ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ନିଖୋଜ, ମାଓ ଅପହରଣ ସନ୍ଦେହ

ମାଲକାନଗିରି/କାଲିମେଳା, ୨/୬ : ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଡାକ୍ତର ଅମ୍ଲାନ ଭୋଇ ଆଜି ଭୋରରୁ ନିଜ ରୁମରୁ ନିଖୋଜ ହୋଇଯାଇଛନ୍ତି। ଏହା ମାଓ ଅପହରଣ ସନ୍ଦେହ କରାଯାଇ ହସ୍ପିଟାଲ ପକ୍ଷରୁ କାଲିମେଳା ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ପକ୍ଷରୁ ଜୋରଦାର ତଦନ୍ତ ଆରମ୍ଭ ହୋଇ ବିଭିନ୍ନ ସ୍ଥାନରେ ଖୋଜା ଚାଲିଛି।

କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଲାନ କୁମାର ଭୋଇ ଙ୍କୁ କେହି ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ଅପହରଣ କରିନେଇଥିବା ଜଣାପଡ଼ିଛି। ଅମ୍ଲାନ କୁମାର ଭୋଇଙ୍କ ନିଜ ଘର କନ୍ଧମାଳ ଜିଲ୍ଲାରେ। ସେ ଗତ ୫ମାସ ତଳେ କାଲିମେଳା ହସ୍ପିଟାଲରେ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ସରକାରୀ କ୍ଵାଟର୍ସରେ ହସ୍ପିଟାଲର ବିଭିନ୍ନ ସମସ୍ୟାକୁ ନେଇ କିଛି ହାତ ଲେଖା ପୋଷ୍ଟର ଛଡା ଯାଇଥିବାର ଜଣାପଡିଛି। ସେହି ପୋଷ୍ଟରରେ ସିପିଆଇ ମାଓବାଦୀ ବୋଲି ଲେଖାଥିବା ଏକ ଚିଠି ଥିବାରୁ ଏହା ମାଓବାଦୀଙ୍କ କାଣ୍ଡ ହୋଇଥାଇପାରେ ବୋଲି ହସ୍ପିଟାଲ କର୍ମଚାରୀ ଓ ଜନସାଧାରଣ ସନ୍ଦେହ କରୁଛି। ହେଲେ ପୋଲିସ ଏହାକୁ ଅସ୍ବୀକାର କରିଛି। ସରକାରୀ କ୍ଵାର୍ଟର ଭିତରେ ଡାକ୍ତରଙ୍କ ମୋବଇଲ ଓ ଘର ବାହାରେ ବାଇକ ରହିଥିବାର ଦେଖିବାକୁ ମିଳିଛି।

ଶୁକ୍ରବାର ସୁକୁମା ଜିଲ୍ଲା କୋଣ୍ଟା ଅଞ୍ଚଳର କିଛି ଲୋକ ଜଣେ ମହିଳାଙ୍କୁ ଧରି ଚିକତ୍ସା ପାଇଁ କାଲିମେଳା ହସ୍ପିଟାଲକୁ ଆଣୁଥିବା ବେଳେ ରାସ୍ତାରେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା। ଡାକ୍ତରଖାନାରେ ପହଁଚିବା ପରେ ଡାକ୍ତର ଅମ୍ଲାନ ମହିଳାଙ୍କୁ ମୃତ ଘୋଷଣା କରିଥିଲେ। କାଲିମେଳା ଥାନାକୁ ଜଣାଇଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଁଚି ଶବ ବ୍ୟବଚ୍ଛେଦ କରିବାପାଇଁ କହିବାରୁ ଏହାକୁ କେନ୍ଦ୍ର କରି ଡାକ୍ତରଙ୍କ ସହ ଲୋକମାନେ ପାଟିତୁଣ୍ଡ କରିଥିଲେ। କିଛି ସମୟ ବଚସା ହୋଇଥିଲା। ଏହାପରେ ଡାକ୍ତର ଶବ ବ୍ୟବଛେଦ କରି ସେମାନଙ୍କୁ ମୃତଦେହ ହସ୍ତାନ୍ତର କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଡାକ୍ତରଙ୍କୁ ଅପହରଣ କରାଯାଇଥିବାର ଅନୁମାନ କରାଯାଉଛି। 

ଆଜି କାଲିମେଳା ଥାନା ପୁଲିସ ଓ ଏସଡିପିଓ ସଚିନ ପଟେଲ ମେଡିକାଲକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ପୋଷ୍ଟର ସହିତ ଚିଠି ଜବତ କରିଛନ୍ତି। ଡାକ୍ତରଙ୍କୁ ମାଓବାଦୀ ନାଁ କେହି ଦୁର୍ବୃତ୍ତ ଅପହରଣ କରିଛନ୍ତି ସେ ବିଷୟରେ ସଠିକ ସୂଚନା ମିଳିପାରିନାହିଁ। ମାଲକାନଗିରି ଏସ୍ପି ନୀତେଶ ୱାଧାଓ୍ଵାନିଙ୍କୁ କହିଛନ୍ତି ଯେ, ଏହା ମାଓ ଅପହରଣ ଘଟଣାନୁହଁ। ଡାକ୍ତର ନିଜ ଇଛାରେ କେଉଁଆଡେ ଯାଇଥାଇ ପାରନ୍ତି କିମ୍ବା ତାଙ୍କୁ କେହି ଦୁର୍ବୃତ୍ତ ଡାକିନେଇ ଯାଇପାରିଥାଏ। ପୋଷ୍ଟର ଓ ଚିଠିରୁ ଯାହା ଜଣାପଡୁଛି ଏହା ଏହା ମାଓବାଦୀଙ୍କର ଲେଖା ନୁହଁ କେହି ଦୁର୍ବୁତ୍ତ ଡରାଇବା ପାଇଁ ଏପରି ଲେଖି ଥାଇପରନ୍ତି। ଏହାର ତଦନ୍ତ ଚାଲିଛି। ଖୁବ ଶୀଘ୍ର ଡାକ୍ତରଙ୍କ ନିଖୋଜ ସମ୍ପର୍କରେ ଜଣା ପଡିଯିବ।

ଅପରପକ୍ଷରେ ଜିଲ୍ଲା ମୂଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲ କୁମାର ନନ୍ଦ କହିଛନ୍ତି ଆଜି ଭୋରୁ ଡାକ୍ତର ଅମ୍ଲାନ ନିଜ ରୁମରେ ନଥିବାର ଦେଖି ଡାକ୍ତରଖାନା କର୍ମଚାରୀ ଓ ଅନ୍ୟ ଡାକ୍ତରମାନେ ବହୁତ ଖୋଜାଖୋଜି କରିଥିଲେ। ତାଙ୍କ ରୁମ୍ ନିକଟରେ ପୋଷ୍ଟର ଲଗା ଯାଇଥିବା ଦେଖି କାଲିମେଳା ହସ୍ପିଟାଲ ଭାରପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ଅରୁଣ ପାଣିଗ୍ରାହୀ କାଲିମେଳା ଥାନାରେ ଏତଲା ଦେଇଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ତଦନ୍ତ ପାଇଁ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଏ. ହୁସେନଙ୍କୁ କାଲିମେଳା ହସ୍ପିଟାଲକୁ ପଠାଯାଇଛି। ଏହି ଘଟଣା ସମଗ୍ର କାଲିମେଳା ଓ ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ କାଲିମେଳା ହସ୍ପିଟାଲର କର୍ମଚାରୀ ଓ ଡାକ୍ତରଙ୍କ ମହଲରେ ଆତଙ୍କ ଖେଳିଯାଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.