ମୁମ୍ବାଇ: ଆଇଏଏସ୍ ଦମ୍ପତିଙ୍କ ଝିଅ ୧୦ ମହଲା କୋଠାରୁ ଡେଇଁ ଆହ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଜଣାପଡ଼ିନଥିବା ବେଳେ ପଢ଼ା ଚାପରୁ ସେ ଏଭଳି ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି କୁହାଯାଉଛି । ମୁମ୍ବାଇ କ୍ୟାଡର ଆଇଏଏସ୍ ରାଧିକା ଏବଂ ବିକାଶ ରସ୍ତୋଗୀଙ୍କ ଝିଅ ଲିପି ରସ୍ତୋଗୀ ୧୦ ମହଲା କୋଠାରୁ ଡେଇଁ ପଡ଼ିଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ବିକାଶ ଏବଂ ରାଧିକା ରୋସ୍ତୋଗୀଙ୍କ ଝିଅ ଲିପି (୨୭) ଜଣେ ଆଇନ ଛାତ୍ରୀ ଥିଲେ। ସେ ହରିୟାଣାର ସୋନିପତରେ LLB ପଢୁଥିଲେ। ଆଜି ଭୋର ୪ଟାରେ ଏକ ଉଚ୍ଚ ଆପାର୍ଟମେଣ୍ଟର ଦଶମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।
ପୋଲିସର ସୂଚନା ଅନୁସାରେ, ଲିପି ମୁମ୍ବାଇର ଏକ ୧୦ ମହଲା କୋଠାରୁ ଡେଇଁ ପଡିଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ପାଠ ପଢାକୁ ନେଇ ଚିନ୍ତିତ ରହୁଥିବାରୁ ଏପରି ଚରମ ନିଷ୍ପତ୍ତି ନେବାକୁ ସେ ବାଧ୍ୟ ହୋଇଥାଇ ପାରନ୍ତି। ତାଙ୍କଠାରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି । ଯେଉଁଥିରେ ସେ ତାଙ୍କ ଆତ୍ମହତ୍ୟା ପାଇଁ କାହାକୁ ଦାୟୀ କରାଯିବା ଉଚିତ୍ ନୁହେଁ ବୋଲି ଲଖିଛନ୍ତି । ସେପଟେ ପୋଲିସ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।
ଲିପିଙ୍କ ବାପା ବିକାଶ ରସ୍ତୋଗୀ ମହାରାଷ୍ଟ୍ରର ଉଚ୍ଚ ଓ ବୈଷୟିକ ଶିକ୍ଷା ବିଭାଗର ମୁଖ୍ୟ ସଚିବ ଥିବା ବେଳେ ତାଙ୍କ ମାଆ ରାଧିକା ମଧ୍ୟ ରାଜ୍ୟ ସରକାରରେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ ।