ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଡ୍ରୋନ୍ ଓ ଲେଜର ବିମ୍‌କୁ ବ୍ୟାନ୍ , ଦିଲ୍ଲୀ ଏୟାରପୋର୍ଟରେ ୧୪୪ ଧାରା ଲାଗୁ

ନୂଆଦିଲ୍ଲୀ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଦିଲ୍ଲୀ ପୁଲିସ ଏବେ ଅନେକ ପ୍ରତିବନ୍ଧକ ଲାଗୁ କରିଛି। ଦିଲ୍ଲୀ ବିମାନ ବନ୍ଦରର ଆଖପାଖରେ ଧାରା ୧୪୪ ଲଗା ଯାଇଛି। ପୁଲିସ ବିମାନ ଗୁଡ଼ିକର ଉଡ଼ାଣ ରାସ୍ତାରେ ଡ୍ରୋନ ଉଡ଼ାଣ ଓ ଲେଜର ବିମ୍‌ର ବ୍ୟବହାର ଉପରେ ମଧ୍ୟ ବ୍ୟାନ୍‌ ଲଗାଇ ଦେଇଛି।

ସୂତ୍ର ମୁତାବିକ, ଦେଶର ସଦ୍ୟ ରାଜନୀତିକ ସ୍ଥିତି ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀରେ ଭିଭିଆଇପିଙ୍କର ଏୟାରକ୍ରାଫ୍ଟର ମୁଭମେଣ୍ଟରେ ବୃଦ୍ଧି ଓ ପ୍ରଧାନମନ୍ତ୍ରୀଙ୍କ ଶପଥ ସମାରୋହକୁ ଦେଖି ଏହି ପ୍ରମୁଖ ନିର୍ଦ୍ଦେଶ ଜାରି କରାଯାଇଛି। ଦିଲ୍ଲୀ ପୁଲିସର ଏହି ନିର୍ଦ୍ଦେଶ ୧ ଜୁନ୍‌ରୁ ଲାଗୁ ହୋଇ ୩୦ ଜୁନ୍‌ ଯାଏ ଜାରି ରହିବ। 

ନ୍ୟୁଜ୍‌ ଏଜେନ୍ସି ଏଏନଆଇ କହିଛି କି, ଆଜିଆଇ ଏୟାରପୋର୍ଟର ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ କହିଛନ୍ତି କି ଲେଜର ବିମ୍‌ର କାରଣରୁ ଅନେକ ଭିଜନ ଡିସଟ୍ରାକ୍ସନ ହୋଇଥାଏ। ବିଶେଷକରି ସେଠାରେ ଯେଉଁଠି କୌଣସି ବିମାନ ଲ୍ୟାଣ୍ଡିଂ କରୁଥିବ। ଏଥିରେ କେବଳ ସମସ୍ୟା ଆସିବ ନାହିଁ , ବରଂ ବିମାନରେ ବସିଥିବା ଯାତ୍ରୀ , କ୍ରୁ ସଦସ୍ୟ ଓ ଅନ୍ୟ ସଦସ୍ୟ ଓ ଅନ୍ୟ ଲୋକଙ୍କ ଜୀବନ ବି ବିପଦରେ ପକାଇ ପାରେ। ଆଗକୁ କୁହାଯାଇଛି କି, ଏବେସବୁ ଲେଜର ବିମ୍‌କୁ ନେଇ କୌଣସି ପ୍ରକାରର କୋଣସି ନିୟମ ନଥିଲା, ଏହାକି ଲେଜ୍‌ର ବିମ୍‌କୁ ନିୟନ୍ତ୍ରିତ କରାଯାଇ ପାରେ।

କୁହାଯାଇଛି କି ଆଇଜିଆଇ ଏୟାରପୋର୍ଟର ଆଖପାଖ ଫାର୍ମ ହାଉସ୍, ବେନକ୍ୱିଟ୍‌ ହଲ୍, ହୋଟେଲ ଓ ରେଷ୍ଟୁରାଣ୍ଟରେ ଅନେକ ସମୟରେ ବାହାଘର , ଜନ୍ମଦିନ ବା ଅନ୍ୟ କାର୍ଯ୍ୟକ୍ରମ ବେଳେ ଲେଜର ବିମ୍‌ର ବ୍ୟବହାର କରାଯାଇ ଥାଏ। ଏହି କାରଣରୁ ପାଇଲଟଙ୍କୁ ଅନେକ ସମସ୍ୟା ହୋଇଥାଏ ଏବଂ ତାଙ୍କୁ ଦିଗର ଭ୍ରମ ମଧ୍ୟ ହୋଇଥାଏ। ଆହୁରି କୁହାଯାଇଛି , ଏହି ସମୟରେ ଲେଜର ବିମ୍‌ର ବ୍ୟବହାରକୁ ନେଇ କୌଣସି ନିୟମ ନାହିଁ। ବିଶେଷକରି ରାତି ସମୟରେ ଖୋଲାରେ ଏହାର ବ୍ୟବହାରକୁ ନେଇ। ଏଥିପାଇଁ ଏହାର ବ୍ୟବହାରକୁ ନେଇ ଜରୁରୀ ପଦକ୍ଷେପ ଉଠାଯିବା ଜରୁରୀ। ଏୟାରକ୍ରାଫ୍ଟର ସୁରକ୍ଷା ଓ ମନୁଷ୍ୟଙ୍କ ସୁରକ୍ଷାକୁ ଦେଖି ଲେଜର ବିମ୍‌କୁ ବ୍ୟାନ୍‌ କରିଦିଆ ଯାଇଛି।

ଏହା ବ୍ୟତୀତ ଏହା ମଧ୍ୟ କୁହାଯାଇଛି କି, ଦିଲ୍ଲୀ ଏୟାରପୋର୍ଟ ଉପରେ ଆତଙ୍କବାଦୀମାନେ କେବେବି ହମଲା କରି ପାରନ୍ତି ଏବଂ ଏହାକୁ ନେଇ ଅନେକ ସମୟରେ ସୂଚନା ସାମ୍ନାକୁ ଆସିଥାଏ। ଏଥିପାଇଁ ସୁରକ୍ଷାକୁ ନଜରରେ ରଖି ଡ୍ରୋନ୍‌କୁ ବ୍ୟାନ୍‌ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.