ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାତ ଦିନ ଆଗରୁ ଆସିବ ମୌସୁମି; ବିହାର-ଓଡ଼ିଶା ସମେତ ଏହି ସବୁ ରାଜ୍ୟରେ କାଲିଠୁ ଲାଗି ରହିବ ବର୍ଷା

Image source: IMD

ନୂଆଦିଲ୍ଲୀ,୦୩/୦୬: ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଯଦିଓ ଉତ୍ତର ଭାରତରେ ଯଦିଓ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି, ତଥାପି ଏପଟେ ଦକ୍ଷିଣ ଓ ପୂର୍ବୋତ୍ତର ଭାରତରେ ମୌସୁମୀ ଆଗୁଆ ଆସିବ ବୋଲି ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସଦ୍ୟତମ ପୂର୍ବାନୁମାନରେ କୁହାଯାଇଛି ଯେ, ଦକ୍ଷିଣ-ପଶ୍ଚିମ ମୌସୁମୀ ଆଗକୁ ବଢ଼ୁଥିବା ନେଇ ଅନୁକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିଯୋଗୁ ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ ପହଞ୍ଚିବ ବୋଲି କୁହାଯାଉଛି। 

ବର୍ତ୍ତମାନ ସୁଦ୍ଧା ଏହା କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଉପକୂଳ ବ୍ୟତିତ ଲାକ୍ଷାଦ୍ବୀପ ଓ ଆଣ୍ଡାମାନ ନିକୋବର ସମେତ ଆରବ ସାଗର ଓ ବଙ୍ଗୋପସାଗରେ ବହୁତ ଆଗକୁ ବଢ଼ିସାରିଛି। ଏଥିସହିତ ମୌସୁମୀ ପୂର୍ବୋତ୍ତରର ସବୁ ରାଜ୍ୟରେ ପହଞ୍ଚିସାରିଛି।   

ପାଣିପାଗ ବିଭାଗ କହିଛି ଯେ, ଆସନ୍ତା ଦିନେ ଦୁଇଦିନରେ ମୌସୁମୀ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡର କିଛି ଅଞ୍ଚଳରେ ଲଗାଣ ବର୍ଷା ଆଣିପାରେ। ନୂଆ ସାଟେଲାଇନ ଚିତ୍ର ଆଧାରରେ ମୌସୁମୀର ଯେଉଁ ରେଖା ଦେଖିବାକୁ ମିିଳିଛି, ତାହା ପଶ୍ଚିମବଙ୍ଗର କୁଚବିହାର ଓ ପଶାନଗଂଜର ନିକଟରେ ପହଞ୍ଚିଛି।

ଏହାରି ଭିତରେ ଆଇଏମ୍‌ଡି କେରଳ ଓ ମାହେରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଏଥିପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ଆସାମ ଓ ମେଘାଳୟ ପାଇଁ ମଧ୍ୟ ଆଇଏମ୍‌ଡି ଅରେଞ୍ଜ ଆଲର୍ଟ ଜାରି କରିଛି। ଏଥିସହିତ ପୂର୍ବୋତ୍ତରରେ ଲଗାଣ ବର୍ଷା ଲାଗି ରହିବ ବୋଲି କହିଛି ଆଇଏମ୍‌ଡି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.