ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

Exit Poll 2024: ଓଡ଼ିଶାରେ ବିଜେପି-ବିଜେଡି ମଧ୍ୟରେ ହେବ କଡ଼ା ଫାଇଟ୍‌; ଉଭୟ ଦଳ ପାଇପାରନ୍ତି ୬୨ ରୁ ୮୦ ଆସନ

ନୂଆଦିଲ୍ଲୀ,୦୨/୦୬: ଏପ୍ରିଲ୍ ୧୯ରୁ ଆରମ୍ଭ ହୋଇଥିବା ସାଧାରଣ ନିର୍ବାଚନ ୨୦୨୪ ପାଇଁ ମତଦାନ ଶନିବାର ଜୁନ୍ ୧ ରେ ଶେଷ ହୋଇଛି । ୫୪୩ ଲୋକସଭା ଆସନର ପରିଣାମ ଇଭିଏମରେ ସିଲ୍‌ ହୋଇଛି। ଏଥି ସହିତ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ବିଧାନସଭା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। ଜୁନ୍‌ ୪ରେ ଜଣାପଡ଼ିବ ଦେଶରେ କିଏ ଗଢ଼ିବ ସରକାର।  କିନ୍ତୁ ନିର୍ବାଚନ ସରିବା ପରେ ଏବଂ ଫଳାଫଳ ବାହାରିବା ପୂର୍ବରୁ ଗୁରୁତ୍ବପୂର୍ଣ୍ଣ ଆକଳନ ଦେଇଥାଏ ଏକ୍‌ଜିଟ ପୋଲ୍‌। ତେବେ ଏକ୍‌ଜିଟ ପୋଲ୍‌ ଯଦିଓ ସମ୍ପୁର୍ଣ୍ଣ ସତ ତଥ୍ୟ ଦିଏନି, ତଥାପି କେଉଁଠି ନା କେଉଁଠି ଏହା କିଛି ପରିମାଣରେ ସ୍ଥିତିକୁ ସ୍ପଷ୍ଟ କରିଥାଏ।

ଏହାରି ଭିତରେ ରବିବାର ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇ ଇଣ୍ଡିଆ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏକଜିଟ୍‌ ପୋଲ୍ ଜାରି କରିଛି। ସର୍ଭେ ଅନୁସାରେ ବିଜେବି ଏବଂ ବିଜେବି ମଧ୍ୟରେ କଡ଼ା ମୁକାବିଲା ହେଉଛି। ଉଭୟ ଦଳକୁ ୬୨ ରୁ ୮୦ ଆସନ ମିଳିବା ନେଇ ଅନୁମାନ କରାଯାଇଛି । ଅନ୍ୟପଟେ କଂଗ୍ରେସକୁ ୫-୮ ଆସନ ମିଳିପାରେ । ତେବେ ଭୋଟ ସେୟାର ମାମଲାରେ ବିଜେପିକୁ ୪୨ ପ୍ରତିଶତ ଭୋଟ ସେୟାର ମିଳିପାରେ । ସେହିପରି ବିଜେଡି ଭୋଟ ହାର ମଧ୍ୟ ୪୨ ପ୍ରତିଶତତି ରହିପାରେ। ଅନ୍ୟପଟେ କଂଗ୍ରେସକୁ କେବଳ ୧୨ ପ୍ରତିଶତ ଭୋଟ ମିଳୁଥିବା ସର୍ଭେ କହୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.