ପ୍ରମୂଖ ଖବର
  • ଆମେରିକା ବନାମ ଆୟର୍ଲାଣ୍ଡ ମ୍ୟାଚ୍‌ ବାତିଲ, ଟି-୨୦ ବିଶ୍ବକପରୁ ପାକିସ୍ତାନ ଆଉଟ୍
  • ||
  • ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ
  • ||
  • ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ, ଜୁଲାଇରୁ ଲାଗୁ ହେବ ନୂଆ ପୁଲିସ ଆଇନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

୭ ଦିନ ଆଗୁଆ ଆସିଲା ମୌସୁମୀ,ବିହାର-ପଶ୍ଚିମବଙ୍ଗ ସହିତ ଏହି ସବୁ ରାଜ୍ୟରେ ହେବ ବର୍ଷା

ନୂଆଦିଲ୍ଲୀ,୩।୬: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସହିତ ପୁରା ଉତ୍ତର ଭାରତରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ତେବେ ଦକ୍ଷିଣ-ପଶ୍ଚିମରେ ମୌସୁମୀ ବାୟୁ ଆଗକୁ ବଢିବାର ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ମୌସୁମୀ ନିଜର ଧାର୍ଯ୍ୟ ସମୟଠାରୁ ଆଗରେ ଚାଲିଛି। ଏପର୍ଯ୍ୟନ୍ତ କେରଳ, କର୍ଣ୍ଣାଟକ, ତାମିଲନାଡୁ, ଉପକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର କିଛି ଭାଗ ବ୍ୟତୀତ ଲକ୍ଷାଦ୍ବୀପ ଓ ଆଣ୍ଡାମାନ ନିକୋବର ସହିତ ଆରବ ସାଗର ଓ ବଙ୍ଗୋପ ସାଗର ଆଡକୁ ବଢି  ସାରିଛି। ଏହାଛଡା ମୌସୁମୀ ପୂର୍ବ ଭାରତର ସବୁ ରାଜ୍ୟରେ ପହଁଞ୍ଚି ସାରିଛି। 

ପାଣିପାଗ ବିଭାଗ କହିଛିଳ ଆଗାମୀ ଦିନେ କିମ୍ବା ଦୁଇ ଦିନ ହେବ ମୌସୁମୀ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ ଏବଂ ଓଡିଶାର ବହୁ ଅଞ୍ଚଳରେ ବର୍ଷା ନେଇକି ଆସିପାରେ। ସାଧାରଣତଃ ବିହାରରେ ମୌସୁମୀ ଏଣ୍ଟ୍ରି ନେବାର ତାରିଖ ୧୦ ଜୁନ୍‌, କିନ୍ତୁ ଏହା ପ୍ରାୟ ଏକ ସପ୍ତାହ ପୂର୍ବରୁ ରାଜ୍ୟର ପୂର୍ବ ଭାଗରେ ଏଣ୍ଟ୍ରି କରିପାରେ। ନୂଆ ସାଟେଲାଇଟ୍ ଇମେଜ ଆଧାରରେ  ମୌସୁମୀର ଯେଉଁ ରୂପରେଖ ଦେଖାଯାଉଛି ତାହା ସୋମବାର ପଶ୍ଚିମବଙ୍ଗର କୁଚବିହାର ଓ କିଶନଗଞ୍ଜ ଆଖପାଖର ଅଞ୍ଚଳ ରହିଛି।

ପାଣିପାଗ ବିଭାଗର କହିବା ଅନୁସାରେ, ଆଗାମୀ ୫ ଦିନ ଭିତରେ ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶ ଉପକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ ଓ ରାୟଲସୀମାରେ ଅଲଗା ଅଲଗା ସ୍ଥାନରେ ବିଜୁଳି ଓ ଘଡଘଡି ୩୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବାର ଅନୁମାନ ରହିଛି। ଆଗାମୀ ୭ ଦିନ ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶ, ୟେମେନ୍‌, ଦକ୍ଷିଣ ଉପକୂଳ ଆନ୍ଧ୍ର ପ୍ରଦେଶ ଓ ରାୟଲସୀମାର ବହୁ ସ୍ଥାନ, କିଛି ସ୍ଥାନ ଭିତରୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ହେବାର ଅନୁମାନ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.