ପ୍ରମୁଖ ଖବର
  • ୭ ନେତାଙ୍କୁ ବିଦା କଲା ବିଜେପି, ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ
  • ||
  • ୟୁଜିସି-ନେଟ୍‌ ଆବେଦନ ଅବଧି ବୃଦ୍ଧି: ମେ ୧୭ ଯାଏଁ କରିପାରିବେ ଆବେଦନ, ଜୁନ୍‌ ୧୮ରେ ପରୀକ୍ଷା
  • ||
  • IPL 2024: ଇଡେନ ଗାର୍ଡେନ୍ସରେ କୋଲକାତାକୁ ଭେଟିବ ମୁମ୍ବାଇ, ନାଇଟ୍‌ ରାଇଡର୍ସର ଶ୍ରେଷ୍ଠ ୨ ଲକ୍ଷ୍ୟ
  • ||
  • ରାଜ୍ୟରେ ସକ୍ରିୟ କାଳବୈଶାଖୀ: ଉତ୍ତର ଉପକୂଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା, ୧୬ ଜିଲ୍ଲାକୁ ଆଲର୍ଟ
  • ||

୨୪ ମହାସଂଗ୍ରାମ ପାଇଁ ପ୍ରସ୍ତୁତ ଯୋଦ୍ଧା: ଏଥର ଶଙ୍ଖ, ପଦ୍ମ, ହାତ ବନାମ ଫୁଲକୋବି, କଞ୍ଚାଲଙ୍କା, କ୍ୟାପ୍‌ସିକମ୍

ଭୁବନେଶ୍ୱର (ଅନୀଲକାନ୍ତ ଦାସ) ୨୮/୦୪: ରଣାଙ୍ଗନ ପ୍ରସ୍ତୁତ । ସାଜସଜ୍ଜାରେ ବାହାରିଲେଣି ଯୋଦ୍ଧା । ସବୁ ଦଳରେ ଟିକଟ ଘୋଷଣା ପ୍ରାୟତଃ ଶେଷ ପର୍ଯ୍ୟାୟରେ । ଯୋଦ୍ଧାଙ୍କ ଆୟୁଧ ବି ପ୍ରଚାର ହେଲାଣି । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ‘ଶଙ୍ଖ’, ‘ପଦ୍ମ’ ଓ ‘ହାତ’ ଧରି ମଇଦାନକୁ ଓହ୍ଲାଇଲେଣି । ସେମାନଙ୍କୁ ସମର୍ଥନ ଦେବାକୁ ନିବେଦନ କରୁଛନ୍ତି । ଏପରିସ୍ଥଳେ ସେମାନଙ୍କୁ ଟକ୍କର ଦେବାକୁ ସ୍ୱାଧୀନ ପ୍ରାର୍ଥୀ ଧରିବେ ‘ଫୁଲକୋବି’, ‘କଞ୍ଚାଲଙ୍କା’ ଓ ‘କ୍ୟାପ୍‌ସିକମ୍‌’ । ସ୍ୱାଧୀନ ପ୍ରାର୍ଥୀମାନଙ୍କ ପାଇଁ ଏହି ତିନୋଟି ଚିହ୍ନ ସମେତ ୧୯୦ଟି ଚିହ୍ନ ଜାରି କରିଛନ୍ତି ନିର୍ବାଚନ କମିଶନ । 

ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲ ସରିଛି । ଦିନକ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମଇଦାନରେ ଦଳୀୟ ପ୍ରାର୍ଥୀଙ୍କୁ ଛାଡ଼ିଲେ ସ୍ୱାଧୀନ ପ୍ରାର୍ଥୀଙ୍କୁ ଚିହ୍ନ ମିଳିବ । ଚୂଡ଼ାନ୍ତ ତାଲିକାରେ ପ୍ରକାଶ ପାଇଥିବା ସ୍ୱାଧୀନ ପ୍ରାର୍ଥୀ ୩ଟି ଚିହ୍ନ ପସନ୍ଦ କରିପାରିବେ । ଏହା ପରେ ନିର୍ବାଚନ ଅଧିକାରୀ ସେହି ଚିହ୍ନ ଉପରେ ମୋହର ମାରିବେ । ଯଦି ଦୁଇ ଜଣ ପ୍ରାର୍ଥୀ ଗୋଟିଏ ଚିହ୍ନ ପାଇଁ ଆବେଦନ କରିଥିବେ, ତାହେଲେ ସେ କ୍ଷେତ୍ରରେ ପ୍ରାର୍ଥୀଙ୍କ ନାମର ପ୍ରଥମ ଅକ୍ଷର ଅନୁଯାୟୀ ଅଗ୍ରାଧିକାର ମିଳିବ । ଏହା ପରେ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ଚିହ୍ନ ପ୍ରଦାନ କରାଯିବ ।

ତିନି ପ୍ରମୁଖ ଦଳକୁ ଛାଡ଼ିଦେଲେ ଆପ୍‌ର ‘ଝାଡୁ’, ସିପିଆଇଏମ୍‌ର ‘ଦା ଧାନକେଣ୍ଡା’, ବିଏସ୍‌ପିର ‘ହାତୀ’, ସମାଜବାଦୀ ପାର୍ଟିର ‘ସାଇକେଲ୍‌’ ଚିହ୍ନ ରହିଛି ।

ଚଳିତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଚିହ୍ନ ମଧ୍ୟରେ ରହିଛି ରୋଡ ରୋଲର୍‌, କ୍ରେନ୍‌, ମୋବାଇଲ୍‌ ଚାର୍ଜର, ଚିଠି ବାକ୍ସ , ବ୍ଲାକବୋର୍ଡ, ବିସ୍କୁଟ୍‌, ପାଉଁରୁଟି, ଇଟା, ଚପଲ, ଯୋତା, କେକ୍‌, କମ୍ପ୍ୟୁଟର, ମାଉସ୍‌, କିବୋର୍ଡ, ଭେଣ୍ଡି, ବାଦାମ, ଅଦା, ଅଙ୍ଗୁର କୋଳି, ଆଇସ୍‌କ୍ରିମ୍‌, ପଣସ, ଲୁଡୁ ଗୋଟି, ରୋବଟ୍‌, ମ୍ୟାଗି ପଟ୍‌ । ସେହିପରି କୃଷକ, ନାଗରିକ, ବ୍ରସ୍‌, ଟଥ୍‌ପେଷ୍ଟ, ଟ୍ରକ ଟାୟାର୍‌, ଇଟା, କାର୍ପେଟ, ସିସି କ୍ୟାମେରା, ଶିକୁଳି, ଡିସ୍‌ ଆଣ୍ଟିନା , କାନଫୁଲ, ହେଲମେଟ୍‌, ଭଳି ଏକାଧିକ ଚିହ୍ନ ରହିଛି ।

ଅତୀତରେ ରାଜ୍ୟରେ ଅନେକ ଆଞ୍ଚଳିକ ଦଳ ଗଠନ ହୋଇଛି । ସେଥିମଧ୍ୟରେ ଓଡ଼ିଶା ଜନମୋର୍ଚ୍ଚାର ‘ଗୁଡି’, ଆମ ଓଡ଼ିଶାର ‘ମାଠିଆ’, ଓଜେପିର ‘କପ୍‌ ପ୍ଲେଟ’ ଚିହ୍ନ ଚର୍ଚ୍ଚାରେ ରହିଥିଲା । ଏଥର ପ୍ରଥମ କରି ନବନିର୍ମାଣ କୃଷକ ସଂଗଠନ ନିର୍ବାଚନ ମଇଦାନକୁ ଓହ୍ଲାଇବ ।

ସେପଟେ ରାଜ୍ୟ ନିବାଚନ କମିଶନରଙ୍କ ପକ୍ଷରୁ ପ୍ରସ୍ତୁତି ସରିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତାଲିକା ଆସିବା ପରେ ଏବେ ଷ୍ଟ୍ରଙ୍ଗ୍‌ରୁମରୁ ଇଭିଏମ୍‌ରେ କମିଶନିଂ କରାଯିବ । ଚିହ୍ନ ପାଇବା ପରେ ନା ସହିତ ଯୋଡ଼ାଯିବ ।

  • PrameyaOdia
  • prameya
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.