ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆପ୍‌କୁ ୧୦୦ କୋଟି ଲାଞ୍ଚ ଦେଇଛନ୍ତି କେ. କବିତା, ନଷ୍ଟ କରିଛନ୍ତି ପ୍ରମାଣ: ଇଡି ଚାର୍ଜସିଟ୍‌ରୁ ଖୁଲାସା

Image Courtesy: abplive

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମାର୍ଚ୍ଚରେ ଗିରଫ ହୋଇଥିବା ବିଆରଏସ୍‌ ନେତ୍ରୀ କେ କବିତାଙ୍କ ଅଡ଼ୁଆ ବଢ଼ାଇପାରେ ଇଡିର ସପ୍ଲିମେଣ୍ଟାରି ଚାର୍ଜସିଟ୍‌ । କବିତା ପ୍ରମାଣ ନଷ୍ଟ କରିବାକୁ ୮ଟି ମୋବାଇଲ ଫୋନ୍‌ ନଷ୍ଟ କରିଥିଲେ ଏବଂ ପଞ୍ଚ ତାରକା ହୋଟେଲରେ ୧୦ ଲକ୍ଷ ଟଙ୍କାର ରୁମ୍‌ ବୁକ କରିଥିଲେ ବୋଲି ଚାର୍ଜସିଟ୍‌ରେ ଦର୍ଶାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହା ସହ କବିତା ମଦ ବିକ୍ରି ଲାଇେସନ୍ସ ପାଇବାକୁ ସାଉଥ ଗ୍ରୁପ୍‌ ସହ ମିଶି ଦିଲ୍ଲୀର ଶାସକ ଦଳ ଆପ୍‌କୁ ୧୦୦ କୋଟି ଟଙ୍କା ଦେଇଥିବା ଚାର୍ଜସିଟ୍‌ରୁ ଜଣାପଡ଼ିଛି । 

 ଇଣ୍ଡୋ ସ୍ପିରିଟସ୍‌ରୁ ଅଂଶଧନ ପାଇବାକୁ ସେ ଚକ୍ରାନ୍ତ କରିଥିବା ଅଭିଯୋଗ ରହିଛି । ଇଡି ନିଜର ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି ଯେ, ଏହି ଲାଞ୍ଚ ବ୍ୟକ୍ତିଗତ ଫାଇଦା ପାଇଁ ଦିଆଯାଇଛି । ସାଉଥ ଗ୍ରୁପ ପ୍ରତି କବିତା ଅହେତୁକ ଅନୁକମ୍ପା ଦେଖାଇଛନ୍ତି । ସେହିଭଳି ୩୦୦ କୋଟି ଟଙ୍କାର ବେଆଇନ୍‌ ଆୟ କରିବାରେ ବିଆରଏସ୍‌ ନେତ୍ରୀ କେ କବିତା ସାମିଲ ଥିଲେ । ଇଡି ପକ୍ଷରୁ କୁହାଯାଇଛି ଯେ, ଅବକାରୀ ନୀତିରେ ଯେଉଁ ପରିବର୍ତ୍ତନ କରଯାଇଥିଲା ସେଥିରେ ପ୍ରଫିଟ୍‌ ଅଫ ମାର୍ଜିନ୍‌କୁ ବଢ଼ାଇ ୧୨ ପ୍ରତିଶତ କରାଯାଇଥିଲା । ଏଥିପାଇଁ ସରକାରଙ୍କୁ ୫୮୧ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା । 

ଚରଣଜିତ ସିଂହ କେ କବିତାଙ୍କ ପାଇଁ ପଞ୍ଚ ତାରକା ହୋଟେଲରେ ୧୦ ଲକ୍ଷ ଟଙ୍କାର ରୁମ୍‌ ବୁକ୍‌ କରିଥିଲେ । ଚାର୍ଜସିଟ୍‌ ଅନୁସାରେ, କେ କବିତା ଅରୁଣ, ଅଭିଷେକ, ବୁଚ୍ଚି ବାବୁଙ୍କ ସହ ମିଶି ଚକ୍ରାନ୍ତ କରିଥିଲେ ଏବଂ ଏଥିରେ ଆପ ନେତାଙ୍କୁ ସାମିଲ କରି ନୂଆ ଅବକାରୀ ନୀତି ତିଆରି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.