୟତ ଗୁଲମୀରେ ଅବ୍ଯବସ୍ଥା ଅଭିଯୋଗ ପରେ ବୁଥ୍ ଏଜେଣ୍ଟ ଭାବେ ନିଯୁକ୍ତ ହୋଇଥିବା ଗାଁସାଥୀ ରାଜୀବ ଭୋଇଙ୍କୁ ମତଦାନ କେନ୍ଦ୍ରରୁ ବାହାର କଲେ ପ୍ରିଜାଇଡିଙ୍ଗ ଅଫିସର।



  • prameyanews
  • PrameyaOdia
  • prameya
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.