ପ୍ରମୁଖ ଖବର
  • ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ
  • ||
  • କଣାସରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ମେ’ ୨୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୬ରେଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ
  • ||
  • ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା
  • ||
  • ସନ୍ଧ୍ୟାରେ ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପ୍ରଚାର, ଶନିବାର ୬ ଲୋକସଭା, ୪୨ ବିଧାନସଭାରେ ଭୋଟ୍‌
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ
  • ||

ଶନିବାର ପ୍ରଧାନମନ୍ତ୍ରୀଙ୍କ ମାରାଥନ ପ୍ରଚାର; କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ ଜନସଭାରେ ଦେବେ ଉଦ୍‌ବୋଧନ

ବଲାଙ୍ଗିର/ବରଗଡ଼/ଫୁଲବାଣୀ,୧୧/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କନ୍ଧମାଳ, ବଲାଙ୍ଗିର ଓ ବରଗଡ଼ ଗସ୍ତରେ ଆସୁଛନ୍ତି । ସେ ସକାଳ ୧୦ଟା ୨୦ରେ ଗୁଦାରୀ ଏୟାରଷ୍ଟ୍ରିପ୍‌ରେ ଅବତରଣ କରି ସଡ଼କ ପଥରେ କନ୍ଧମାଳ ଷ୍ଟାଡିୟମ୍‌କୁ ଆସିବେ। ସେଠାରେ ଜନସଭାରେ ଯୋଗଦେଇ ୧୧ଟା ୨୫ରେ ଫୁଲବାଣୀ ଛାଡ଼ିବେ । ସେଠାରୁ ବାହାରି ଶ୍ରୀ ମୋଦି ମଧ୍ୟାହ୍ନ ୧୨ଟା ୫ରେ ବଲାଙ୍ଗିର ପଥରଚେପାସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇବେ । ସେଠାରେ ୧୨ଟା ୧୫ରୁ ୧୨ଟା ୫୫ପର୍ଯ୍ୟନ୍ତ ରହି ଜନସଭାକୁ ଉଦ୍‌ବୋଧନ ଦେବେ । ସେଠାରେ ସେ ପ୍ରାୟ ୪୦ ମିନିଟ ରହିବେ । ଏହାପରେ ସେ ବରଗଡ଼ ଜିଲ୍ଲା ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି । ବରଗଡ଼ର ବରାହାଗୁଡ଼ା ଟୋଲଗେଟ ନିକଟସ୍ଥ ବିକାଶ ଭିନ୍‌ଟେଜ ପଡ଼ିଆରେ ବିଶାଳ ଜନସଭାରେ ଉଦ୍‌ବୋଧନ ଦେବା ସହିତ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ସମର୍ଥନ ଲୋଡ଼ିବାର କାର୍ଯ୍ୟକ୍ରମ ରହିଛି ।

 ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଅପରାହ୍ଣ ୧ଟାରେ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ବିକାଶ ସ୍କୁଲ ପଡ଼ିଆରେ ଅବତରଣ କଲାପରେ ଏକ ସ୍ୱତନ୍ତ୍ର ଗାଡ଼ିରେ ମୁଖ୍ୟ ସଭାସ୍ଥଳକୁ ଯିବେ । ଉକ୍ତ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ରାଜ୍ୟସ୍ତରୀୟ ନେତୃବୃନ୍ଦ ଉପସ୍ଥିତ ରହି ଜନସାଧାରଣଙ୍କୁ ସମ୍ବୋଧନ କରିବେ । 

