ପ୍ରମୂଖ ଖବର
  • ମାଲକାନଗିରି ସୀମାନ୍ତରେ ବଡ ଧରଣର ଅପରେସନ୍, ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୮ ମାଓବାଦୀ ନିହତ
  • ||
  • କଇଁଛ ଚୋରା ଚାଲାଣ ବେଳେ ଚାରି ଜଣକୁ ଧରିଲା ଝରିଗାଁ ବନ ବିଭାଗ।
  • ||
  • ଚିଲିକାରେ ପୁଣି ଫସିଲା ଡଙ୍ଗା, ୧୦ ବାଇକ୍ ସହ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା
  • ||
  • ରାମମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଜୈସ୍‌-ଇ-ମହମ୍ମଦ ଧମକ, ଅଯୋଧ୍ୟାରେ ହାଇଆଲର୍ଟ
  • ||
  • କୁଏତରୁ ଓଡ଼ିଶା ଫେରିଲା ୨ଯୁବକଙ୍କ ମୃତଦେହ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ବସ୍, ୪ ଆହତ
  • ||
  • ନିଧି ଫାଇନାନ୍ସ ଠକେଇ ମାମଲା: ତୁଷାର ଭଞ୍ଜଙ୍କ ସରିଲା ରିମାଣ୍ଡ, ଇଓଡବ୍ଲ୍ୟୁ ନିରାଶ
  • ||
  • ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ: ପିଠା ପଣାରେ ମହକୁଛି ଗାଁଠୁ ସହର, ସବୁଠି ଉତ୍ସବ ମୁଖର
  • ||
  • ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଶୋଭାଯାତ୍ରାରେ ବାଣ ଫୁଟା ଓ ଡିଜେ ଉପରେ ସମ୍ପୂର୍ଣ୍ଣ ରୋକ୍‌, ୧୦ ତାରିଖ ରାତି ୧୧ଟାରେ ବରାନୁଗମନ

ଭୁବନେଶ୍ୱର,୦୨/୦୬: ଏଥର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଶୋଭାଯାତ୍ରାରେ ବାଣ ଫୁଟା ଓ ଡିଜେ  ଉପରେ ସମ୍ପୂର୍ଣ୍ଣ ରୋକ୍‌ ଲଗାଯାଇଛି । ନିଶାଡିଙ୍କ ଉପରେ କଡାନଜର ରଖା ଯିବ । ଆବଶ୍ୟକ ସ୍ଥଳେ ସ୍ପଟ ଉପରେ  ସନ୍ଦିଗ୍ଧଙ୍କ ଆଲକହଲ ଡିଟେକସନ୍‌  ବ୍ରେଥ ଆନାଲିଶିଷ ଟେଷ୍ଟ କରାଯାଇ  ଦଣ୍ଡିତ କରାଯିବ ବୋଲି ଶୀତଳଷଷ୍ଠୀ  ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆ  ଯାଇଛି । ଶନିବାର ମନ୍ଦିର କାର୍ଯ୍ୟାଳୟ  ପରିସରରେ ଅତିରିକ୍ତ ଜିଲ୍ଲାପାଳ ତଥା  କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ  ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ  ଅନୁଷ୍ଠିତ ହୋଇଥିଲା ।  

ସମସ୍ତ ନିଯୋଗ ସହିତ  ସେବାୟତ ପ୍ରତିନିଧିଙ୍କ ସହିତ  ଆଲୋଚନା କରି ୧୦ ତାରିଖରେ  ବିବାହ ନୀତି ଏବଂ ୧୧ ତାରିଖରେ ଶୀତଳଷଷ୍ଠୀ ଶୋଭାଯାତ୍ରା ଆୟୋଜନ  ହେବ ବୋଲି ଚୁଡାନ୍ତ ହୋଇଛି ।  ବିଗତ ବର୍ଷର ନୀତି ନିର୍ଘଣ୍ଟକୁ ମଧ୍ୟ  କାର୍ଯ୍ୟକାରୀ କରାଯିବାକୁ ସମସ୍ତେ  ସହମତି ହୋଇଥିଲେ ।

ତଦନୁଯାୟୀ  ୧୦ ତାରିଖ ସୋମବାର ରାତିରେ ପ୍ରାୟ ୨୦୦ ଜଣ ବରଯାତ୍ରୀଙ୍କ ନିମନ୍ତେ ଭୋଜିଭାତ ହେବ । ଏହାପରେ ରାତି ୧୦ଟାରୁ ୧୧ଟା ମଧ୍ୟରେ ଗୌରୀ ମନ୍ଦିର ଅଭିମୁଖେ ବରଯାତ୍ରୀ ଯିବେ । ଭୋର ୩ଟା ସୁଦ୍ଧା ହସ୍ତଗଣ୍ଠୀ ପଡିବ। ନବ ଦମ୍ପତି ଦିନ ତମାମ ଗୌରୀଙ୍କ ପୀଠରେ ଅବସ୍ଥାନ କରିବେ । ରାତି  ଠିକ୍‌ ୧୦ଟାରେ ମନ୍ଦିର ଅଭିମୁଖେ  ପ୍ରତ୍ୟାବର୍ତ୍ତନ କରିବେ । ଏହି ଫେରନ୍ତା  ଶୋଭାଯାତ୍ରାରେ କେବଳ ପାରମ୍ପରିକ  ନୃତ୍ୟ ଓ ବାଜା ବ୍ୟବସ୍ଥା କରିବାକୁ  ଶୀତଳଷଷ୍ଠୀ କମିଟିକୁ ପରାମର୍ଶ  ଦିଆଯାଇଛି ।

