ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ବସ୍ତଙ୍କୁ ପୁଟିନଙ୍କ ପୁରସ୍କାର, ମିଖାଇଲ୍‌ ମିଶୁଷ୍ଟିନ୍‌ ଋଷର ପ୍ରଧାନମନ୍ତ୍ରୀ ଭାବେ ପୁନଃନିଯୁକ୍ତ

Image Courtesy: firstpost

ମସ୍କୋ: ପଞ୍ଚମ ଥର ଲାଗି ଋଷର ରାଷ୍ଟ୍ରପତି ଭାବେ ଶପଥ ନେଇଥିବା ଭ୍ଲାଦିମିର ପୁଟିନ ନିଜର ବିଶ୍ବସ୍ତ ମିଖାଇଲ ମିଶୁଷ୍ଟିନଙ୍କୁ ପୁଣି ବଡ଼ ଦାୟିତ୍ବ ଦେଇଛନ୍ତି । ଆଉ ଥରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ମିଖାଇଲ ମିଶୁଷ୍ଟିନଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି ପୁଟିନ । ମଙ୍ଗଳବାର ଦିନ ପୁଟିନ ଶପଥ ନେବା ପରେ ୪ ବର୍ଷ ଧରି ଋଷର ପ୍ରଧାନମନ୍ତ୍ରୀ ଥିବା ୫୮ ବର୍ଷୀୟ ମିଖାଇଲ ମିଶୁଷ୍ଟିନ ପଦରୁ ଇସ୍ତଫା ଦେଇଥିଲେ  । ଆଉ ଆଜି ପୁଣି ଥରେ ପ୍ରଧାନମନ୍ତ୍ରୀ ଚୌକିରେ ତାଙ୍କୁ ପୁଟିନ ବସାଇଛନ୍ତି । ରାଜନୈତିକ ସମୀକ୍ଷକଙ୍କ ଅନୁମାନ ସତ ହୋଇଛି । ମିଖାଇଲ ମିଶୁଷ୍ଟିନଙ୍କ କାର୍ଯ୍ୟଶୈଳୀ ପୁଟିନଙ୍କୁ ବେଶ ପ୍ରଭାବିତ କରିଛି ।

ମିଖାଇଲ ମିଶୁଷ୍ଟିନ ଋଷ ରାଷ୍ଟ୍ରପତିଙ୍କ ଅତି ବିଶ୍ବସ୍ତ ହୋଇଥିବା ବେଳେ ସେ ତାଙ୍କୁ ଅନୁସରଣ କରନ୍ତି ।  ଦେଶର ଟିକସ ସେବାର ପୂର୍ବତନ ମୁଖ୍ୟ ମିଖାଇଲ ମିଶୁଷ୍ଟିନ ସାର୍ବାଜନୀନ ବୟାନବାଜିରୁ ନିଜକୁ ଦୂରେଇ ରଖୁଥିଲେ ।  ଦେଶର କୌଣସି ଆଭ୍ୟନ୍ତରୀଣ ପ୍ରସଙ୍ଗରେ ସେ କିଛି ଖୋଲାଖୋଲି କହିବାକୁ ପସନ୍ଦ କରୁନଥିଲେ । ଏପରିକି ଋଷ-ୟୁକ୍ରେନ ଯୁଦ୍ଧ ସଂପର୍କରେ ସେ ମିଡିଆରେ ବିଶେଷ କିଛି ସୂଚନା ଦେଉନଥିଲେ । ହୁଏତ ଏଥିପାଇଁ ପୁଟିନ ତାଙ୍କ ଉପରେ ପୁଣି ଥରେ ବିଶ୍ବାସ କରିଛନ୍ତି ବୋଲି କୁହାଯାଉଛି । 

୧୯୬୬ରେ ଋଷର ମସ୍କୋ ସହରରେ ଜନ୍ମ ଗ୍ରହଣ କରିଥିବା  ମିଖାଇଲ ମିଶୁଷ୍ଟିନ ଜଣେ ଟେକ୍ନୋକ୍ରାଟ୍ । ୧୯୯୮ ପରେ ସେ ଋଷର ଟିକସ ବିଭାଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଥିଲେ । ଏହାପରେ ୨୦୧୦ରେ ତାଙ୍କୁ ଋଷର କେନ୍ଦ୍ରୀୟ ଟ୍ୟାକ୍ସ ସର୍ଭିସର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା । ଋଷ ଟ୍ୟାକ୍ସ ପ୍ରଣାଳୀକୁ ମଜଭୁତ କରିବାରେ ତାଙ୍କର ଅବଦାନକୁ ଦେଶବାସୀ ଖୁବ ପ୍ରଶଂସା କରନ୍ତି ।

  • Russia
  • Russian President
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.