କାଶୀପୁର, ୨।୬ କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ମଇଲଗୁଡ଼ା ଗ୍ରାମରେ ଶନିବାର ରାତିରେ ଅଭାବନୀୟ ଘଟଣା ଘଟିଛି ।ପାରିବାରିକ କଳହକୁ କେନ୍ଦ୍ର କରି ଦିନା ମଣି ନାଏକ ଙ୍କୁ ଗ୍ରାମର କିଛିଜଣ ପିଟି ପିଟି ହତ୍ୟା କରିଛନ୍ତି।ଦିନାମଣି ନାଏକଙ୍କ ସ୍ୱାମୀ ସୁବେର ନାଏକ ଘଟଣା ସମ୍ପର୍କରେ ଟିକିରି ଥାନାରେ ଏତଲା ଦେଇଛନ୍ତି ।ପୁଲିସ ଏହାର ତଦନ୍ତ କରି ଘଟଣାରେ ସଂପୃକ୍ତ ୭ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନାଯୋଗ୍ୟ ଦୁଡୁକା ବାହାଲ ପଞ୍ଚାୟତ ଅନ୍ତର୍ଗତ ମଇଲଗୁଡ଼ା ଗ୍ରାମର ସୁଗେର ନାଏକ କୁଣ୍ଡା ବ୍ୟବସାୟ କରି ଜୀବିକା ନିର୍ବାହ କରନ୍ତି। ଗତକାଲି ରାତି ପ୍ରାୟ ସାଢ଼େ ସାତଟାରେ ସୁବେର ଘରକୁ ଫେରିବା ପରେ ଗ୍ରାମର ଜୀବନ ନାଏକ ଏବଂ ତାଙ୍କ ପତ୍ନୀ, ଝିଅ ଏବଂ ଭଉଣୀ ଏବଂ ଭଉଣୀ ଜ୍ବାଇଁ ମିଶି ଗଣ୍ଡଗୋଳ କରିଥିଲେ । ସ୍ୱାମୀଙ୍କୁ ସମସ୍ତେ ମିଶି ମାରୁଥିବାର ଦେଖି ପତ୍ନୀଦିନା ମଣି ଛଡାଇବାକୁ ଗଲା ବେଳେ ତାଙ୍କୁ ମଧ୍ୟ ବିଧା ଗୋଇଠା ମାଡ଼ ମାରି ଅଚେତ କରିଥିଲେ । ସଂଘବଦ୍ଧ ଆକ୍ରମଣରେ ଦିନା ମଣି ଗୁରୁତର ହୋଇ ପଡିବାରୁ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆ ଯାଇଥିଲା । କିନ୍ତୁଡାକ୍ତର ମୃତ ଘୋଷଣା କରିଥିଲେ।
ଘଟଣା ସମ୍ପର୍କରେ ଟିକିରି ଥାନାରେ ଏତଲା ହେବା ପରେପୁଲିସ ଏହାର ତଦନ୍ତ କରି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲା । ଆଜି ସକାଳେମୃତ ଦେହର ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।ଏହି ଘଟଣାରେ ଟିକିରି ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇ ଥିବାର ଟିକିରି ଥାନା ଆଇ ଆଇ ସିବିଶ୍ୱ ବନ୍ଦିନୀ ବାଗ ସୂଚନା ଦେଇଛନ୍ତି ।
ଆହୁରି ପଢନ୍ତୁ : ବଜ୍ରପାତରେ ୨ ଶ୍ରମିକଙ୍କ ମୃତ୍ୟୁ, ମୀନାବଜାରରେ ଶ୍ରମିକ ଭାବେ କରୁଥିଲେ କାମ