ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବଜ୍ରପାତରେ ୨ ଶ୍ରମିକଙ୍କ ମୃତ୍ୟୁ, ମୀନାବଜାରରେ ଶ୍ରମିକ ଭାବେ କରୁଥିଲେ କାମ

ସାନଖେମଣ୍ଡି, ୨।୬ :  ପାଟପୁର ଗାନ୍ଧୀ ଛକ ଲଷ୍ମୀ ମନ୍ଦିର ନିକଟରେ ଚାଲିଥିବା ଠାକୁରାଣୀ ଯାତ୍ରା  ମିନାବଜାରରେ ବଜ୍ରପାତ ହେବାରୁ  ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ୨ ଜଣ ହେଲେ ଡୁଗୁଲା ପ୍ରଧାନ ଓ ସନ୍ୟାସୀ ସାହୁ। ଡୁଗୁଲା ଙ୍କ ଘର ପୁରୀ ଜିଲ୍ଲା ନିରାକାର ପୁର ନିକଟ ଆଳିପଡ଼ା ଓ ସନ୍ୟାସୀ ଙ୍କ ଘର ପୋଲସରା କଳମ୍ବ ନିକଟ ଗୁଡ଼ିଆପଦା ଗ୍ରାମର ବୋଲି ଜଣାପଡିଛି ।

ପାଟପୁର ଗାନ୍ଧୀ ଛକ ଲଷ୍ମୀ ମନ୍ଦିର ନିକଟରେ ଚାଲିଥିବା ଠାକୁରାଣୀ ଯାତ୍ରା ମିନାବଜାରରେ ଡୁଗୁଲା ପ୍ରଧାନ ଓ ସନ୍ୟାସୀ ସାହୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।  ସେମାନେ ଏକ ଆମ୍ବଗଛ ମୂଳେ ବସିଥିବା ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। 

ଆହୁରି ପଢନ୍ତୁ : ପାରିବାରିକ କଳହ : ମୋବାଇଲ ଟାୱାର ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.