ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

'କନ୍ନପ୍ପା'ର ନୂଆ ପୋଷ୍ଟର ଆଉଟ୍, ପ୍ରଭାସଙ୍କ ସୁଟିଂ ଆରମ୍ଭ

ମୁମ୍ବାଇ, ୧୦।୫: ସାଉଥ୍ ସୁପରଷ୍ଟାର ପ୍ରଭାସ ବର୍ତ୍ତମାନ 'କଲ୍କି ୨୮୯୮AD'ପାଇଁ ଚର୍ଚ୍ଚାରେ । ଏହି ଫିଲ୍ମରେ ଅନେକ ସୁପରଷ୍ଟାରଙ୍କୁ ଦେଖିବାକୁ ମିଳୁଥିବା ବେଳେ ଆସନ୍ତା ଜୁନ୍ ମାସରେ ପରଦାକୁ ଆସିବ ଫିଲ୍ମ । ଯାହାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ପ୍ରଭାସ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ଭେଟି ଦେଇଛନ୍ତି । ବହୁ ପ୍ରତୀକ୍ଷିତ ବିଷ୍ଣୁ ମଞ୍ଚୁଙ୍କ ସାଉଥ୍ ଚଳଚ୍ଚିତ୍ର 'କନ୍ନପ୍ପା'ରେ ନଜର ଆସିବେ ପ୍ରଭାସ । ଏନେଇ ଅଭିନେତା ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି । ବିଷ୍ଣୁ ମଞ୍ଚୁ ସୋସିଆଲ ମିଡିଆରେ ପ୍ରଭାସଙ୍କ ଏକ ପୋଷ୍ଟର ସେୟାର କରି ଏହି ସୂଚନା ଦେଇଛନ୍ତି । 

ଗୁରୁବାର ଦିନ ବିଷ୍ଣୁ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଅଭିନେତାଙ୍କ ଫିଲ୍ମର ଏକ ପୋଷ୍ଟର ରିଲିଜ କରିଛନ୍ତି । ଏହି ପୋଷ୍ଟରେ ପ୍ରଭାସଙ୍କ ଫାଷ୍ଟ ଲୁକ୍‌ର ଫଟୋ ଦେଖିବାକୁ ମିଳିଛି । ଯାହା ଫିଲ୍ମରେ ପ୍ରଭାସଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ରହସ୍ୟମୟ ଭୂମିକା ନିର୍ବାହ କରୁଥିବା ସୂଚାଉଛି । ବିଷ୍ଣୁ ଏହି ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି, "ମୋର ଭାଇ ପ୍ରଭାସ 'କନ୍ନପ୍ପା' ସୁଟ୍‌ରେ ଯୋଗ ଦେଇଛନ୍ତି ।''  

ତେବେ ଏହି ଫିଲ୍ମରେ ପ୍ରଭାସଙ୍କ ବ୍ୟତୀତ ମୋହନଲାଲ, ବିଷ୍ଣୁ ଏବଂ ତାଙ୍କ ପିତା ଅଭିନେତା ମୋହନ ବାବୁଙ୍କ ବ୍ୟତୀତ ପ୍ରଭୁ ଦେବା, ଶିବ ରାଜକୁମାର, ମାଧୁ, ସରଥକୁମାର, ବ୍ରହ୍ମାନନ୍ଦ, ମୁକେଶ ଋଷି, କୌଶଲ ମାନ୍ଦା, ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଅନ୍ୟ ପ୍ରମୁଖ ତାରକାଙ୍କୁ ମଧ୍ୟ ଦେଖିବାକୁ ମିଳିବ । 'କନ୍ନପା' କାହାଣୀ ବିଷୟରେ କହିବାକୁ ଗଲେ, 'କନ୍ନପ୍ପା' ହେଉଛି ବିଷ୍ଣୁ ମାଞ୍ଚୁଙ୍କ ଡ୍ରିମ୍ ପ୍ରୋଜେକ୍ଟ । ଯାହାକୁ ନିର୍ଦ୍ଦେଶକ ମୋହନ କୁମାର ସିଂ ନିର୍ଦ୍ଦେଶନା ଦେଇଛନ୍ତି । ଏଭିଏ ଏଣ୍ଟରଟେନମେଣ୍ଟ ଦ୍ୱାରା ଏହି ଫିଲ୍ମ ନିର୍ମିତ ହୋଇଥିବା ବେଳେ ଗୋପାଳ କୃଷ୍ଣ, ଇଶ୍ୱର ରେଡ୍ଡୀ, ଜି ନାଗେଶ୍ୱର ରେଡ୍ଡୀ ଏବଂ ଥୋଟା ପ୍ରସାଦଙ୍କ କାହାଣୀ ଉପରେ ଆଧାରିତ ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.