ନିର୍ବାଚନ ଖବର
  • ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିର ଭିତର ବେଢାର ଫଟୋ ଭାଇରାଲ
  • ||
  • ପୁରୀ ବାଣ ବିସ୍ଫୋରଣ ଘଟଣା, SCBରୁ ଡିସଚାର୍ଜ ହେଲେ ୨ ଗୁରୁତର, ବିଭିନ୍ନ ହସ୍ପିଟାଲରେ ୧୫ ଜଣ ଚିକିତ୍ସିତ
  • ||
  • ନବୀନଙ୍କ ୫ମ ପାଳିର ଅନ୍ତିମ କ୍ୟାବିନେଟ ବୈଠକ ଶେଷ..ଷୋଡଶ ବିଧାନସଭା ଭଙ୍ଗ ସୁପାରିସ୍ ନେଇ ବାଜିଲା ମୋହର
  • ||
  • ଭୂକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୯ ରେକର୍ଡ
  • ||
  • ନୀଳଗିରି: ଦଳିଦେଲା କୂଳଡିହା ହାତୀ, ଅଳ୍ପକେ ବର୍ତିଲେ ଛାତ୍ରୀ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪ରେ ପ୍ରଥମ ସୁପର ଓଭର, ଓମାନକୁ ପରାସ୍ତ କଲା ନାମିବିୟା
  • ||
  • ସମ୍ବଲପୁରରେ ନିର୍ମାଣଧିନ ପୋଲ ଉପରୁ ଖସିପଡିଲା ବୋଲେରୋ, ୨ ମୃତ, ୮ରୁ ଅଧିକ ଆହତ
  • ||
  • ଭୋଟ ଗଣତି କାଉଣ୍ଟଡାଉନ୍‌,ମଙ୍ଗଳବାର ବାହାରିବ ଫଳ, ରାଜ୍ୟର ୧୬୮ କେନ୍ଦ୍ରରେ ହେବ ଗଣତି
  • ||
  • ଏମ୍ପି ରାଜଗଡ଼ରେ ଭୟଙ୍କର ଦୁର୍ଘଟଣା, ଟ୍ରାକ୍ଟର ଓଲଟି ୧୩ ମୃତ, ବିବାହ ଉତ୍ସବକୁ ଯାଉଥିଲେ
  • ||
  • ରଥଖଳା ହାଲ୍‌ଚାଲ୍‌...୩୨ ଚକ ଶେଷ, ଯୋକା ଆରମ୍ଭ, ଆଜି ମୁହାଁଟ ବିନ୍ଧ ଅନୁକୂଳ
  • ||
  • ଗାଡି ଚାଳକଙ୍କ ପକେଟକୁ ମହଙ୍ଗା ମାଡ଼, ସୋମବାରଠୁ ଦେଶବ୍ୟାପୀ ଟୋଲ୍‌ ଦେୟ ୩ରୁ୫% ବୃଦ୍ଧି
  • ||
  • ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି, ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମପ୍ରବାହ: ଜୁନ୍‌ ୧୫ ଆଗରୁ ମୌସୁମୀ ବର୍ଷା ହେବନି
  • ||

ଆମାଜନ୍ ଉପରେ ଲାଗିଲା ବଡ଼ ଅଭିଯୋଗ: ପୁରୁଣା ଲାପଟପ୍‌କୁ ନୂଆ କହି ବିକ୍ରି କରିଲା, ପରେ କମ୍ପାନୀ ମାଗିଲା କ୍ଷମା

ନୂଆଦିଲ୍ଲୀ,୧୦।୫:  ସପିଂ ମଲ୍ ଓ ଦୋକାନ ଅପେକ୍ଷା ଏବେ ଗ୍ରାହକ ଅନଲାଇନ୍ ସପିଂ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ବେଳେ ବେଳେ ଏହା ଦ୍ବାରା ଠକେଇର ଶିକାର ମଧ୍ୟ ହେଉଛନ୍ତି। ନିକଟରେ ଜଣେ ବ୍ୟକ୍ତି ଆମାଜନ୍‌ ଇଣ୍ଡିଆ ଉପରେ ବଡ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଆମାଜନ୍‌ରୁ ଏକ ନୂଆ ଲାପଟପ୍ ଅର୍ଡର କରିଥିଲେ, ତେବେ ତାଙ୍କୁ ନୂଆ ଜାଗାରେ ମିଳିଲା ପୁରୁଣା ଲାପଟପ୍। ସେ ସୋସିଆଲ ମିଡିଆରେ ନିଜର ନିରାଶ ବ୍ୟକ୍ତ କରିବା ପରେ, ବହୁ ଲୋକ ପୋଷ୍ଟ ଉପରେ କମେଣ୍ଟ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି। ବହୁ ଲୋକ ତାଙ୍କ ପୋଷ୍ଟ ଉପରେ କମେଣ୍ଟ ଦେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ରୋହନ ଦାସ ନିଜ ପୋଷ୍ଟରେ ଲେଖିଛନ୍ତି, ଆମାଜନ୍‌ ମୋ ସହିତ ଠକେଇ କରିଛି। ଆମାଜନ୍ ଇଣ୍ଡିଆର (@amazonIN) ର ବ୍ୟବହାର କରାଯାଇଥିବା ଉତ୍ପାଦକୁ ନୂଆ କହି ବିକ୍ରି କରୁଛନ୍ତି। ଆଜି ମୋତେ ଆମାଜନ୍‌ରୁ ଏକ ନୂଆ ଲାପଟନ୍‌ ମିଳିଛି, କିନ୍ତୁ ଏହାର ବ୍ୟବହାର ପୂର୍ବରୁ ହୋଇସାରିଛି ଓ ଓ୍ବାରେଣ୍ଟି ଡିସେମ୍ବର ୨୦୨୩ ରେ ଆରମ୍ଭ ହୋଇଥିଲା। ଏହା ସହିତ ସେ ଲାପଟପ୍‌ର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଭିଡିଓରେ ତାଙ୍କୁ ଲୋକଙ୍କ ଆଗରେ ଲାପଟପ୍ ଗ୍ୟାରେଣ୍ଟି ଓ ସ୍ଥିତି ଦେଖାଇଛନ୍ତି। ତାଙ୍କର କହିବା ଅନୁସରେ, ବ୍ୟବହାର ହୋଇଥିବା ପ୍ରଡକ୍ଟ ତାଙ୍କୁ ଦିଆଯାଇଛି। 

ଏହି ପୋଷ୍ଟ ୭ ମଇରେ ସେୟାର କରାଯାଇଥିଲା। ପୋଷ୍ଟ କରାଯିବା ପରେ ଏହାକୁ ୨ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଛି ଓ ସଂଖ୍ୟା ବଢିବାରେ ମଧ୍ୟ ଲାଗିଛି। ପୋଷ୍ଟ ଉପରେ ୧,୩୦୦ରୁ ଅଧିକ ଲାଇକ୍ ଓ ବହୁ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଛି। ଆମାଜନ୍‌ର ଅଫିସିଆଲ ହାଣ୍ଡେଲ ମଧ୍ୟ କମେଣଟ କରିଛି ଓ ଏଥିପାଇଁ କ୍ଷମା ମାଗିଛି। ସେ ବ୍ୟକ୍ତିଙ୍କୁ ତାଙ୍କର ଅର୍ଡର ଡିଟେଲ୍ସ ମଧ୍ୟ ମାଗିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.