ପ୍ରମୂଖ ଖବର
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଜାତୀୟ ଶିକ୍ଷା ନୀତିକୁ ଦ୍ରୁତ ଗତିରେ କାର୍ଯ୍ୟକାରୀ କରିବା ରାଷ୍ଟ୍ରୀୟ ମିଶନ ହେଉ : ଧର୍ମେନ୍ଦ୍ର ପ୍ରଧାନ

Published By : Prameya | March 4, 2025 9:12 PM

ଭୁବନେଶ୍ବର,୪।୩ :  ଭାରତର ଶିକ୍ଷାକୁ ଆକାର ଦେବାର ଦାୟିତ୍ବ ଆମ କାନ୍ଧ ଉପ‌ରେ ନ୍ୟସ୍ତ ରହିଛି।  ତେଣୁ ଜାତୀୟ ଶିକ୍ଷା ନୀତି-୨୦୨୦କୁ ଦ୍ରୁତ ଗତି‌ରେ କାର୍ଯ୍ୟକାରୀ କରିବା ଆମର ରାଷ୍ଟ୍ରୀୟ ମିଶନ ହେବା ଦରକାର। ମଙ୍ଗଳବାର  ରାଷ୍ଟ୍ରପତି ଦୌପଦୀ ମର୍ମୁଙ୍କ ସହ ଭିଜଟର୍ସ କନଫରେନ୍ସ ୨୦୨୪-୨୫ ଉଦଯାପନୀ ସମାରୋହରେ ଯୋଗ ଦେବା ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭିଜିଟର୍ସ କନଫରେନ୍ସରେ ସକ୍ରିୟ ଯୋଗଦାନ ଏବଂ ଫଳପ୍ରଦ ଆଲୋଚନା ପାଇଁ ଆମର ଶିକ୍ଷାବିତ୍ ନେତୃତ୍ବମାନଙ୍କୁ ଧନ୍ୟବାଦ।  ସେମାନଙ୍କ ବିବିଧ ଦୃଷ୍ଟିକୋଣ ଏବଂ ଭବିଷ୍ୟତବାଦୀ ଚିନ୍ତାଧାରା ଏହି ସଙ୍ଗମକୁ ସମୃଦ୍ଧ କରିଛି। ଆଗାମୀ ରାସ୍ତା ଆହ୍ବାନପୂର୍ଣ୍ଣ ହୋଇପାରେ କିନ୍ତୁ ସାମୂହିକ ପ୍ରୟାସ, ମିଳିତ ଦୃଷ୍ଟିକୋଣ ଏବଂ ପ୍ରତିବଦ୍ଧତା ଦ୍ବାରା ଆମେ ଆମର ଶିକ୍ଷା ବ୍ୟବସ୍ଥାର ପୁନଃକଳ୍ପନା କରିପାରିବା। ଆମେ ଏକ ଜ୍ଞାନ ପରିଚାଳିତ, ଆତ୍ମନିର୍ଭର ଭାରତ ଗଠନ କରିବା ଦରକାର। ଯାହା ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ   ହେବା ପାଇଁ ଗତି ଦେବ। 

ପ୍ରଧାନମନ୍ତ୍ରୀ ମୋଦୀଙ୍କ କହିବା ଅନୁସାରେ  ଆମର ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ପୁଞ୍ଜିନିବେଶ କରିବା ଆବଶ୍ୟକତା ରହିଛି। ଛାତ୍ରଛାତ୍ରୀମାନଙ୍କୁ ଠିକ୍ ଦକ୍ଷତା ପ୍ରଦାନ କରିବା, ବଡ ବଡ ସ୍ବପ୍ନ ଦେଖିବା ପାଇଁ ପୋତ୍ସାହିତ କରିବା ଜରୁରୀ। ଯୁବଶକ୍ତିଙ୍କ ସ୍ବପ୍ନ ପୂରଣ କରିବାରେ ସହଯୋଗୀ ହେବା କେବଳ ଆମର ଏକ ଶିକ୍ଷାଗତ ଦାୟିତ୍ବ ନୁହେଁ ବରଂ ଏହା ଦେଶ ପ୍ରତି ଆମର କର୍ତ୍ତବ୍ୟ ବୋଲି ସେ କହିଛନ୍ତି। ଏହି ସମ୍ମିଳନୀରେ ଏକାଡେମିକ ପାଠ୍ୟକ୍ରମରେ ସଗମତା, କ୍ରେଡିଟ୍ ସେୟାରିଂ ଏବଂ କ୍ରେଡିଟ ଟ୍ରାନ୍ସଫର ସହିତ ଏକାଧିକ ପ୍ରବେଶ ଏବଂ ପ୍ରସ୍ଥାନ ବିକଳ୍ପ ଉପରେ ଆଲୋଚନା କରାଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.