ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଦୃଷ୍ଟି ଶକ୍ତି ହରାଇବାର କାରଣ ସାଜୁଛି 'ଗ୍ଲକୋମା', ଜାଣନ୍ତୁ ଏହାର କାରଣ ଏବଂ ଚିକିତ୍ସା

Published By : Harapriya Sethi | May 17, 2025 8:23 AM

ଗ୍ଲକୋମା ହେଉଛି ଏକ ଦୃଷ୍ଟିଶକ୍ତି ହାନୀକାରକ ରୋଗ । ବିଶ୍ୱବ୍ୟାପୀ ଆକଳନ ଅନୁଯାୟୀ ଗ୍ଲକୋମା ରୋଗୀଙ୍କ ସଂଖ୍ୟା ପ୍ରାୟ ୮୦ ନିୟୁତ । ସେମାନଙ୍କ ମଧ୍ୟରୁ ପାଖାପାଖି ୫୦% ରୋଗୀ ଏହି ରୋଗ ବିଷୟରେ କିଛି ଜାଣନ୍ତି ନାହିଁ ଏବଂ ଅନେକ ଦେଶମାନଙ୍କରେ ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ । ଏହାର କାରଣ ହେଉଛି ଗ୍ଲକୋମା ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଲକ୍ଷଣହୀନ । ଯଦି ଏହାର ଚିକିତ୍ସା କରାନଯାଏ ତେବେ ଗ୍ଲକୋମା ଅନ୍ଧତ୍ୱର କାରଣ ହୋଇପାରେ । ଆଖିର ଚାପ ବୃଦ୍ଧି ସହିତ ଜଡ଼ିତ ଚକ୍ଷୁ ସମସ୍ୟା ଗ୍ଲକୋମାକୁ 'ଦୃଷ୍ଟିଶକ୍ତିର ନିରବ ଚୋର' ବୋଲି କୁହାଯାଏ କାରଣ ଏଥିଯୋଗୁଁ ହଜିଯାଇଥିବା ଦୃଷ୍ଟିଶକ୍ତି ଆଉ ଫେରି ପାରିବ ନାହିଁ ।

ଗ୍ଲକୋମା ହେଉଛି ଅପରିବର୍ତ୍ତନୀୟ ଅନ୍ଧତ୍ୱର ଅତି ସାଧାରଣ କାରଣ । ୪୦ ବର୍ଷରୁ ଅଧିକ ବୟସର ପ୍ରତି ୨୦୦ ଜଣଙ୍କ ମଧ୍ୟରୁ ଜଣେ ଏବଂ ୮୦ ବର୍ଷରୁ ଅଧିକ ବୟସର ପ୍ରତି ୮ ଜଣଙ୍କ ମଧ୍ୟରୁ ଜଣେ ଗ୍ଲୁକୋମା ରୋଗରେ ପୀଡ଼ିତ । ଉପଲବ୍ଧ ପରିସଂଖ୍ୟାନ ଅନୁଯାୟୀ ୧.୧୨ କୋଟି ଭାରତୀୟ (ଭାରତୀୟ ଜନସଂଖ୍ୟାର ୪.୫%) ଗ୍ଲକୋମା ରୋଗରେ ପୀଡ଼ିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଲକ୍ଷ ଲୋକ ଗ୍ଲକୋମା କାରଣରୁ ଦୃଷ୍ଟିଶକ୍ତି ହରାଇଛନ୍ତି । ଯଦିଓ ଗ୍ଲକୋମା ଏକ ସମ୍ଭାବ୍ୟ ଦୃଷ୍ଟିଶକ୍ତି ହାନୀକାରକ ରୋଗ, କିନ୍ତୁ ମନେ ରଖିବାକୁ ପଡିବ ଯେ ଗ୍ଲକୋମାରେ ପୀଡ଼ିତ ଅଧିକାଂଶ ରୋଗୀ ଦୃଷ୍ଟିଶକ୍ତି ହରାଇବେ ନାହିଁ । 

ଗ୍ଲକୋମାକୁ ନିୟନ୍ତ୍ରଣରେ ରଖିବା ପାଇଁ କ'ଣ ଆବଶ୍ୟକ?

ଶୀଘ୍ର ଗ୍ଲକୋମା ଚିହ୍ନଟ କରିବା । କେବଳ ନିୟମିତ ପରୀକ୍ଷଣ ପ୍ରାରମ୍ଭିକ ଭାବେ ରୋଗ ନିର୍ଣ୍ଣୟ କରିଥାଏ ଏବଂ ଦୃଷ୍ଟିଶକ୍ତି କମିବାର ଆଶଙ୍କାକୁ ପ୍ରତିରୋଧ କରେ । ଯେଉଁମାନଙ୍କର ଉଚ୍ଚ ସମୀପ ଦୃଷ୍ଟିଦୋଷ ରୋଗ (ଦୂର ଜିନିଷ ଦେଖିବା ପାଇଁ ମୋଟା ଚଷମା ବ୍ୟବହାର), ମଧୁମେହ ରୋଗ ରହିଛି, ଯେଉଁମାନେ ୪-୬ ସପ୍ତାହରୁ ଅଧିକ ସମୟ ଧରି ଷ୍ଟେରଏଡ୍ ବ୍ୟବହାର କରିଛନ୍ତି ଏବଂ ଯେଉଁମାନଙ୍କର ଗ୍ଲକୋମା ରୋଗ ଥିବାର ପାରିବାରିକ ଇତିହାସ ରହିଛି ସେମାନଙ୍କୁ ଗ୍ଲକୋମା ହେବାର ଆଶଙ୍କା ଥାଏ ।

ବିଶ୍ୱ ଗ୍ଲକୋମା ଆସୋସିଏସନ ଅନୁଯାୟୀ, ନିୟମିତ ଚକ୍ଷୁ ପରୀକ୍ଷା କରାଇ ନେବା ଭଲ । ଯଦି ଆପଣଙ୍କ ବୟସ ୪୦ ବର୍ଷରୁ କମ୍ ତେବେ ପ୍ରତି ୨-୪ ବର୍ଷରେ ଆଖି ପରୀକ୍ଷା କରାନ୍ତୁ । ଯଦି ଆପଣଙ୍କ ବୟସ ୪୦-୬୦ ବର୍ଷ ମଧ୍ୟରେ ଥାଏ ତେବେ ପ୍ରତି ୨-୩ ବର୍ଷରେ କରାନ୍ତୁ । ଯଦି ଆପଣଙ୍କ ବୟସ ୬୦ ବର୍ଷରୁ ଅଧିକ ତେବେ ପ୍ରତି ୧-୨ ବର୍ଷରେ କରାନ୍ତୁ । ପ୍ରାରମ୍ଭିକ ଚିହ୍ନଟ ଫଳରେ ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ଦୃଷ୍ଟିଶକ୍ତି ବଜାୟ ରହିବାର ଅଧିକ ସମ୍ଭାବନା ସୁନିଶ୍ଚିତ ହୋଇଥାଏ । ଗ୍ଲକୋମା -ଜନିତ ୮୦% ଅନ୍ଧତ୍ୱକୁ ଠିକ୍ ସମୟରେ ଚିହ୍ନଟ କରି ଚିକିତ୍ସା କରାଗଲେ ରୋକାଯାଇପାରିବ । ତଥାପି ଗ୍ଲକୋମା ଯୋଗୁଁ ସମଗ୍ର ବିଶ୍ୱରେ ପ୍ରାୟ ୭ ନିୟୁତ ଲୋକ ଦୃଷ୍ଟିହୀନ ହୁଅନ୍ତି ଏବଂ ସେମାନଙ୍କ ମଧ୍ୟରୁ ୬୬% ମହିଳା ବୋଲି ବିଶ୍ୱ ଗ୍ଲକୋମା ଆସୋସିଏସନ ସୂତ୍ରରୁ ଜଣାପଡ଼ିଛି । ଏହାର କାରଣ ହେଉଛି ସଚେତନତା ଅଭାବରୁ ୯୦% ଗ୍ଲକୋମା ମାମଲା ଚିହ୍ନଟ ହୋଇପାରୁନାହିଁ । 

ଗ୍ଲକୋମା ରୋଗୀଙ୍କୁ ସାଧାରଣତଃ ଆଇ ଡ୍ରପ୍ ବ୍ୟବହାର କରିବାକୁ ପଡିଥାଏ । ଦୃଷ୍ଟିଶକ୍ତି ବଜାୟ ରଖିବା ପାଇଁ ନିୟମିତ ଭାବେ ଆଇ ଡ୍ରପ୍ ବ୍ୟବହାର କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ । ମନେ ରଖିବା ଉଚିତ୍ ଯେ ଡାକ୍ତର କହିଥିବା ଔଷଧକୁ ବ୍ୟବହାର ନ କରିବା ଦ୍ୱାରା ଦୃଷ୍ଟି ଶକ୍ତି ହରାଇବାର ଆଶଙ୍କା ରହିଥାଏ । ସେହିଭଳି ଚକ୍ଷୁ ବିଶେଷଜ୍ଞଙ୍କ ପାଖରେ ନିୟମିତ ଚକ୍ଷୁ ଯାଞ୍ଚ କରାଇବା ଜରୁରୀ । ଡାକ୍ତରଖାନାରେ ଯାଞ୍ଚ କରାଇ ନେବା ହିଁ ଦୃଷ୍ଟିଶକ୍ତିର ସ୍ଥିତି ଓ ଚିକିତ୍ସାର ଫଳପ୍ରଦତା ଜାଣିବାର ଏକମାତ୍ର ଉପାୟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.