ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ୟୁଜିସି-ନେଟ୍‌ ଆବେଦନ ଅବଧି ବୃଦ୍ଧି: ମେ ୧୭ ଯାଏଁ କରିପାରିବେ ଆବେଦନ, ଜୁନ୍‌ ୧୮ରେ ପରୀକ୍ଷା

ଭୁବନେଶ୍ୱର,୧୧/୦୫: ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି  (ଏନ୍‌ଟିଏ) ପକ୍ଷରୁ ୟୁଜିସି-ନେଟ୍‌  ଆବେଦନ ଅବଧି ବୃଦ୍ଧି କରାଯାଇଛି ।  ପୂର୍ବସୂଚୀ ଅନୁଯାୟୀ, ମେ ୧୦  ତାରିଖ ଆବେଦନର ଶେଷ ତାରିଖ ଥିଲା । ତେବେ  ପିଲାଙ୍କ ଅନୁରୋଧ କ୍ରମେ ଏନ୍‌ଟିଏ ପକ୍ଷରୁ ଆବେଦନ ତାରିଖ ବୃଦ୍ଧି କରାଯାଇଛି । ଆସନ୍ତା ୧୭ ତାରିଖ  ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ପିଲାମାନେ  ଆବେଦନ କରିପାରିବେ । ୧୭  ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଫି ଦାଖଲ  କରିପାରିବେ । ଆବେଦନ ପତ୍ରରେ  ତ୍ରୁଟି ଥିଲେ ୧୮ରୁ ୨୦ ତାରିଖ  ମଧ୍ୟରେ ସଂଶୋଧନ କରିପାରିବେ ।  ଏନ୍‌ଟିଏ ପକ୍ଷରୁ ଏନେଇ ସୂଚନା  ଦିଆଯାଇଛି । 

ଜୁନ୍‌ ୧୮ ତାରିଖରେ  ପରୀକ୍ଷା ଅନୁଷ୍ଠିତ ହେବ । ନେଟ୍‌ରେ  ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଜୁନିଅର ରିସର୍ଚ୍ଚ ଫେଲୋସିପ୍‌(ଜେଆର୍‌ଏଫ୍‌) ପାଇବାକୁ ଯୋଗ୍ୟ ବିବେଚିତ  ହେବେ । ଏହାସହ ପ୍ରଥମଥର ପାଇଁ  ନେଟ୍‌ ପରୀକ୍ଷା ମାଧ୍ୟମରେ ପିଏଚ୍‌ଡି  ପଢ଼ିବାକୁ ମଧ୍ୟ ଛାତ୍ରଛାତ୍ରୀମାନେ ସୁଯୋଗ ପାଇବେ । ସମୁଦାୟ  ୮୩ ଟି ବିଷୟରେ ପିଏଚ୍‌ଡି  ପଢ଼ିବାକୁ ଏହି ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନେ ସୁଯୋଗ ପାଇବେ । ପୂର୍ବରୁ ଏହି ପରୀକ୍ଷା ଅନ୍‌ଲାଇନ୍‌ରେ  କରାଯାଉଥିବା ବେଳେ ଚଳିତ ଥର ଏହା ଅଫଲାଇନ୍‌ରେ ହେବ ବୋଲି  ଏନ୍‌ଟିଏ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.