ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଳଦ୍ବୀପର ବ୍ୟାନ୍କୁ ନେଇ ଅସନ୍ତୋଷ ପ୍ରକାଶ କଲା ଇସ୍ରାଏଲ: ନିଜ ନାଗରିକଙ୍କୁ କହିଲା- ମୋଦୀ ଯେଉଁଠିକୁ ଯାଇଛନ୍ତି…

ନୂଆଦିଲ୍ଲୀ,୩।୬: ଇସ୍ରାଏଲର ନାଗରିକଙ୍କୁ ମାଳଦ୍ବୀପରେ ବ୍ୟାନ୍। ଭାରତ ମହାସାଗରରେ ଭାରତର ପଡୋଶୀ ଦ୍ବୀପ ଦେଶ ମାଳଦ୍ବୀପ ଗୋଟିଏ ଦିନ ପୂର୍ବରୁ ଇସ୍ରାଏଲ ପାସପୋର୍ଟଧାରୀଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିଲା। ଏହାକୁ ନେଇ ଏବେ ଇସ୍ରାଏଲ ଅସନ୍ତୋଷ ପ୍ରକାଶ କରିଛି। ଇସ୍ରାଏଲ ସରକାର ଏବେ ନିଜ ନାଗରିକଙ୍କୁ ପରାମର୍ଶ ଦେଇଛି ସେ ମାଳଦ୍ବୀପକୁ ବଏକଟ୍ କରନ୍ତୁ।  ଏହା ସହ ଭାରତର ସେହି ଦ୍ବୀପକୁ ଭ୍ରମଣ କରନ୍ତୁ, ଯେଉଁଠିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଇ ସାରିଛନ୍ତି। ଭାରତରେ ଇସ୍ରାଏଲ ଦୂତାବାସ ହିନ୍ଦୀ ଓ ଇଂରାଜୀରେ ଟ୍ବିଟ୍ କରି ଲୋକଙ୍କୁ କହିଛି ଏଭଳି ବହୁ ଭାରତୀୟ ଆଇଲାଣ୍ଡ ରହିଛି, ଯାହାକି ଖୁବ୍ ସୁନ୍ଦର ଓ ଭଲ ଆଦର ସତ୍କାର ମିଳୁଛି। 

ଦୂତାବାସ ନିଜର ଟ୍ବିଟର ହାଣ୍ଡେଲରେ ଟ୍ବିଟ୍ କରିଛି, ଇସ୍ରାଏଲ ନାଗରିକଙ୍କୁ ମାଳଦ୍ବୀପ ବ୍ୟାନ୍ କରିଛି। ତଳେ ଦିଆଯାଇଥିବା ସୁନ୍ଦର ଓ ଅଦ୍ଭୁତ ଭାରତୀୟ ଆଇଲାଣ୍ଡକୁ ଯାଆନ୍ତୁ, ଯେଉଁଠି ଇସ୍ରାଏଲୀ ପର୍ଯ୍ୟଟକଙ୍କୁ ଖୁବ୍ ସୁନ୍ଦର ଭାବରେ ସ୍ବାଗତ କରାଯାଉଛି। ଆମର କୁଟନୀତିଜ୍ଞଙ୍କ ଦ୍ବାରା ଯାତ୍ରା କରାଯାଇଥିବା ସ୍ଥାନର ଆଧାରରେ @israelinindia ର କିଛି ପରାମର୍ଶ ରହିଛି।’ ଏହା ସହିତ ଭାରତର ଚାରେଟି ସୁନ୍ଦର ଆଇଲାଣ୍ଡର ଫଟୋ ମଧ୍ୟ ସେୟାର କରାଯାଇଛି। ଯେଉଁ ଆଇଲାଣ୍ଡର ଫଟୋ ସେୟାର କରାଯାଇଛି ସେଥିରେ ଲକ୍ଷାଦ୍ବୀପ, ଗୋଆ, ଆଣ୍ଡାମାନ ଆଣ୍ଡ ନିକୋବର ଦ୍ବୀପପୁଞ୍ଜ ଓ କେରଳ ରହିଛି।   

ଉଲ୍ଲେଖନୀୟ ଯେ, ମାଳଦ୍ବୀପ ସରକାର ଇସ୍ରାଏଲ ପାସପୋର୍ଟଧାରୀଙ୍କୁ ଭାରତ ମହାସାଗର ଦ୍ବୀପପୁଞ୍ଜରେ ପ୍ରବେଶ କରିବାକୁ କଟକଣା ଲଗାଇବା ପାଇଁ ଆଇନରେ ସଂଶୋଧନ କରିବା ନେଇ ରବିବାର ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଗାଜାରେ ଇ୍ରସ୍ରାଲ ସେନା ପକ୍ଷରୁ ଜାରି କରାଯାଇଥିବା ଆକ୍ରମଣକୁ ନେଇ ମାଳଦ୍ବୀପରେ ବଢୁଥିବା ଜନଆକ୍ରେଶ ଭିତରେ ନିଆଯାଇଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.