ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ଏବେ ଡାକ୍ତରଖାନାରେ ଆଉ ରହିବେନି ଡାକ୍ତର, ସର୍ବୋତ୍ତମ ସର୍ଜନମାନଙ୍କ ସ୍ଥାନ ନେବେ ରୋବଟ୍

Published By : Prameya | May 4, 2025 3:36 PM

ନୂଆଦିଲ୍ଲୀ, ୫।୪: ସାଧାରଣତଃ ଶରୀର ଅସୁସ୍ଥ ହେଲେ ଆମେ ଡାକ୍ତରଖାନା ଯାଉ । ଡାକ୍ତରଙ୍କ ପରାମର୍ଶ ନେଇ ତା’ର ସଠିକ୍ ଚିକିତ୍ସା କରାଉ । କିନ୍ତୁ, ଥରେ ଭାବନ୍ତୁ ଆପଣଙ୍କର ଦେହ ଖରାପ ହୋଇଛି, ଆପଣ ଆଇସିୟୁରେ ଆଡମିଟ୍ ହୋଇଛନ୍ତି, ଆଉ କିଛି ସମୟ ପରେ ଆପଣଙ୍କ ଅପରେସନ୍ ଆରମ୍ଭ ହେବାକୁ ଯାଉଛି, ଏହି ଅପରେସନ୍ କୌଣସି ଡାକ୍ତର ନୁହଁ, ରୋବଟ୍ କରିବ । ଏହା ଦେଖି ଆପଣ ନିଶ୍ଚିତ ଚମକିପଡ଼ିବେ । ଏହା କୌଣସି କାଳ୍ପନିକ କାହାଣୀ ନୁହଁ, ଆଗାମୀ ୫ ବର୍ଷରେ ଏହା ବାସ୍ତବତାରେ ପରିଣତ ହେବାକୁ ଯାଉଛି । ଆଗାମୀ ଭବିଷ୍ୟତରେ ଆପଣ ଡାକ୍ତରଖାନା ଗଲେ, ଆଉ ଡାକ୍ତର ନଥିବେ । ଚିକିତ୍ସା ପାଇଁ ଡାକ୍ତରଖାନାରେ ନିୟୋଜିତ ଥିବେ ରୋବଟ୍ ।  

ଆମେରିକାର ବିଶିଷ୍ଟ ଉଦ୍ୟୋଗପତି ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା ଏଲନ୍ ମସ୍କ ସ୍ୱାସ୍ଥ୍ୟସେବାରେ ମେସିନ୍ ବ୍ୟବହାରର ଉପାଦେୟତା ଉପରେ ଗୁରୁତ୍ବାରୋପ କରିଛନ୍ତି । ଆଗାମୀ ୫ ବର୍ଷ ମଧ୍ୟରେ ସର୍ବୋତ୍ତମ ସର୍ଜନମାନଙ୍କ ସ୍ଥାନ ରୋବଟ୍ ନେବ ବୋଲି କହିଛନ୍ତି ମସ୍କ । ପ୍ରୋଷ୍ଟେଟ୍, କିଡ୍‌ନି ଓ ମୂତ୍ରାଶୟର ଶଲ୍ୟ ଚିକିତ୍ସା କ୍ଷେତ୍ରରେ ରୋବଟ୍‌ ବ୍ୟବହାର କରାଯିବ । ୧୩୦ରୁ ଅଧିକ ଅସ୍ତ୍ରୋପଚାରରେ ରୋବଟ୍ ବ୍ୟବହାର କରୁଥିବା ଚିକିତ୍ସା ପ୍ରଯୁକ୍ତି କମ୍ପାନି ମେଡ୍‌ଟ୍ରୋନିକ୍ ସଂପର୍କରେ ପ୍ରତିକ୍ରିୟା ରଖି ରଖିଛନ୍ତି । ତେବେ ଡାକ୍ତରଙ୍କୁ ବଦଳାଇ କୃତ୍ରିମ ବୁଦ୍ଧିମତ୍ତା (AI)ର ସମ୍ଭାବ୍ୟ ଉପଯୋଗ ବିଷୟରେ ସେ ଏପରି ପ୍ରଥମ ଥର ପାଇଁ ଇଙ୍ଗିତ କରିନାହାନ୍ତି । ଚଳିତବର୍ଷ ଆରମ୍ଭରେ ତାଙ୍କ କମ୍ପାନିର ଏଆଇ ଚାଟ୍‌ବଟ୍‌ ‘ଗ୍ରକ୍’ ମଧ୍ୟ ରୋଗ ନିର୍ଣ୍ଣୟ କରିପାରିବ ବୋଲି ସେ ଦାବି କରିଥିଲେ । ସେହିପରି ତାଙ୍କ କମ୍ପାନି ନ୍ୟୁରାଲିଙ୍କ୍‌କୁ ମସ୍ତିଷ୍କ-କମ୍ପ୍ୟୁଟର ଇଲେକ୍ଟ୍ରୋଡ୍ ପ୍ରବେଶ ପାଇଁ ଏକ ରୋବଟ୍ ବ୍ୟବହାର କରିବାକୁ ପଡ଼ିଥିଲା, କାରଣ ଜଣେ ମଣିଷ ପାଇଁ ତାହା ଅସମ୍ଭବ ଥିଲା ବୋଲି ମଧ୍ୟ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଭାବେ ପରିଚିତ ମସ୍କ କହିଛନ୍ତି । 