କନ୍ଧମାଳ ସମାବେଶରେ କନ୍ଧମାଳ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀଙ୍କ ସମେତ ସମସ୍ତ ୭ଟି ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀମାନେ ଯୋଗଦେବେ। ବଲାଙ୍ଗିର ସଭାରେ ବଲାଙ୍ଗିର, ଲୋଇସିଂହା, ପାଟଣାଗଡ଼, ଟିଟିଲାଗଡ଼, କଣ୍ଟାବାଞ୍ଜି, ସୋନପୁର ଏବଂ ବୀରମହାରାଜପୁର ବିଧାୟକଙ୍କ ସହ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ବିଜେପି ନେତୃବୃନ୍ଦ ଉପସ୍ଥିତ ରହିବେ । ସେହିପରି ଦଳ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣଠୁ ଆରମ୍ଭ କରି ବଲାଙ୍ଗିରରେ ଅଧିକ ତାପମାତ୍ରାକୁ ନଜରରେ ରଖି ଆବଶ୍ୟକ ବ୍ୟବସ୍ଥା କରାଯାଉଛି ।

ଏଣୁ ଏସ୍‌ପିଜି (ସ୍ପେସିଆଲ ପ୍ରୋଟେକ୍ସନ ଗ୍ରୁପ)ର ତତ୍ତ୍ୱାବଧାନରେ ପୁଲିସ ସମେତ ଅନ୍ୟାନ୍ୟ ଫୋର୍ସ ଶୁକ୍ରବାର ଦିନତମାମ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛି । ଅପରାହ୍ଣତ୍କରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରି କିଭଳି ଶାନ୍ତିଶୃଙ୍ଖଳାର ସହ ମୋଦିଙ୍କ କାର୍ଯ୍ୟକ୍ରମ ସରିବ ସେନେଇ ସବୁ ପ୍ରସ୍ତୁତି ସରିଥିବା କହିଥିଲେ । ଆସନ୍ତାକାଲି ମୋଦିଙ୍କ କାର୍ଯ୍ୟକ୍ରମରେ ବଲାଙ୍ଗିର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ଟି ବିଧାନସଭା ଅଞ୍ଚଳରୁ ପ୍ରାୟ ୧ଲକ୍ଷ ଜନତାଙ୍କ ସମାଗମ ହେବ ବୋଲି କୁହାଯାଉଛି । ତେଣୁ ସେହି ଅନୁପାତରେ ପୁଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ଏଥିରେ ଏସ୍‌ପିଙ୍କଠାରୁ ଆରମ୍ଭ କରି ପ୍ରାୟ ୨ ଶହ ଅଫିସର, ୩୦୦ ହୋମଗାର୍ଡ ଏବଂ ୨୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ପୁଲିସ ଆଇଜି ସୂଚନା ଦେଇଛନ୍ତି ।

ସେହିପରି ବରଗଡ଼ ଭିନ୍‌ଟେଜ୍‌ ପଡ଼ିଆ ସଭାରେ ସମ୍ବଲପୁର ଲୋକସଭା ଅନ୍ତର୍ଗତ ସମ୍ବଲପୁର, ରେଙ୍ଗାଲି ଏବଂ ରେଢ଼ାଖୋଲ ବିଧାନସଭାର ବିଜେପି ପ୍ରାର୍ଥୀଙ୍କ ସମେତ ଜନସାଧାରଣ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।  ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ବରଗଡ଼ ଗସ୍ତକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି । 

ଉଲ୍ଲେଖଯୋଗ୍ୟ, ଗତ ୨୦୧୬ ଫେବ୍ରୁଆରୀରେ ପ୍ରଧାନମନ୍ତ୍ରୀ ବରଗଡ଼ ଗସ୍ତରେ ଆସି ଫସଲବୀମା ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ୫ ଏସ୍‌ପି, ୪ ଜଣ ଏଏସ୍‌ପି,୧୨ ଡିଏସ୍‌ପି,୨୭ ଇନ୍‌ସ୍ପେକ୍ଟର, ୧୮୦ ଜଣ ଏସଆଇ ଓ ଏଏସଆଇଙ୍କ ସହ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବରଗଡ଼ ଏସ୍‌ପି ପ୍ରହଲ୍ଲାଦ ସହାଇ ମୀନା ପ୍ରକାଶ କରିଛନ୍ତି ।

  • PrameyaOdia
  • prameya
  • pm narendra modi
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.