ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚର୍ଚ୍ଚାରେ ତିନି ସ୍ୱାଧୀନ ପ୍ରାର୍ଥୀ: ୫ମ ଥର ନିର୍ବାଚନ ଲଢ଼ିବେ ସନାତନ,୭ମ ଥର ମଇଦାନକୁ ଓହ୍ଲାଇଲେ ଅକ୍ଷୟ, ଲୋକ ସେବା ପାଇଁ ଓହ୍ଲାଇଛନ୍ତି କିଷନ

ଭୁବନେଶ୍ୱର,୧୦/୦୫: ବୟସ ୭୩ ଛୁଇଁଲାଣି । ତଥାପି ବିଧାୟକ ହେବାର ସ୍ୱପ୍ନ ଛାଡିନାହାନ୍ତି । ଏଥରକୁ ମିଶାଇ ମୋଟ୍‌ ୫ ଥର ପାଇଁ ସ୍ୱାଧୀନ ଭାବେ ନାମାଙ୍କନ କରିଛନ୍ତି ନୂଆପଲ୍ଲୀର ସନାତନ ବେହେରା । ସେହିପରି ଆଇନ୍‌ଜୀବୀ ପେସାରୁ ଅକ୍ଷୟ କୁମାର ବାରିକ ୭ମ ଥର ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ସେପଟେ ପ୍ରଥମ ଥର ଲୋକ ସେବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି କିଷନ କୁମାର ବାଲୋଡିଆ । ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରୁ ଲଢ଼ୁଥିବା ଏହି ୩ ସ୍ୱାଧୀନ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଗୁରୁବାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ପ୍ରମୁଖ ଦଳ ସହ ୩ ସ୍ୱାଧୀନ ପ୍ରାର୍ଥୀ ମଇଦାନରେ ରହିଛନ୍ତି । ନୂଆପଲ୍ଲୀ ଅଞ୍ଚଳର ଶ୍ରୀ ବେହେରା ସ୍ୱାଧୀନ ଭାବେ ପଞ୍ଚମ ଥର ପାଇଁ ମଇଦାନକୁ ଆସିଛନ୍ତି । ସେ ପୂର୍ବରୁ ୧୯୯୦ରେ ସ୍ୱାଧୀନ, ୧୯୯୫ରେ ବିଏସ୍‌ପି, ୨୦୦୦ ଓ ୨୦୦୪ରେ ଆରଜେଡିରୁ ପ୍ରାର୍ଥୀ ହୋଇଥିଲେ । ଏବେ ପୁଣି ୨୦୨୪ରେ ମଇଦାନକୁ ଓହ୍ଲାଇଛନ୍ତି । 

ଦୁର୍ନୀତି, ଭ୍ରଷ୍ଟାଚାରକୁ ବିରୋଧ କରି ସେ ଲୋକଙ୍କ ପାଖକୁ ଯିବାକୁ ସ୍ଥିର କରିଛନ୍ତି । କହିଛନ୍ତି, ବିକାଶ ଓ ଗ୍ୟାରେଣ୍ଟିର ଲମ୍ବା ପ୍ରତିଶ୍ରୁତି ଦେଉଥିବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କ ପ୍ରତି ପ୍ରତାରଣା କରିଛନ୍ତି । ଧନୀ ଦଳର କଳିଙ୍ଗ ରଥକୁ ଗରିବ ରଥ ସାମ୍ନା କରିବ ବୋଲି ସେ କହିଛନ୍ତି ।

ଦ୍ୱିତୀୟ ସ୍ୱାଧୀନ ପ୍ରାର୍ଥୀ ଆଇନ୍‌ଜୀବୀ ଅକ୍ଷୟ କୁମାର ବାରିକ ସପ୍ତମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସେ ପ୍ରଥମେ ୧୯୯୦ ଓ ୧୯୯୫ରେ କାକଟପୁର ଆସନରୁ ମଇଦାନକୁ ଓହ୍ଲାଇଥିଲେ । ପରେ ୨୦୦୦ ମସିହାରେ ଜଗତ୍‌ସିଂହପୁର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିଥିଲେ । ୨୦୦୪ରେ କାକଟପୁର, ୨୦୦୯ରେ ନିମାପଡା ଓ ୨୦୧୯ରେ ଭୁବନେଶ୍ୱର ଉତ୍ତରରୁ ନିର୍ବାଚନ ଲଢ଼ିଥିବାବେଳେ ୨୦୨୪ରେ ମଧ୍ୟ ଆସନରୁ ଠିଆ ହୋଇଛନ୍ତି । ଲୋକଙ୍କ ସେବା କରିବାକୁ ସେ ଗୁରୁତ୍ୱ ଦେବେ । ତେଣୁ ଥରେ ସୁଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି ।

ଏଥର ମଧ୍ୟ ଆସନରୁ ପ୍ରଥମ ଥର ପାଇଁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ୁଛନ୍ତି କିଷନ କୁମାର । ଲୋକସେବା ପାଇଁ ସେ ନିର୍ବାଚନକୁ ଓହ୍ଲାଇଥିବା କହିଛନ୍ତି । ତାଙ୍କର ପ୍ରାଥମିକତା ରହିବ ଜଳବନ୍ଦୀ ହଟାଇବା । ସରକାରୀ କାର୍ଯ୍ୟାଳୟଗୁଡିକରେ ହେଉଥିବା ଦୁର୍ନୀତି ବିରୋଧରେ ସେ ସ୍ୱର ଉଠାଇବେ ।

ଭୋଟ୍‌ରେ ହାରଜିତ୍‌ ରହିଛି । କିନ୍ତୁ ପ୍ରତିବର୍ଷ ନିର୍ବାଚନ ଲଢିବା ଏକ ନିଆରା ଅନୁଭୂତି ଦିଏ । ଥରେ ସୁଯୋଗ ମିଳିଲେ ବିଧାନସଭାରେ ପାଦ ଥାପିବା ହିଁ ସେମାନଙ୍କ ସ୍ୱପ୍ନ । ପାରିବାରିକ ରାଜନୀତି ଯୋଗୁ ଯେଉଁ ଦ୍ୱାର ବନ୍ଦ ହୋଇ ରହିଛି, ତାକୁ ହଟାଇବା ସେମାନଙ୍କ ଆହ୍ୱାନ ବୋଲି ତିନି ପ୍ରାର୍ଥୀ କହିଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.