ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶ୍ରୀମନ୍ଦିର ରତ୍ନଭଣ୍ଡାର ତାଲିକା ପ୍ରସ୍ତୁତି, ଆସନ୍ତା ୯ରେ ଜଷ୍ଟିସ୍‌ ଅରିଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବ ଦ୍ୱିତୀୟ ପର୍ଯ୍ୟାୟ ବୈଠକ

ପୁରୀ,୦୭/୦୫: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ମୂଲ୍ୟବାନ ବସ୍ତୁ ଓ ଅଳଙ୍କାର ଗଣତିମଣତି (ତାଲିକା ପ୍ରସ୍ତୁତି ତଦାରଖ) ନେଇ ସରକାର ଗଠନ କରିଥିବା କମିଟିର ଦ୍ୱିତୀୟ ବୈଠକ ଆସନ୍ତା ୯ ତାରିଖରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । କମିଟି ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଅରିଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ଏଥିରେ ୧୨ ଜଣ ସଦସ୍ୟ ଯୋଗ ଦେବେ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ବେଳେ ରତ୍ନଭଣ୍ଡାର ଖୋଲି ଯାଞ୍ଚ ନେଇ ନିଷ୍ପତ୍ତି ହୋଇସାରିଛି । ତେଣୁ ଜଷ୍ଟିସ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଦ୍ୱିତୀୟ ବୈଠକରେ ପରବର୍ତ୍ତୀ ନିଷ୍ପତ୍ତି କ’ଣ ନିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । 

ସୂଚନାଥାଉକି, ୧୯୨୬ ମସିହାରେ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ରେକର୍ଡ ପ୍ରସ୍ତୁତ ହୋଇଥିଲା । ପରେ ୧୯୭୮ରେ ଗଣତିମଣତି ହୋଇଥିଲା । ପରେ ୧୯୮୨ ଓ ୧୯୮୫ରେ ଦୁଇଥର ଆଂଶିକ ଗଣତିମଣତି ହୋଇଥିଲା । ଏହା ପରେ ରତ୍ନଭଣ୍ଡାର ରତ୍ନ ଗଣତିମଣତି ଆଦୌ ହୋଇନି । ପ୍ରଥମ ବୈଠକ ପରେ ଜଷ୍ଟିସ୍‌ ପଶାୟତ କହିଥିଲେ, ୧୯୭୮ରେ ହୋଇଥିବା ଗଣତି ରିପୋର୍ଟ ପାଇବା ପରେ ଆଲୋଚନା ହେବ । ୧୯୭୮ ପରବର୍ତ୍ତୀ ସମୟରେ ରତ୍ନଭଣ୍ଡାରରେ ଆଉ କ’ଣ ରତ୍ନ ରଖାଯାଇଛି ଓ କ’ଣ ନାହିଁ (ଥିଲା କିନ୍ତୁ ମିଳୁନି) ସେନେଇ ଆଲୋଚନା ହେବ ବୋଲି ସେ କହିଥିଲେ । 

ପ୍ରତି ୩ ବର୍ଷରେ ଥରେ ରତ୍ନଭଣ୍ଡାର ଖୋଲି ରତ୍ନ ଯାଞ୍ଚ ନିମନ୍ତେ ରହିଥିବା ଶ୍ରୀମନ୍ଦିର ଆଇନକୁ ପାଳନ କରିବାକୁ ଲୋକେ ବାରମ୍ବାର ଦାବି କରୁଥିଲେ ହେଁ ସରକାର ଏହା ଉପରେ ଦୃଷ୍ଟି ଦେଉନାହାନ୍ତି । ସେହିପରି ରତ୍ନଭଣ୍ଡାର ଭିତର ଭାଙ୍ଗିରୁଜି ପଡ଼ିଥିଲେ ହେଁ ଏହାର ରକ୍ଷଣାବେକ୍ଷଣ ନିମନ୍ତେ ମଧ୍ୟ ପଦକ୍ଷେପ ନିଆ ନଯିବା ସରକାରୀ ଦାୟିତ୍ୱହୀନତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଜେପି ପକ୍ଷରୁ ରତ୍ନଭଣ୍ଡାର ଖୋଲି ରତ୍ନମଣତି କରିବା ଓ ରତ୍ନଭଣ୍ଡାର ସୁରକ୍ଷା ନେଇ ସଂକଳ୍ପପତ୍ରରେ ଘୋଷଣା କରିବା ପରେ ଏହା ଏବେ ରାଜନୈତିକ ପ୍ରମୁଖ ପ୍ରସଙ୍ଗ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.