ପ୍ରମୁଖ ଖବର
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

ଆକାଶରୁ ନିଆଁ ବର୍ଷା: ତତଲା କଢ଼େଇ ଭାଜି ହେଲାଣି ତାଳଚେର ବାସୀ, ସକାଳ ସାଢ଼େ ୮ଟା ସୁଦ୍ଧା ୩୬.୮ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର,୨୭/୦୪: ସକାଳୁ ଖରା ସମ୍ଭାଳି ହେଉନି । ସତେ ଯେପରି ଆକାଶରୁ ନିଆଁ ଝୁଲ ଖସୁଛି । ଏପ୍ରିଲ ଶେଷରେ ସ୍ଥିତି ସାଂଘାତିକ ହେଲାଣି । ଆଗକୁ ପୁଣି ମେ’ମାସ ଅଛି । ଏଭଳି ତାତି ଆଗରେ ଘରେ ପଙ୍ଖା ଓ କୁଲର ବି କାମ କରୁନି । ସକାଳ ସାଢ଼େ ୮ଟା ସୁଦ୍ଧା ସବୁଠୁ ତତଲା ସହର ପାଲଟିଲାଣି ତାଳଚେର। ୩୬.୮ ଡିଗ୍ରୀ ଛୁଇଁଲାଣି ତାପମାତ୍ରା। ୩୪ ଡିଗ୍ରୀ ଉପରେ ୭ ସହର ତାପମାତ୍ରା ରେକର୍ଡ କଲା ଆଞ୍ଚଳିକ ପାଣିପାଗ ବିଭାଗ।




ସୂଚନା ମୁତାବିକ, ଶନିବାର ସକାଳ ୮ ଟା ୩୦ ସୁଦ୍ଧା ରେକର୍ଡ ହୋଇଛି ରାଜ୍ୟର ତାପମାତ୍ରା । ତେବେ  ୩୬.୮ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ତାଳଚେର । କେନ୍ଦୁଝରର ତାପମାତ୍ରା ୩୪.୮ ଡିଗ୍ରୀ, ରାଉରକେଲା ତାପମାତ୍ରା ୩୪.୮ ଡିଗ୍ରୀ, ବଲାଙ୍ଗୀରର ତାପମାତ୍ରା ୩୪.୮ ଡିଗ୍ରୀ, ଭବାନୀପାଟଣାର ତାପମାତ୍ରା ୩୪ ଡିଗ୍ରୀ, ବାଲେଶ୍ୱରର ତାପମାତ୍ରା ୩୪ ଡିଗ୍ରୀ, ବୌଦ୍ଧର ତାପମାତ୍ରା ୩୪ ଡିଗ୍ରୀ, ଅନୁଗୁଳର ତାପମାତ୍ରା ୩୩.୬ ଡିଗ୍ରୀ, ଭୁବନେଶ୍ୱରର ତାପମାତ୍ରା ୩୩.୪ ଡିଗ୍ରୀ, ଜଗତସିଂହପୁର lଥାପମାତ୍ରା ୩୩.୪ ଡିଗ୍ରୀ, ଭଦ୍ରକର ତାପମାତ୍ରା ୩୩ ଡିଗ୍ରୀ, ଟିଟିଲାଗଡର ତାପମାତ୍ରା ୩୩ ଡିଗ୍ରୀ, କଟକର ତାପମାତ୍ରା ୩୩ ଡିଗ୍ରୀ ଓ ଯାଜପୁରର ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.