ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବୀର ଗାଥା ଦେଶଭକ୍ତି, ସାହସ ଏବଂ ଜାତୀୟ ଗୌରବର ମୂଲ୍ୟବୋଧ ସୃଷ୍ଟି କରୁଛି : ଧର୍ମେନ୍ଦ୍ର ପ୍ରଧାନ

Published By : Suraj Kumar | January 25, 2025 9:27 PM

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୫।୧ : ‘ବୀର ଗାଥା’ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶଭକ୍ତି, ସାହସ ଏବଂ ଜାତୀୟ ଗୌରବର ମୂଲ୍ୟବୋଧ ସୃଷ୍ଟି କରୁଛି । ଦେଶର ପ୍ରଗତିରେ ଯୋଗଦାନ ରଖିବା ପାଇଁ ଛାତ୍ରଛାତ୍ରୀଙ୍କ ଲାଗି ଏହା ଏକ ମହତ୍ୱପୂର୍ଣ୍ଣ ପ୍ଲାଟଫର୍ମ ।  ଶନିବାର ନୂଆଦିଲ୍ଲୀ ଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ବୀର ଗାଥା ୪.୦ର "ସୁପର ୧୦୦" ବିଜେତାଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।  

ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ବୀର ଗାଥା ଆମ ଦେଶର ନୂଆ ପିଢ଼ିକୁ ଭାରତର ସାମରିକ ପରମ୍ପରା, ଅଜଣା ବୀର ଏବଂ ଆମ ସେନାମାନଙ୍କର ଶୌର୍ଯ୍ୟ ଏବଂ ବଳିଦାନକୁ ପରିଚିତ କରାଇବା ପାଇଁ ଏକ ମହତ୍ୱପୂର୍ଣ୍ଣ ମଞ୍ଚ ହୋଇଛି ।  ଆମର ସାମରିକ ପରମ୍ପରା, ବୀରଙ୍କ ତ୍ୟାଗ, ତପସ୍ୟା ଓ ବଳିଦାନ ଆମ ସଂସ୍କୃତିର ପ୍ରମୁଖ ଉପଲବ୍ଧି । ଏହି ଉପଲବ୍ଧିକୁ ନୂଆ ପିଢ଼ି ସହ ପରିଚିତ କରାଇବାରେ ବୀର ଗାଥା କାର୍ଯ୍ୟ କରୁଛି । ନାଳନ୍ଦା, ତକ୍ଷଶିଳା, ବିକ୍ରମଶିଳା ଓ ପୁଷ୍ପଗିରି ଭଳି ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭ କରି ମଗଧ, ଚୋଳ, ଖାରବେଳ ସାମ୍ରାଜ୍ୟ ପର୍ଯ୍ୟନ୍ତ ଆମର ପୂର୍ବପୁରୁଷମାନେ ଜ୍ଞାନ ସହିତ ସାମରିକ ପରମ୍ପରାର ସମୃଦ୍ଧ ଇତିହାସ ସୃଷ୍ଟି କରିଥିଲେ । ଏହା ଆମ ସଂସ୍କୃତିର ଏକ ବଡ଼ ଉପଲବ୍ଧି । ଏହିପରି ଭାବରେ ବୀର ଗାଥା ଅଜଣା ନାୟକ ଓ ବଳିଦାନର କାହାଣୀକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି । ନୂଆ ଜାତୀୟ ଶିକ୍ଷା ନୀତି ଆମକୁ ମାତୃଭୂମି ପାଇଁ ନିଜର ସବୁକିଛି ବଳିଦାନ ଦେଇଥିବା ଭାରତର ଇତିହାସ ପୃଷ୍ଠାରେ ଅନାଲୋଚିତ ବୀରମାନଙ୍କୁ ଜାଣିବା ଏବଂ ମନେ ପକାଇବାକୁ ପ୍ରେରଣା ଦେଉଛି ।

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ମହିଳା ଆଧାରିତ ବିକାଶର କଳ୍ପନା କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀଙ୍କ ନେତୃତ୍ୱରେ ଏବେ ଆମ ଝିଅମାନେ ରାଣୀ ଲକ୍ଷ୍ମୀବାଈଙ୍କ ଭଳି ଦେଶର ପ୍ରତିରକ୍ଷାରେ ନିଜର ବୀରତ୍ୱ ଓ ସାମର୍ଥ୍ୟ ପ୍ରଦର୍ଶନ କରୁଛନ୍ତି । ଆଗାମୀ ଦିନରେ ବୀରଗାଥାରେ ଆଉ କିଛି ଦିଗ ଯୋଡାଯିବା ଦରକାର । ଟେକ୍ନୋଲୋଜି ସାହାଯ୍ୟରେ ଆମ ଅନାଲୋଚିତ ନାୟକଙ୍କ କାହାଣୀକୁ ଭିଡିଓ ଷ୍ଟୋରୀ ଆକାରରେ ନୂଆ ପିଢ଼ିଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରତ୍ୟେକ ବିଦ୍ୟାଳୟରେ “ବୀର ଗାଥା କର୍ଣ୍ଣର” ପ୍ରତିଷ୍ଠା କରି ଆମେ ଆମ ସଂସ୍କୃତି ଓ ବୀରତ୍ୱର ପରମ୍ପରାକୁ ଅଧିକ ଜୀବନ୍ତ କରିପାରିବା ଏବଂ ନୂତନ ପିଢ଼ିକୁ ପ୍ରେରଣା ଦେଇପାରିବା । ବୀର ଗାଥା ଆମର ସାମରିକ ଇତିହାସ ଓ ସାଂସ୍କୃତିକ ଗୌରବର ପ୍ରତୀକ ବୋଲି ଧମେନ୍ଦ୍ର ପ୍ରଧାନ କହିଥିଲେ । 

 ଶ୍ରୀ ପ୍ରଧାନ କହିଛନ୍ତି ଯେ ବୀର ଗାଥା ପ୍ରତିଯୋଗିତାରେ ୨.୫ ଲକ୍ଷରୁ ଅଧିକ ସ୍କୁଲର ୧.୭୬ କୋଟି ଛାତ୍ରଛାତ୍ରୀ ଚିତ୍ରାଙ୍କନ, ଚିତ୍ରକଳା, ପ୍ରବନ୍ଧ ଲେଖିବା ଭଳି କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ।  ଏହି କାର୍ଯ୍ୟକ୍ରମ ଧୈର୍ଯ୍ୟ ଏବଂ ଜାତୀୟ ଗୌରବର ମୂଲ୍ୟବୋଧ ସୃଷ୍ଟି କରିବାରେ ସହାୟକ ହେବ ଏବଂ ଛାତ୍ରଛାତ୍ରୀମାନଙ୍କୁ ଦେଶର ପ୍ରଗତିରେ ଯୋଗଦାନ କରିବାକୁ ପ୍ରେରଣା ଯୋଗାଇବ । ବୀରତା ପୁରସ୍କାର ବିଜେତାଙ୍କୁ ଉତ୍ସାହ ଓ ସମ୍ମାନ ସହ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ସେ ସୁପର-୧୦୦ ପୁରସ୍କାର ବିଜେତାଙ୍କୁ ସେମାନଙ୍କ ସଫଳତା ପାଇଁ ପ୍ରଶଂସା କରିଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦୦ ବିଜେତାଙ୍କ ମଧ୍ୟରୁ ଦେଶର ବିଭିନ୍ନ ପ୍ରାନ୍ତରୁ ୬୬ ଛାତ୍ରୀ ଆସିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.