ପ୍ରମୂଖ ଖବର
  • Myntra ବିରୋଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଫେମା ଆଇନ୍ ଉଲ୍ଲଂଘନ ଅଭିଯୋଗ
  • ||
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ବାଣିଜ୍ୟ ମେଳା

Published By : Rasmita Pradhan | July 23, 2025 11:58 AM

ଏକବିଂଶ ଶତାବ୍ଦୀରେ ଆଧୁନିକ ଭାବରେ ବାଣିଜ୍ୟ ମେଳାର ଆୟୋଜନ ହେଉଥିଲେ ମଧ୍ୟ ମଧ୍ୟଯୁଗରେ ୟୁରୋପରେ ବିଭିନ୍ନ ଉତ୍ପାଦ ଓ ହସ୍ତଶିଳ୍ପ ପଦାର୍ଥକୁ ସହରମାନଙ୍କୁ ବିକ୍ରି ପାଇଁ ଆଣି ମେଳାର ଆୟୋଜନ କରାଯାଉଥିଲା । ଏବେ ଆଧୁନିକ ଜ୍ଞାନକୌଶଳର ଉନ୍ନତି ପାଇଁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରୁଅଛି । ଏସିଆ ମହାଦେଶରେ ଚୀନ ଦେଶର ଏହି ପ୍ରଦର୍ଶନୀ ଶିଳ୍ପରେ ୫୫% ଭାଗୀଦାରୀ ରହୁଅଛି।

ବାଣିଜ୍ୟ ବା ବ୍ୟବସାୟରେ ଉତ୍ପାଦନ, କ୍ରୟବିକ୍ରୟ ଓ ସେବା ପ୍ରଦାନ ଇତ୍ୟାଦି ଉପାଦାନ ଅନ୍ତର୍ଭୁକ୍ତ ଥାଏ । ଯେତେବେଳେ ଏଗୁଡ଼ିକ ଲାଭ ପାଇବା ଅର୍ଥରେ ବ୍ୟବହାର ହୁଏ କାରବାରରେ ପରିଣତ ହୋଇଥାଏ । ଆର୍ଥିକ ବର୍ଷ ଶେଷରେ ସମସ୍ତ ଆୟବ୍ୟୟର ହିସାବ ହୋଇ ଲାଭ ବା କ୍ଷତିର ପରିମାଣ ନିର୍ଦ୍ଧାରଣ କରାଯାଏ । ପ୍ରତ୍ୟେକ ବ୍ୟବସାୟରେ ଉତ୍ତରଦାୟିତ୍ୱ ଗ୍ରହଣ କରିବାକୁ ହୋଇଥାଏ ଏବଂ ସମସ୍ତ ବ୍ୟାବସାୟିକ ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼େ । ଜିନିଷ ବା ଦ୍ରବ୍ୟ ଉତ୍ପାଦନଠାରୁ ଗ୍ରାହକ ପାଖରେ ପହଞ୍ଚିବାକୁ ଏକ ନିର୍ଦ୍ଦିଷ୍ଟ ମାର୍ଗରେ ଯିବାକୁ ହୋଇଥାଏ । ଦ୍ରବ୍ୟକୁ ଲୋକଲୋଚନକୁ ଆଣିବା, ବଜାରରେ ଚାହିଦା ବୃଦ୍ଧି କରାଇବା ଏବଂ ଗ୍ରାହକ ସେସବୁକୁ ଆପଣାଇ ଗ୍ରହଣ କରିବାରେ ମେଳା ବା ପ୍ରଦର୍ଶନୀର ବଡ଼ ଭୂମିକା ଥାଏ । ତେଣୁ ଆବଶ୍ୟକ ସ୍ଥଳେ ବ୍ୟବସାୟ ପ୍ରତିଷ୍ଠାନମାନେ ବାଣିଜ୍ୟ ମେଳାର ଆୟୋଜନ କରିଥାଆନ୍ତି । ମୁଖ୍ୟତଃ ଏହି ମେଳା ଏକ କମ୍ପାନୀ ବା ଶିଳ୍ପ ପ୍ରତିଷ୍ଠାନର ସଦ୍ୟ ଉତ୍ପାଦିତ ଦ୍ରବ୍ୟ ବା ସେବାକୁ ତାଙ୍କର ସମ୍ଭାବ୍ୟ ଗ୍ରାହକ ବା ବ୍ୟବସାୟ-ଅଂଶୀଦାରଙ୍କୁ ଜଣାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥାଏ । ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାରରେ ନିଜ ବ୍ୟବସାୟର ଅସ୍ତିତ୍ୱ ଜାହିର କରିବା ଏହାର ପ୍ରଧାନ ଲକ୍ଷ୍ୟ ଥାଏ । 

ଚଳିତ ୨୦୨୫ ବର୍ଷର ଏପ୍ରିଲ ମାସ ୧୬ରୁ ୧୯ ତାରିଖ ମଧ୍ୟରେ ଦିଲ୍ଲୀଠାରେ ଆୟୋଜିତ ୫୯ତମ ଭାରତୀୟ ହସ୍ତଶିଳ୍ପ ଓ ଉପହାର ପ୍ରଦର୍ଶନୀ (ଆଇ.ଏଚ୍‌. ଜି.ଏଫ୍‌) ଦେଶର ସର୍ବବୃହତ ଅଟେ । ବିଶ୍ୱର ସମସ୍ତ ଦେଶର ଜାତୀୟ ଅର୍ଥନୀତି ସେହି ଦେଶର ବ୍ୟବସାୟର ପରିମାଣ ଓ ଲାଭାଂଶ ଦ୍ୱାରା ପ୍ରଭାବିତ ହୋଇଥାଏ । ଭାରତ ୨୦୨୫-୨୬ ବର୍ଷରେ ୪.୨୭ ଟ୍ରିଲିୟନ ଅର୍ଥନୀତି, ଯାହାକି ପୃଥିବୀର ୫ମ ବୃହତ୍ତମ ବୋଲି କୁହାଯାଉଅଛି । ଏହାର ଜି.ଡି.ପି ୬.୪ ହାରରେ ବୃଦ୍ଧି ପାଉଅଛି । ବ୍ୟବସାୟର ପ୍ରସାର ଓ ସଫଳତା ପାଇଁ ବିଭିନ୍ନ ପ୍ରକାରର ବାଣିଜ୍ୟମେଳା ଆୟୋଜନ କରାଯାଉଅଛି । ବାଣିଜ୍ୟମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ନିର୍ଦ୍ଦିଷ୍ଟ କମ୍ପାନୀ ବା ଅନୁଷ୍ଠାନର ଦ୍ରବ୍ୟ ବା ସେବାକୁ ଦର୍ଶାଇବା, ସବୁ ଉତ୍ପାଦର ଗ୍ରାହକ ଭିନ୍ନ ହୋଇଥିବାରୁ ସେମାନଙ୍କୁ ଜଣାଇବା ଓ ତାଙ୍କ ପାଖରେ ପହଞ୍ଚିବାର ପଥ ଏହି ବାଣିଜ୍ୟ ମେଳା ଅଟେ । ଗ୍ରାହକ ନିଜେ ଉପଭୋକ୍ତା ବା ବ୍ୟବସାୟରେ ଅଂଶୀଦାର ହୋଇପାରେ । ବଜାରରେ ନୂଆକରି ପ୍ରବେଶ ପୂର୍ବରୁ ଉତ୍ପାଦ ବିକ୍ରି କରିବାର କାର୍ଯ୍ୟଶୈଳୀ ଓ ପ୍ରତିଯୋଗୀଙ୍କୁ ଜାଣିବା ପାଇଁ ବାଣିଜ୍ୟ ମେଳା ମାଧ୍ୟମ ସାଜିଥାଏ । ଏହାଦ୍ୱାରା ମଧ୍ୟ ବଜାର ସର୍ବେକ୍ଷଣ ହୋଇଥାଏ । 

