ପ୍ରମୂଖ ଖବର

ଭୋଜି ଖାଇ ବାଇକରେ ଆସୁଥିଲେ, ଦୁର୍ଘଟଣାରେ ୨ ମୃତ

କଳାହାଣ୍ଡି, ୨।୬ : ପିପଲଭାଡ଼ି ନିକଟରେ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛି। ମୃତକ ଦୁଇଜଣ ହେଲେ ଠେମରା ଗାଁ ର ଦୁର୍ବାଦଲ ଶବର(୩୫) ଓ ଘନଶ୍ୟାମ ଶବର(୨୭) । ଗୁରୁତର ବିକ୍ରମ ଶବରଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 

ଭୋଜି ଖାଇ  ୩ ଜଣ ବାଇକରେ ଘରକୁ ଫେରୁଥିଲେ। ପିପଲଭାଡି ନିକଟରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଥିଲା। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ସଦର ଥାନା ପୋଲିସ  ପହଞ୍ଚି ଘଟଣାର  ତଦନ୍ତ କରୁଛି। 

ଆହୁରି ପଢନ୍ତୁ : ବଜ୍ରପାତରେ ୨ ଶ୍ରମିକଙ୍କ ମୃତ୍ୟୁ, ମୀନାବଜାରରେ ଶ୍ରମିକ ଭାବେ କରୁଥିଲେ କାମ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.