ଗତ କିଛି ସପ୍ତାହ ମଧ୍ୟରେ ପ୍ରାୟ ସମସ୍ତ ବଡ଼ ବଡ଼ ପ୍ରଯୁକ୍ତି କମ୍ପାନୀ ସ୍ୱାସ୍ଥ୍ୟସେବାରେ ଏଆଇର ବ୍ୟବହାରଜନିତ ଫାଇଦା ହାସଲ ଲାଗି ଲକ୍ଷ୍ୟ ରଖିଛନ୍ତି । ଏଆଇ କିଛି ବର୍ଷ ମଧ୍ୟରେ ସମସ୍ତ ରୋଗକୁ ଭଲ କରିପାରିବ ବୋଲି ଗୁଗଲ୍ ଡିପ୍‌ମାଇଣ୍ଡ୍‌ର ସିଇଓ ଡେନିସ୍ ହାସାବିଜ୍ ଏକ ସାକ୍ଷାତ୍‌କାରରେ କହିଥିଲେ । ସେହିପରି ‘ଓପନ୍ଏଆଇ’ର ବଡ଼ ସମର୍ଥକ ମାଇକ୍ରୋସଫ୍ଟ କମ୍ପାନୀ ପକ୍ଷରୁ ମଧ୍ୟ ବିରଳ ରୋଗ ଖୋଜିବା ପାଇଁ ଏକ ନୂତନ ଡାଇଗ୍ନୋଷ୍ଟିକ୍ ଉପକରଣ ଉଦ୍ଭାବନ କରାଯାଇଥିଲା, ଯାହା ପ୍ରକୃତରେ ଜୀବନକୁ ଉନ୍ନତ କରିପାରିବ ବୋଲି ସିଇଓ ସତ୍ୟ ନାଡେଲା କହିଥିଲେ । ଯଦିଓ ଅନ୍ୟାନ୍ୟ କ୍ଷେତ୍ର ପରି ସ୍ୱାସ୍ଥ୍ୟସେବାରେ ଏଆଇର ପ୍ରବେଶ ନେଇ ପର୍ଯ୍ୟାପ୍ତ ସୁଯୋଗ ରହିଛି, କିନ୍ତୁ ବର୍ତ୍ତମାନର ଏଆଇ ଉପକରଣଗୁଡ଼ିକ ଏବେ ବି ଭ୍ରମପ୍ରବଣ । ଏଆଇ ଦ୍ୱାରା ରୋଗ ନିର୍ଣ୍ଣୟ ହେଉ କିମ୍ୱା ମଣିଷଙ୍କ ଚିକିତ୍ସା କ୍ଷେତ୍ରରେ ସାମାନ୍ୟ ତ୍ରୁଟି, ମଣିଷକୁ ମୃତ୍ୟୁମୁଖକୁ ବି ଟାଣି ନେଇପାରେ । ଏଣୁ ଚିକିତ୍ସା କ୍ଷେତ୍ରରେ ଡାକ୍ତରଙ୍କ ବଦଳରେ ରୋବଟ୍‌ର ନିୟୋଜନ ଯୋଗୁଁ ଆଗକୁ ବଡ଼ ବିପତ୍ତିର ସାମନା କରିପାରେ ମଣିଷ ସମାଜ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.