ଏଥର ବିବାହ ରାତିରେ  ଶ୍ରୀଲିଙ୍ଗରାଜ ମନ୍ଦିର ଠାରେ ୨୦୦୦  ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର  ବ୍ୟବସ୍ଥା କରିବାକୁ ସେବାୟତ ମାନେ ନିଷ୍ପତ୍ତି ନେଇଛନ୍ତି । ସେହିପରି  ଶୀତଳଷଷ୍ଠୀରେ କେଦାରଗୌରୀ  ମନ୍ଦିରରେ ମଧ୍ୟ ଭୋଜିଭାତର  ଆୟୋଜନ ହେବ । ଆଜିର ବୈଠକରେ ଶ୍ୟାମ ସୁନ୍ଦର ମହାପାତ୍ର, ବିରଞ୍ଚି  ନାରାୟଣ ପତି, ପ୍ରସନ୍ନ ପୂଜାପଣ୍ଡା,  ସଚ୍ଚିକାନ୍ତ ପୂଜାପଣ୍ଡା, କମଳାକାନ୍ତ  ବଡୁ, ରାଜେନ୍ଦ୍ର ସମର୍ଥା,ପ୍ରଶାନ୍ତ ସମର୍ଥା, ଶୀତଳଷଷ୍ଠୀ କମିଟିର  ପୃଥ୍ୱୀକାନ୍ତ ମହାପାତ୍ର, ସନତ ମିଶ୍ର,  ଥାନାଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ,  ବିଷୋୟୀ ସେବାୟତ, ଆପଟିଆଙ୍କ  ସମେତ ମନ୍ଦିର ପୁରୋହିତ,ଚର୍ଚ୍ଚେିଇତ  ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ବିବାହ ତିଥିକୁ ନେଇ ଦ୍ୱନ୍ଦ୍ୱ

ଚଳିତ ବର୍ଷ ପାଇଁ ବିଭିନ୍ନ ପଞ୍ଜିକାରେ ଶିବ ବିବାହ ତିଥି ଓ ନିର୍ଘ୍ୟଣ୍ଟ ପୃଥକ  ଭାବେ ବର୍ଣ୍ଣନା ରହିଛି । ତେଣୁ ଏହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । କିଛି ପଞ୍ଜିକାରେ  ୧୦ ତାରିଖ ଶିବ ବିବାହ ଉଲ୍ଲେଖ କରାଯାଇଥିବା ବେଳେ ଆଉ କିଛି ପଞ୍ଜିକାରେ  ୧୧ ତାରିଖ ବୋଲି ଦର୍ଶାଯାଇଛି । ତେଣୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜ୍ୟୋତିଷ  ଓ ସେବାୟତଙ୍କ ସମ୍ମତି କ୍ରମେ ୧୦ ତାରିଖରେ ବିବାହ ଏବଂ ୧୧ ତାରିଖରେ  ଶୀତଳଷଷ୍ଠୀ ଶୋଭାଯାତ୍ରା ଆୟୋଜନ କରାଯିବା ନେଇ ନିଷ୍ପତ୍ତି ହୋଇଛି ।

ଅନୁପସ୍ଥିତ ରହିବେ କପିଳେଶ୍ୱର! 

ଦେବ ପରମ୍ପରା ଅନୁଯାୟୀ ଏକାମ୍ରଅଧୀଶ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ  ବିବାହ ଉତ୍ସବରେ ମହାମନ୍ତ୍ରୀ କପିଳେଶ୍ୱର ସାକ୍ଷୀ ଭାବେ ଉପସ୍ଥିତ ରହିବାର ବ୍ୟବସ୍ଥା ଥିଲା । କିନ୍ତୁ ବିଗତ ୯ ବର୍ଷ ହେବ ଏହି ପରମ୍ପରା ରକ୍ଷା  ହେଉ ନାହିଁ । ଚଳିତ ବର୍ଷ ମଧ୍ୟ ମନ୍ଦିର ଟ୍ରଷ୍ଟବୋର୍ଡ ତରଫରୁ କୌଣସି  ପଦକ୍ଷେପ ନିଆଯାଇ ନାହିଁ ବୋଲି କିଛି ସେବାୟତ କହିଛନ୍ତି । ତେଣୁ ଏହି  ଦେବ ବିବାହ ନୀତିରେ କପିଳେଶ୍ୱର ଆପାତତଃ ଅନୁପସ୍ଥିତ ରହିବେ ।


  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.