ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାର୍‌ ଡ୍ୟାନ୍ସରଙ୍କ ସନ୍ଦେହଜନକ ମୃତ୍ୟୁ: ଯୁବତୀଙ୍କ ଘରଲୋକଙ୍କୁ ଫୋନ୍‌ କରି ପୁରୁଷ ବନ୍ଧୁ ଛୁ...

ଭୁବନେଶ୍ୱର,୧୧/୦୫: ବଡ଼ଗଡ଼ ଥାନା ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିବା ଜଣେ ବାର୍‌ ଡ୍ୟାନ୍ସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ୍‌ । ମୃତ ଡ୍ୟାନ୍ସର ହେଉଛନ୍ତି ବଡ଼ଗଡ଼ ପୋଡ଼ାସାହିରେ ରହୁଥିବା ସୁଲୋଚନା ଦାସ (୨୨) । ପୁଲିସ୍‌  ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର  କରିଛି । 

ଜଗତସିଂହପୁର ଜିଲ୍ଳା ତିର୍ତ୍ତୋଲ  ସ୍ଥିତ ଅଲଗାଁରେ ସୁଲୋଚନାଙ୍କ ଘର । ଗତ  ୯ ମାସ ତଳେ ଭୁବନେଶ୍ୱର ଆସିଥିଲେ ।  ପ୍ରଥମେ ସାଙ୍ଗଙ୍କ ରୁମ୍‌ରେ ରହୁଥିଲେ । ତା’ପରେ ବଡ଼ଗଡ଼ ପୋଡ଼ାସାହିରେ ଘର ଭଡ଼ା ନେଇ ରହୁଥିଲେ। ତାଙ୍କ ସହ ତାଙ୍କର ପୁରୁଷ ବନ୍ଧୁ ମଧ୍ୟ ରହୁଥିଲେ । ଗତ କିଛି ଦିନ ହେବ ପୂର୍ବକଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା। ଏ ବିଷୟରେ ସୁଲୋଚନା ତାଙ୍କ ଘରକୁ  ଲୋକଙ୍କୁ ଜଣାଇଥିଲେ । ଶୁକ୍ରବାର ମଧ୍ୟାହ୍ନ  ପ୍ରାୟ ୧୨ଟା ବେଳେ ସୁଲୋଚନାଙ୍କ ଘରକୁ ଫୋନ୍‌ କରି ପୁରୁଷ ବନ୍ଧୁ କହିଥିଲେ, ସେ  ଆତ୍ମହତ୍ୟା କରିଛି। ଖବର ପାଇ କଟକରେ ରହୁଥିବା ସୁଲୋଚନାଙ୍କ ବଡ଼ ଭଉଣୀ ଭୁବନେଶ୍ୱର ଆସିଥିଲେ । ଦେଖିଥିଲେ ରୁମ୍‌  ବାହାରୁ ତାଲା ପଡିଛି ଓ ଫୋନ୍‌ କରିଥିବା  ପୁରୁଷ ବନ୍ଧୁ ଫେରାର ହୋଇଯାଇଛି ।  ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ  ପହଞ୍ଚି ରୁମ୍‌ କବାଟ ତାଡ଼ି ଦେଇଥିଲେ ସୁଲୋଚନା ଫ୍ୟାନ୍‌ରେ ଝୁଲୁଛନ୍ତି । ଦୁଇଟି ଯାକ ଗୋଡ଼ ତଳେ ଲାଗିଛି । ଏହା ଦେଖି  ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା । ସେମାନେ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ  ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ହେଲେ  ସୁଲୋଚନାଙ୍କ ପୁରୁଷ ବନ୍ଧୁ କେଉଁ ଆଡେ  ଫେରାର ହୋଇଯାଇଥିଲେ । ସୁଲୋଚନାଙ୍କୁ  ହତ୍ୟା କରି ତାଙ୍କୁ ଝୁଲାଇ ଦିଆଯାଇଛି  ବୋଲି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର  ତଦନ୍ତ ଆରମ୍ଭ କରିଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.