ପ୍ରମୂଖ ଖବର
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ପାରିବାରିକ କଳହ : ମୋବାଇଲ ଟାୱାର ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ମୋହନା, ୨।୬ - ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ନୂଆଗଡ ରେ ମୋବାଇଲ ଟାୱାର ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ l ମୃତ ଯୁବକ ଜଣକ ହେଲେ ନୂଆଗଡ ର ନାରାୟଣ ସୁବୁଦ୍ଧି l

ସୂଚନା ମୁତାବକ ଯୁବକ ଜଣକ  ମୋବାଇଲ ଟାୱାର ଉପରକୁ ଚଢ଼ିଥିଲେ l ତେବେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ଯୁବକ ଜଣକ ଟାୱାର ର ପ୍ରାୟ ୪୦ ଫୁଟ ଉପରୁ ତଳକୁ ଡେଇଁ ପଡ଼ିଥିଲେ l ତୁରନ୍ତ ସ୍ଥାନୀୟ ଲୋକେ ଓ ନୂଆଗଡ ଅଗ୍ନିଶମ ବାହିନୀ ଗୁରୁତର ଅବସ୍ଥାରେ ଖଜୁରୀପଦା ମେଡିକାଲ ରେ ଭର୍ତ୍ତି କରିଥିଲେ l ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ପୋଲିସ ମୃତ ଦେହ ଜବତ କରିଛି l ପାରିବାରିକ କଳହରୁ ନାରାୟଣ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସୂଚନା ଦେଇଛି ।

ଆହୁରି ପଢନ୍ତୁ : ପୁରୀ ବାଣ ବିସ୍ଫୋରଣ ଘଟଣା : ଆଉ ଜଣେ ମୃତ, ଆତ୍ମୀୟ ସ୍ୱଜନ ନଥିବାରୁ ହୋଇପାରୁନି ମୃତଦେହ ଚି଼ହ୍ନଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.