ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ପ୍ରେସର କୁକରରେ ଭାତ-ଡାଲି ରାନ୍ଧୁଛନ୍ତି କି? ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ...

Published By : Harapriya Sethi | May 18, 2025 7:26 AM

ଅନେକ ଗୃହିଣୀମାନେ ଅଧିକାଂଶ ସମୟରେ ସମୟ ଅଭାବରୁ ପ୍ରେସର କୁକରରେ ଭାତ, ଡାଲି ଓ ତରକାରୀ ରୋଷେଇ କରୁଥିବା ଦେଖିଥାଉ। ଅଳ୍ପ ସମୟରେ ଖାଦ୍ୟ ପ୍ରସ୍ତୁତ ହେଇଯିବାର ଏହି ସହଜ ଉପାୟକୁ ପ୍ରାୟତଃ ମହିଳାମାନେ ଆପଣାଇଥାନ୍ତି। ସୋସିଆଲ ମିଡ଼ିଆରେ ମଧ୍ୟ ଆମେ ଅନେକ ଏଭଳି ଭିଡ଼ିଓ ଦେଖିଥାଉ। ହେଲେ କିଛି ଲୋକେ ଏହା କହିଥାନ୍ତି ଯେ, ପ୍ରେସର କୁକରରେ ଖାଦ୍ୟ ରାନ୍ଧିବା ଦ୍ୱାରା ସେଥିରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ। ପ୍ରେସର କୁକର ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ପ୍ରକୃତରେ କ୍ଷତିକାରକ କି? ଚାଲନ୍ତୁ ଜାଣିବା ଏ ସମ୍ପର୍କରେ . . .

ସାଧାରଣତଃ ଘରେ ପ୍ରତିଦିନ ଭାତ, ଡାଲି, ତରକାରୀ ଇତ୍ୟାଦି ପ୍ରସ୍ତୁତ କରିଥାଉ। ଏଥିରେ ଥିବା ଷ୍ଟିମ୍‌‌ ସିଷ୍ଟମ ପାଇଁ ଖାଦ୍ୟ ଶୀଘ୍ର ପ୍ରସ୍ତୁତ ହୋଇଥାଏ। ଡାଲିରେ ପ୍ରୋଟିନ୍‌‌, ଭିଟାମିନ୍‌‌, କାର୍ବୋହାଇଡ୍ରେଟ୍‌‌, ରୁଗ୍‌‌, ଫ୍ୟାଟ୍‌‌, ମିନେରାଲ୍ସ ଇତ୍ୟାଦି ବିଶେଷ ଭାବରେ ମିଳିଥାଏ। ବୈଜ୍ଞାନିକଙ୍କ ମତରେ ଯେତେବେଳେ ଡାଲି ଆଉ ଚାଉଳ ଏକା ସାଙ୍ଗରେ ରନ୍ଧାଯାଏ, ସେଥିରେ ଥିବା ପୋଷକ ତତ୍ତ୍ୱ ବାହାରକୁ ଆସେ ଏବଂ ମଣିଷ ମାନେ ଏହାକୁ ଖାଇବା ଦ୍ୱାରା ହଜମ ଶୀଘ୍ର ହୋଇଥାଏ। ଏହା ସହିତ ପୁଷ୍ଟିକର ଉପାଦାନଗୁଡିକ ଶରୀରରେ ସିଧାସଳଖ ପହଞ୍ଚି ଆବଶ୍ୟକ ପୁଷ୍ଟିକର ପ୍ରଦାନ କରିଥାଏ। ହେଲେ ଏହି ଖାଦ୍ୟ କେଉଁଥିରେ ପ୍ରସ୍ତୁତ ହୋଇଛି ତାହା ଜାଣିବା ଜରୁରୀ। ପ୍ରେସର କୁକରରେ ନା, ମାଟିପାତ୍ରରେ ନା କଢେଇରେ ତିଆରି କରୁଛେ ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ।

ପ୍ରେସର କୁକରରେ ଖାଦ୍ୟ ରାନ୍ଧିବା ଭଲ ନା କ୍ଷତିକାରକ: 

ଆସିଏମଆର ଦ୍ୱାରା ପ୍ରକାଶିତ ଗାଇଡଲାଇନ ଅନୁଯାୟୀ ଡାଲି, ଚାଉଳ ଏବଂ ଶସ୍ୟରେ କିଛି ଆଣ୍ଟି-ପୁଷ୍ଟିକର ସହିତ ଏନଜାଇମ୍‌‌ ରହିଥାଏ। ଯାହା ରାନ୍ଧିବା ପରେ କିମ୍ବା ପ୍ରେସର କୁକରରେ ଫୁଟିବା ପରେ ନଷ୍ଟ ହୋଇଯାଏ। ଏହାବ୍ୟତୀତ ଫାଇଟିକ୍‌‌ ଏସିଡ୍‌‌ ପରି ଉପାଦାନ ମଧ୍ୟ କମିଯାଏ। ଯେଉଁ କାରଣରୁ ଖାଦ୍ୟ ହଜମ କରିବା ଏବଂ ଜିଙ୍କ, ଆଇରନ୍‌‌, କ୍ୟାଲସିୟମ୍‌‌, ମ୍ୟାଗ୍ନେସିୟମ୍‌‌ ପରି ଖଣିଜ ପଦାର୍ଥ ଗ୍ରହଣ କରିବାର କ୍ଷମତା ବଢିଥାଏ। ଏଥିପାଇଁ ପ୍ରେସର କୁକରରେ ରୋଷେଇ କରିବା ଲାଭଦାୟକ ହୋଇଥାଏ। ପ୍ରେସର କୁକରରେ ଡାଲି, ଚାଉଳ ଏବଂ ଦଲିଆ ରୋଷେଇ କରୁଥିଲେ ବିଶେଷ ଧ୍ୟାନ ଦିଅନ୍ତୁ, ଯେପରି ପାଣି ସୀମିତ ପରିମାଣରେ ଦେବେ ଏବଂ ଅଧିକ ସିଟି ଦେବେ ନାହିଁ। ଅତ୍ୟଧିକ ସିଝିବା ଦ୍ୱାରା ସେଥିରେ ଥିବା ପ୍ରୋଟିନ୍‌‌ ନଷ୍ଟ ହୋଇଯାଏ। ଲାଇସେନ୍‌‌ ଭଳି ପୋଷକ ତତ୍ତ୍ୱ ନଷ୍ଟ ହୋଇଯିବାର ସମ୍ଭାବନା ଅଧିକ ରହିଥାଏ।

ତେବେ ପ୍ରେସର କୁକରରେ ରୋଷେଇ କରିବା ନେଇ ମନରେ ଦ୍ୱନ୍ଦ୍ୱ ରଖନ୍ତୁ ନାହିଁ। ଏଥିରେ ଆପଣ ଭାତ, ଡାଲି, ଦଲିଆ ଭଳି ଖାଦ୍ୟ ପ୍ରସ୍ତୁତ କରି ଖାଇପାରିବେ। ଏଥିରୁ ପୁଷ୍ଟିକର ତତ୍ତ୍ୱ ମଧ୍ୟ ପାଇପାରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.