ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାହିଁକି ସୁଶାନ୍ତ ସିଂହ ରାଜପୁତ ରହୁଥିଲେ ଚିନ୍ତାରେ? ମନୋଜ ବାଜପେୟୀ କହିଲେ ମୃତ୍ୟୁର ୧୦ ଦିନ ପୂର୍ବ କଥା

ମୁମ୍ବାଇ,୧୦।୫: ବଲିଉଡ ଅଭିନେତା ମନୋଜ ବାଜପେୟୀ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଦୁଇ ଦିଂବଗତ କଳାକାରଙ୍କ ବିଷୟରେ କଥା ହୋଇଛନ୍ତି। ମନୋଜ କହିଛନ୍ତି, ତାଙ୍କୁ ଏପର୍ଯ୍ୟନ୍ତ ବିଶ୍ବାସ ହେଉନି ସୁଶାନ୍ତ  ସିଂହ ରାଜପୁତ ଓ ଇରଫାନ୍ ଖାନ୍ ଏ ଦୁନିଆରେ ନାହାନ୍ତି। କେବଳ ସେତିକି ନୁହେଁ, ମନୋଜ ଏହା ମଧ୍ୟ କହିଛନ୍ତି ଯେ, ସୁଶାନ୍ତ ତାଙ୍କ ମୃତ୍ୟୁର ୧୦ ଦିନ ପୂର୍ବରୁ ମନୋଜଙ୍କ ସହିତ କ’ଣ କଥା ହୋଇଥିଲେ ?

ମନୋଜ ବାଜପେୟୀ ସିର୍ଦ୍ଧାର୍ଥ କନନଙ୍କୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି, ସୁଶାନ୍ତ ବ୍ଲାଇଣ୍ଡ ଆର୍ଟିକିଲି(ଯେଉଁ ଆର୍ଟିକିଲ ପଛରେ କୌଣସି ସତ୍ୟତା ନଥାଏ) ଏହି କାରଣରୁ ସେ ଖୁବ୍ ଚିନ୍ତାରେ ଥିଲେ। ସେ ବହୁତ ଭଲ ଲୋକ ଥିଲେ, ବହୁତ ସ୍ବଚ୍ଛ ବ୍ୟକ୍ତି। ଆଉ ସବୁବେଳେ ଭଲ ବ୍ୟକ୍ତି ହିଁ ବ୍ଲାଇଣ୍ଡ ଆର୍ଟିକିଲକୁ ନେଇକି ଚିନ୍ତାରେ ଥାଏ। ସେ ମୋତେ ବହୁତ ଥର ଆସି ପଚାରୁଥିଲେ, ସାର୍‌ ମୁଁ କ’ଣ କରିବୁ ? ମୁଁ ତାଙ୍କୁ କହୁଥିଲି ଏତେ ଚିନ୍ତା କରନି, ମୁଁ ନିଜେ ଏସବୁ ଭୋଗି ସାରିଛି।

ମନୋଜ ବାଜପେୟୀ କହିଛନ୍ତି, ମୋର ବ୍ଲାଇଣ୍ଡ ଆର୍ଟିକିଲର ସାମନା କରିବାର ପ୍ରଣାଳୀ ଅଲଗା। ଯେଉଁ ଲୋକ ଏହି ବ୍ଲାଇଣ୍ଡ ଆର୍ଟିକିଲ ଛପାନ୍ତି ମୁଁ ତାଙ୍କ ବନ୍ଧୁଙ୍କୁ କହୁଥିଲି ତାଙ୍କୁ କୁହ ମନୋଜ ଆସିଲେ ବହୁତ ମାରିବ। ସୁଶାନ୍ତ ବହୁତ ହସୁଥିଲେ। କହୁଥିଲେ ସାର୍‌ ଆପଣ ହିଁ ଏଭଳି କରିପାରିବେ। ମୁଁ କରିପାରିବିନି।ମୁଁ ଯେଉଁ ମଟନ ତିଆରି କରି ସେଟ୍‌କୁ ନେଉଥିଲି ତାକୁ ସେ ଖୁବ୍ ଭଲ ପାଇକି ଖାଉଥିଲେ। ଆଉ ସେ କହୁଥିଲେ, ସାର୍‌ ମୁଁ ଆପଣଙ୍କ ଘରକୁ ଆସି ମଟନ ଖାଇବି, ମୁଁ କହୁଥିଲି ଯେବେ ତିଆରି କରିବି ନିହାତି ଡାକିବି। ଏହା ହେଉଛି ଆମର ଶେ‌ଷ କଥା ବାର୍ତ୍ତା।  ଏହାର ୧୦ ଦିନ ପରେ ସୁଶାନ୍ତ ଆମ ସମସ୍ତଙ୍କୁ ଛାଡି ଚାଲିଗଲେ। ମୁଁ ବିଶ୍ବାସ କରିପାରୁନି। ପ୍ରଥମେ ସୁଶାନ୍ତ ଓ ତାଙ୍କ ପରେ ଇରଫାନ। ଦୁହେଁ ଶୀଘ୍ର ଛାଡିକି ଚାଲିଗଲେ। ଏବେ ତ ତାଙ୍କ ସମୟ ଆସିବାର ଥିଲା। ’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.