ବ୍ୟବସାୟର ପ୍ରକାର ଭେଦ ଅନୁଯାୟୀ ସଠିକ୍‌ ବାଣିଜ୍ୟ ମେଳା ବାଛିବାକୁ ହୋଇଥାଏ ଏବଂ ପାରଦର୍ଶିତାକୁ ଅନୁଧ୍ୟାନ କରି ବିକ୍ରୟ ବ୍ୟବସାୟରୁ ଅନ୍ୟ ବ୍ୟବସାୟ ବା ପ୍ରତ୍ୟକ୍ଷ ଗ୍ରାହକକୁ ନିର୍ଣ୍ଣୟ କରିବାକୁ ହୋଇଥାଏ । ମେଳା କିମ୍ବା ପ୍ରଦର୍ଶନୀ ଆବଶ୍ୟକତା, ଚାହିଦା ଏବଂ ପ୍ରକୃତି ଅନୁଯାୟୀ ବିଭିନ୍ନ ପ୍ରକାରର ହୋଇପାରେ । ଏଥିରେ କଳା, ସ୍ଥାପତ୍ୟ, ଐତିହାସିକ ପୃଷ୍ଠଭୂମି ଉପରେ ଆଧାରିତ ସଂଗ୍ରହାଳୟ, ଚିତ୍ରଶାଳା, ନିର୍ଦ୍ଦିଷ୍ଟ ବ୍ୟାବସାୟିକ ତଥ୍ୟ, ଶିଳ୍ପ ଉତ୍ପାଦ ଆଧାରିତ ଓ ଅନ୍ୟାନ୍ୟ ପ୍ରଦର୍ଶନୀମାନ ସ୍ଥାନ ପାଇଥାଏ । ଭାରତରେ ସଦ୍ୟ ଆୟୋଜିତ ହୋଇଥିବା ଧର୍ମ ଓ ସଂସ୍କୃତି ଆଧାରିତ କୁମ୍ଭମେଳା ଅର୍ଦ୍ଧଶତାବ୍ଦୀରେ ସର୍ବବୃହତ ମେଳା ଅଟେ । ଏହା ୪୫ଦିନ ଧରି ପ୍ରାୟ ୫୦କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କର ଯୋଗଦାନ ସହ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଅଛି । ଯେତେବେଳେ ଏକକ ଉତ୍ପାଦ ବା ଜଣେ କଳାକାରକୁ ନେଇ ଆୟୋଜନ ହୁଏ, ଏହାକୁ ଏକକ ପ୍ରଦର୍ଶନୀ, ଦୈ୍ୱତ ଭାବରେ ହେଲେ ଦ୍ୱୟ ଓ ଅନେକ ବା ଦଳଗତ ଭାବରେ ହେଲେ ଗୋଷ୍ଠୀ ମେଳା ବୋଲି କୁହାଯାଏ । କୌଣସି କଳାକାରର ବିଗତ ଦିନର କୃତିକୁ ସଜାଇ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରଦର୍ଶନୀ ଆୟୋଜନ କରାଯାଇପାରେ । ନିର୍ଦ୍ଦିଷ୍ଟ ବିଷୟବସ୍ତୁକୁ ନେଇ କିମ୍ବା ସାମସ୍ୟ ଥିବା କେତେକ ବ୍ୟବସାୟ ଉତ୍ପାଦ ବା କଳାକୃତିକୁ ନେଇ ମେଳାର ଆୟୋଜନ ମଧ୍ୟ ହୋଇଥାଏ । ଶିକ୍ଷା ସମ୍ବନ୍ଧୀୟ ଯଥାବିଜ୍ଞାନ, କଳା ଓ ଇତିହାସ ବିଷୟବସ୍ତୁକୁ ନେଇ ବିଦ୍ୟାଳୟ ବା ଶିକ୍ଷାନୁଷ୍ଠାନମାନେ ମେଳା ଆୟୋଜନ କରିଥାନ୍ତି । ପ୍ରଦର୍ଶନୀ ସ୍ଥାୟୀ, ଭ୍ରାମ୍ୟମାଣ ବା ସାମୟିକ ଭାବରେ ଆୟୋଜନ ମଧ୍ୟ କରାଯାଇପାରେ। 

