ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯାତ୍ରୀଙ୍କ ଭିଡ଼କୁ ଦେଖି ଚାରିଧାମ ଅଫ୍ ଲାଇନ୍ ରେଜିଷ୍ଟ୍ରେସନର କୋଟା ବଢିଲା , ଧାମୀ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ – ଚାରିଧାମ ଦର୍ଶନ ପାଇଁ ଭକ୍ତଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ୧୦ ମେ’ ରୁ ଆରମ୍ଭ ହୋଇଥିବା ଚାରିଧାମ ଯାତ୍ରାରେ ୟୁପି , ମହାରାଷ୍ଟ୍ର , ଏମପି , ରାଜସ୍ଥାନ ସମେତ ଅନେକ ରାଜ୍ୟରୁ ତୀର୍ଥ ଯାତ୍ରୀ ଗଙ୍ଗୋତ୍ରୀ , ବଦ୍ରିନାଥ ଆଦି ଚାରିଧାମରେ ତୀର୍ଥ ଯାତ୍ରୀଙ୍କ ଭିଡ଼ ଜମିଛି। ଯାତ୍ରୀଙ୍କ ଭିଡ଼କୁ ଦେଖି ସରକାର ଚାରିଧାମ ଅଫଲାଇନ୍‌ ରେଜିଷ୍ଟ୍ରେସନର ସ୍ଲଟ୍‌ ବଢାଇ ଦେଇଛନ୍ତି।

ଉଲ୍ଲେଖନୀୟ ଯେ, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଦେଖି ସରକାର ରେଜିଷ୍ଟ୍ରେସନ ଉପରେ ରୋକ୍‌ ଲଗେଇ ଥିଲେ। ଚାରିଧାମ ଅଫଲାଇନ୍‌ ରେଜିଷ୍ଟ୍ରେସନ ପୁଣି ୧ ଜୁନ୍‌ରୁ ଆରମ୍ଭ ହୋଇଥିଲା। ଚାରିଧାମ ଯାତ୍ରାରେ ଯିବା ପାଇଁ ହରିଦ୍ୱାର ଓ ଋଷିକେଶରେ ୧୫୦୦-୧୫୦୦ ରେଜିଷ୍ଟ୍ରେସନ କରାଯାଉ ଥିଲା। ରେଜିଷ୍ଟ୍ରେସନର ସଂଖ୍ୟା କମ୍ ହେବାରୁ ଯାତ୍ରୀ ଅନେକ ଥର ବିରୋଧ ମଧ୍ୟ କରି ସାରିଛନ୍ତି।

ଚାରିଧାମ ଯାତ୍ରା ପାଇଁ ଏବେ ପ୍ରତିଦିନ ୪ହଜାର ଯାତ୍ରୀ ରେଜିଷ୍ଟ୍ରେସନ କରି ପାରିବେ। ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂହ ଧାମୀ ସୋମବାର ଅଧିକାରୀଙ୍କୁ ୩ ହଜାରର ସୀମାକୁ ବୃଦ୍ଧି କରି ୪ ହଜାରର କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ତୀର୍ଥ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ସରକାର ଏହି ସଂଖ୍ୟାକୁ ବଢାଇବାର ନିଷ୍ପତ୍ତି ନେଇଛନ୍ତି।

ଉଭୟ ସ୍ଥାନରେ ଏବେ ୨-୨ ହଜାର ଯାତ୍ରୀ ରେଜିଷ୍ଟ୍ରେସନ କରି ପାରିବେ। ସୋମବାର ସକାଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ନିୟମିତ ବୈଠକ ବେଳେ ମୁଖ୍ୟମନ୍ତ୍ରୀ ଚାରିଧାମ ଯାତ୍ରାର ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.