ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ଖପୁରିଆ କରତକଳରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ, ଚନ୍ଦନ ଯାତ୍ରା ପାଇଁ ଚିରଟ କାଠ ଗଲା ଶ୍ରୀକ୍ଷେତ୍ର

Published By : Prameya | May 7, 2024 11:20 AM

କଟକସଦର,୦୭/୦୫: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା  ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବ । ଆସନ୍ତା  ମେ’ ୧୦ ତାରିଖ ଅକ୍ଷୟ ତୃତୀୟରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ସେହିପରି ଚାଳିତମାସ ୧୦ ତାରିଖରେ ପୁରୀରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଖପୁରିଆ କରତକଳରୁ  ୩୭୦ଖଣ୍ଡ(୨୦୩.୨୪) ସିଫ୍‌ଟ ଅସନ ଚିରଟ କାଠ  ପୁରୀକୁ ଯାଇଛି । ଏହି କାଠରେ ଡଙ୍ଗା, ଠାକୁରଙ୍କ ମନ୍ଦିର କବାଟ ଝରକା ପ୍ରଭୃତି ମରାମତି ସହ ଏକ ମଞ୍ଚ ନିର୍ମାଣରେ ଏହି ଚିରଟ କାଠ ବ୍ୟବହାର ହେବ ବୋଲି ଖପୁରିଆ କରତକଳ ପକ୍ଷରୁ ସୂଚନା ମିଳିଛି । 

ରଥଗଢ଼ା ନିମନ୍ତେ ଆବଶ୍ୟକ କାଠ ଏପ୍ରିଲ୍‌ ୧୨  ଓ ୧୬ ଦୁଇଟି ପର୍ଯ୍ୟାୟରେ ଧଉରା ଓ ଅସନ କାଠ  ଖପୁରିଆ କରତକଳକୁ ଆସିଥିଲା । ଏଥିସହିତ  ଏପ୍ରିଲ୍‌ ୨୯ରେ ତୃତୀୟ ପର୍ଯ୍ୟାୟରେ ନୟାଗଡ଼ ବନ  ବିଭାଗରୁ ୧୪ଲଗ(୬୨୪.୯୨) ସିଫ୍‌ଟ ଫାଶୀ କାଠ  ଆସିଥିଲା । ମେ’ ୬ତାରିଖ ଅର୍ଥାତ ସୋମବାର  ଚତୁର୍ଥ ପର୍ଯ୍ୟାୟରେ ନୟାଗଡ଼ ବନ ଖଣ୍ଡରୁ ୯ଲଗ(  ୩୭୧.୦୧) ସିଫ୍‌ଟ ଫାଶୀ କାଠ ନୂଆପଡ଼ାସ୍ଥିତ ଖପୁରିଆ କରତକଳରେ ପହଞ୍ଚିଥିବା ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.