ସ୍ୱତଃ ମନରେ ପ୍ରଶ୍ନ ଉଠେ ଯେ, ବାଣିଜ୍ୟ ମେଳା ବା ପ୍ରଦର୍ଶନୀ କିପରି ଆୟୋଜନ କରାଯାଏ? ସର୍ବପ୍ରଥମେ ଯୋଜନା କରିବା । କାହିଁକି ଓ ଏହାର ଉଦ୍ଦେଶ୍ୟ କ’ଣ ସ୍ଥିର ହେବା ଆବଶ୍ୟକ । ଦ୍ୱିତୀୟରେ ଏକ ଆର୍ôଥକ ଆକଳନ ବା ବ୍ୟୟବରାଦର ନିଷ୍ପତ୍ତି ନେବାକୁ ହେବ । କେଉଁ ସ୍ଥାନରେ ହେବ, ଯାହାଫଳରେ ଗ୍ରାହକ ବା ହିତାଧିକାରୀମାନେ ସୁବିଧାରେ ଯୋଗଦାନ କରିପାରିବେ । ତୃତୀୟରେ ଯେଉଁ ସ୍ଥାନକୁ ବଛାଯିବ, ଚଟାଣ ଅଂଶକୁ ସଠିକ୍‌ ବିଭକ୍ତିକରଣ କରିବା ଉଚିତ, କାରଣ ଉତ୍ପାଦ ବା କଳାକୃତିକୁ ଉତ୍ତମ ରୂପେ ଦର୍ଶାଯାଇପାରିବ । ଚତୁର୍ଥ ପଦକ୍ଷେପରେ ବ୍ୟାବସାୟିକ କାର୍ଯ୍ୟକ୍ରମର ଯୋଜନାମାନ ପ୍ରସ୍ତୁତ କରିବାକୁ ହେବ । ନିଜର ଉତ୍ପାଦକୁ ପ୍ରତ୍ୟକ୍ଷ ଭାବରେ ଗ୍ରାହକଙ୍କୁ କିମ୍ବା ଅନ୍ୟ ବ୍ୟବସାୟ ସଂସ୍ଥାକୁ ଅଂଶୀଦାର ଭାବରେ ପହଞ୍ଚାଇବାକୁ ପଡ଼ିବ, ତାର ନିଷ୍ପତ୍ତି ନେବାକୁ ହେବ । ପଞ୍ଚମରେ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା । ଯେହେତୁ ମେଳାର ଉଦ୍ଦେଶ୍ୟ ହେଲା ନିହିତ ବିଷୟବସ୍ତୁକୁ ଅନ୍ୟଙ୍କୁ ଜଣାଇବା, ତେଣୁ ବିଭିନ୍ନ ପ୍ରକାର ମାଧ୍ୟମ ଯଥା- ଆଲୋଚନାଚକ୍ର, କର୍ମଶାଳା ଓ ସାମାଜିକ ସମ୍ପର୍କକୁ ବ୍ୟବସାୟରେ ବ୍ୟବହାର କରିବା ଇତ୍ୟାଦିକୁ ଆପଣାଇ କାର୍ଯ୍ୟରେ ଲଗାଇବାକୁ ହେବ । ଶେଷରେ ଉଦ୍ୟୋଗୀଙ୍କୁ ଉତ୍ସାହିତ କରି ଆରମ୍ଭ କରିବା । ଏଇଠି ସର୍ବଦା ମନରେ ରଖିବାକୁ ହେବ ଯେ, ବଜାରର ପ୍ରତିଯୋଗୀଙ୍କୁ ଆଦୌ ଅଣଦେଖା କରାଯିବନାହିଁ ଏବଂ ଆୟୋଜନ କରାଯାଉଥିବା ମେଳାଟି ନିଜ ବ୍ୟବସାୟର ଉଦ୍ଦେଶ୍ୟ ସାଧିତ ହେଉଥିବା ଆବଶ୍ୟକ । ବାଣିଜ୍ୟ ମେଳା ଆୟୋଜନ କରିବାରେ କେତେକ ସକାରାତ୍ମକ ଦିଗ ପ୍ରତି ଦୃଷ୍ଟି ଦିଆଯିବା ଦରକାର ଅଟେ । ଏହାଦ୍ୱାରା ଅନେକ ଲକ୍ଷ୍ୟ ସାଧିତ ହୋଇଥାଏ । ସର୍ବପ୍ରଥମେ ବ୍ୟବସାୟ ଓ ସରକାରଙ୍କର ରାଜସ୍ୱ ବୃଦ୍ଧି ଘଟିଥାଏ । ମେଳା ମାଧ୍ୟମରେ ଉତ୍ପାଦର ଚହିଦା ବୃଦ୍ଧି ଘଟେ ଏବଂ ଅଧିକ ବିକ୍ରି ହୋଇଥାଏ, ଯାହାଫଳରେ ବ୍ୟବସାୟକୁ ଲାଭ ମିଳେ ଏବଂ ସରକାରଙ୍କୁ ଟିକସ ରାଜସ୍ୱ ମିଳିଥାଏ । 

ଦ୍ୱିତୀୟରେ, ବାଣିଜ୍ୟ ମେଳା ଆୟୋଜନ ଅର୍ଥନୈତିକ ଅଭିବୃଦ୍ଧିକୁ ସୁଦୃଢ଼ କରିଥାଏ ଓ ଘରୋଇ ଉତ୍ପାଦ ହାରରେ ଉନ୍ନତି ଆଣିଥାଏ । ଏହା ପର୍ଯ୍ୟଟନର ବିକାଶ କରିଥାଏ । ପ୍ରଦର୍ଶନୀ ମାଧ୍ୟମରେ ପର୍ଯ୍ୟଟନସ୍ଥଳର ପ୍ରଚାର ପ୍ରସାର ହେବାଦ୍ୱାରା ପର୍ଯ୍ୟଟକମାନେ ପରିଦର୍ଶନରେ ଆସିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି, ଯାହା ପରୋକ୍ଷରେ ବ୍ୟବସାୟକୁ ଉତ୍ସାହିତ କରିଥାଏ । ତୃତୀୟରେ, ବାଣିଜ୍ୟ ମେଳାରେ ଆର୍ôଥକ କାରବାର ହୋଇ ନୂତନ ବ୍ୟବସାୟ ପ୍ରତିଷ୍ଠାନମାନ ଗଢ଼ିଉଠେ ଏବଂ କର୍ମନିଯୁକ୍ତି ସୃଷ୍ଟି ହୁଏ । ଏଥିରେ ଅନେକ ଶ୍ରମିକ, କର୍ମଚାରୀ ଓ ପରିଚାଳନା ସହାୟକମାନେ ନିଯୁକ୍ତି ପାଇଥାନ୍ତି ଓ ଦେଶର ବେକାରୀ ସମସ୍ୟାର ସମାଧାନ ହୋଇଥାଏ । ଚତୁର୍ଥରେ, ଗମନାଗମନ ଓ ଯୋଗାଯୋଗ କ୍ଷେତ୍ରରେ ଅନେକ ଉନ୍ନତି ପରିଲକ୍ଷିତ ହୋଇଥାଏ । ଦ୍ରବ୍ୟ ଓ ଯାତ୍ରୀ ପରିବହନ ପାଇଁ ନୂତନ ରାସ୍ତା, ଯାନବାହନ ଓ ତଥ୍ୟ ପ୍ରଦାନ ପାଇଁ ବିଦ୍ୟୁତ ଏବଂ ମୋବାଇଲ ଟାୱାର ନିର୍ମାଣ ହୋଇଥାଏ । ପଞ୍ଚମରେ, ସ୍ଥାନୀୟ ଅଞ୍ଚଳର ଭିତ୍ତିଭୂମି ଓ ଅନ୍ୟାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥାଏ । ବ୍ୟବସାୟ ପ୍ରତିଷ୍ଠାନ ବା ଶିଳ୍ପମାନ ପ୍ରତିଷ୍ଠା ହେଲେ ଯୁବକ-ଯୁବତୀମାନେ ନିଯୁକ୍ତି ସହ ନିଜ ଅଧ୍ୟବସାୟ ଫଳରେ ରୋଜଗାରକ୍ଷମ ହୋଇପାରିବେ । ନୂତନ ଦୋକାନ-ବଜାର ସୃଷ୍ଟି ହେଲେ ଗ୍ରାମଗୁଡ଼ିକରେ ସହର ପରି ସମସ୍ତ ସୁବିଧା ଉପଲବ୍‌ଧ ହୋଇପାରିବ । ଷଷ୍ଠରେ, ବାଣିଜ୍ୟ ମେଳା ଦ୍ୱାରା ନୂତନ ବଜାରମାନ ସୃଷ୍ଟି ହୋଇଥାଏ ଓ ପୁରୁଣା ବଜାରର ଉନ୍ନତି ହୋଇ ଆକାର ଓ ଦ୍ରବ୍ୟର ମାନ ମଧ୍ୟ ବୃଦ୍ଧି ଘଟିଥାଏ । ସର୍ବଦା ନୂତନ ଦ୍ରବ୍ୟ, ବ୍ୟବସାୟ ବା ଶିଳ୍ପ ପାଇଁ ଗବେଷଣା ଚାଲିଥାଏ । ମେଳା ବା ପ୍ରଦର୍ଶନୀ ଏହି ଗବେଷଣାକୁ ଆଗକୁ ନେଇ ଅନେକ ନୂତନ ତଥ୍ୟ ଲୋକଙ୍କୁ ଦେଇଥାଏ । ବିଜ୍ଞାନ ଓ କାରିଗରୀ ଜ୍ଞାନ କୌଶଳକୁ କିଭଳି ଚରିତାର୍ଥ କରାଯିବ ଏହି ଶିକ୍ଷା ଦେଇଥାଏ । ସପ୍ତମରେ, ବାଣିଜ୍ୟ-ବ୍ୟବସାୟ ନୂତନ ଭାବେ ଅଥବା ବଜାର ଚହିଦା ବୃଦ୍ଧି ହେଲେ ଲୋକମାନେ ସର୍ବଦା ନୂତନ ଦ୍ରବ୍ୟକୁ ଗ୍ରହଣ କରିଥାନ୍ତି । ଚହିଦା ବୃଦ୍ଧି ହେଲେ ଯୋଗାଣ ମଧ୍ୟ ବୃଦ୍ଧିହେବ । ତେଣୁ ରପ୍ତାନି ବ୍ୟବସାୟ ଆରମ୍ଭ ହେବ । ଏହାକୁ ମେଳା ମାଧ୍ୟମରେ ପ୍ରୋତ୍ସାହନ ମିଳିଥାଏ, ଯାହା ରାଜ୍ୟ ତଥା ଦେଶ ଅର୍ଥନୀତିକୁ ସାହାଯ୍ୟ କରିଥାଏ । 

ଏକବିଂଶ ଶତାବ୍ଦୀରେ ଆଧୁନିକ ଭାବରେ ବାଣିଜ୍ୟ ମେଳାର ଆୟୋଜନ ହେଉଥିଲେ ମଧ୍ୟ ମଧ୍ୟଯୁଗରେ ୟୁରୋପରେ ବିଭିନ୍ନ ଉତ୍ପାଦ ଓ ହସ୍ତଶିଳ୍ପ ପଦାର୍ଥକୁ ସହରମାନଙ୍କୁ ବିକ୍ରି ପାଇଁ ଆଣି ମେଳାର ଆୟୋଜନ କରାଯାଉଥିଲା । ଏବେ ଆଧୁନିକ ଜ୍ଞାନକୌଶଳର ଉନ୍ନତି ପାଇଁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରୁଅଛି । ଏସିଆ ମହାଦେଶରେ ଚୀନ ଦେଶର ଏହି ପ୍ରଦର୍ଶନୀ ଶିଳ୍ପରେ ୫୫% ଭାଗୀଦାରୀ ରହୁଅଛି । ଏହାକୁ ଆୟୋଜନ କରିବାରେ ବହୁଳ ପୁଞ୍ଜିନିବେଶ ସହ ସମୟ ଓ ବ୍ୟବସାୟ ଅନୁଷ୍ଠାନମାନଙ୍କର ଅଂଶଗ୍ରହଣ ଏକାନ୍ତ ଆବଶ୍ୟକ । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.