ପ୍ରମୁଖ ଖବର
  • ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିର ଭିତର ବେଢାର ଫଟୋ ଭାଇରାଲ
  • ||
  • ପୁରୀ ବାଣ ବିସ୍ଫୋରଣ ଘଟଣା, SCBରୁ ଡିସଚାର୍ଜ ହେଲେ ୨ ଗୁରୁତର, ବିଭିନ୍ନ ହସ୍ପିଟାଲରେ ୧୫ ଜଣ ଚିକିତ୍ସିତ
  • ||
  • ନବୀନଙ୍କ ୫ମ ପାଳିର ଅନ୍ତିମ କ୍ୟାବିନେଟ ବୈଠକ ଶେଷ..ଷୋଡଶ ବିଧାନସଭା ଭଙ୍ଗ ସୁପାରିସ୍ ନେଇ ବାଜିଲା ମୋହର
  • ||
  • ଭୂକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୯ ରେକର୍ଡ
  • ||
  • ନୀଳଗିରି: ଦଳିଦେଲା କୂଳଡିହା ହାତୀ, ଅଳ୍ପକେ ବର୍ତିଲେ ଛାତ୍ରୀ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪ରେ ପ୍ରଥମ ସୁପର ଓଭର, ଓମାନକୁ ପରାସ୍ତ କଲା ନାମିବିୟା
  • ||
  • ସମ୍ବଲପୁରରେ ନିର୍ମାଣଧିନ ପୋଲ ଉପରୁ ଖସିପଡିଲା ବୋଲେରୋ, ୨ ମୃତ, ୮ରୁ ଅଧିକ ଆହତ
  • ||
  • ଭୋଟ ଗଣତି କାଉଣ୍ଟଡାଉନ୍‌,ମଙ୍ଗଳବାର ବାହାରିବ ଫଳ, ରାଜ୍ୟର ୧୬୮ କେନ୍ଦ୍ରରେ ହେବ ଗଣତି
  • ||
  • ଏମ୍ପି ରାଜଗଡ଼ରେ ଭୟଙ୍କର ଦୁର୍ଘଟଣା, ଟ୍ରାକ୍ଟର ଓଲଟି ୧୩ ମୃତ, ବିବାହ ଉତ୍ସବକୁ ଯାଉଥିଲେ
  • ||
  • ରଥଖଳା ହାଲ୍‌ଚାଲ୍‌...୩୨ ଚକ ଶେଷ, ଯୋକା ଆରମ୍ଭ, ଆଜି ମୁହାଁଟ ବିନ୍ଧ ଅନୁକୂଳ
  • ||
  • ଗାଡି ଚାଳକଙ୍କ ପକେଟକୁ ମହଙ୍ଗା ମାଡ଼, ସୋମବାରଠୁ ଦେଶବ୍ୟାପୀ ଟୋଲ୍‌ ଦେୟ ୩ରୁ୫% ବୃଦ୍ଧି
  • ||
  • ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି, ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମପ୍ରବାହ: ଜୁନ୍‌ ୧୫ ଆଗରୁ ମୌସୁମୀ ବର୍ଷା ହେବନି
  • ||

ଭୋଟ ହାର ବଢ଼ାଇବାକୁ ନିର୍ବାଚନ କମିଶନଙ୍କ ପ୍ରୟାସ, ମତଦାତାଙ୍କୁ ଉତ୍ସାହିତ କରୁଛି ସ୍ଲୋଗାନ

ଭୁବନେଶ୍ୱର,୧୩/୦୫: ‘ଗାଁ କି ସହର ଯେଉଁଠି ଥାଅ, ନିଜର ଭୋଟ ନିଶ୍ଚୟ ଦିଅ’,‘ମୋ  ଭୋଟ ମୋ ଶକ୍ତି’, ‘ମୁଁ ଭୋଟ ଦେଇ ଗର୍ବିତ ଆଉ ଆପଣ?’, ‘ମତଦାନ କରି, କଲି ସୁନିଶ୍ଚିତ’ । ଏମିତି  ଅନେକ ସ୍ଲୋଗାନ । ଯାହା ମତଦାତାଙ୍କୁ ଭୋଟବୁଥ୍‌  ପ୍ରତି ଆକର୍ଷିତ କରିବା ସହ ଭୋଟହାର ବୃଦ୍ଧି  ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି । 

ଚଳିତ ବର୍ଷ ମତଦାନ ପ୍ରକ୍ରିୟା ଏକ ନୂତନ  ଢାଞ୍ଚାରେ ହେଉଛି । ଅଧିକାଂଶ ସ୍ଥାନରେ ବୁଥ୍‌କୁ  ବିଭିନ୍ନ ପ୍ରସଙ୍ଗଭିତ୍ତିକ ସାଜସଜ୍ଜା କରାଯାଇଛି । ଯେଉଁମାନେ ଭୋଟ ଦେବାକୁ ବୁଥ୍‌କୁ ଯିବା  ପାଇଁ ଅକ୍ଷମ ସେମାନଙ୍କ ପାଇଁ ଘରେ ମତଦାନ  ବ୍ୟବସ୍ଥା ହୋଇଛି । ଏସବୁ ମଧ୍ୟରେ ନିର୍ବାଚନୀ ସ୍ଲୋଗାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବିଶେଷକରି ଯୁବପିଢ଼ି ଏହି ସ୍ଲୋଗାନ ପ୍ରତି  ଅଧିକ ଆକୃଷ୍ଟ ହେଉଛନ୍ତି । ଭୋଟ ଦେଇସାରି ସେମାନେ ବୁଥ୍‌ ଆଗରେ ରହିଥିବା ଆକର୍ଷଣୀୟ ସେଲ୍ଫି ଜୋନ୍‌ ଆଗରେ ସେଲ୍ଫି ମଧ୍ୟ ଉଠାଉଛନ୍ତି ।  

ଚଳିତବର୍ଷ ନିର୍ବାଚନର ଥିମ୍‌ ରହିଛି ‘ନିର୍ବାଚନର  ପର୍ବ, ଦେଶର ଗର୍ବ’ । ନିର୍ବାଚନ ସଂକ୍ରାନ୍ତୀୟ ଯେ  କୌଣସି କାର୍ଯ୍ୟକ୍ରମ ହେଉ ଅବା ସଚେତନତା  ଶୋଭଯାତ୍ରା ସବୁଠି ଏହି ସ୍ଲୋଗାନ ରହିଥାଏ ।  ଓଡ଼ିଶାରେ ଚଳିତ ମଇ ମାସ ୧୩ ତାରିଖରୁ  ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ  ପରେ ସୋମବାର ଦ୍ୱିତୀୟ ପର୍ଯ୍ୟାୟରେ ବଲାଙ୍ଗିର,  ବରଗଡ଼, ସୁନ୍ଦରଗଡ଼, ଆସିକା ଓ କନ୍ଧମାଳ  ସଂସଦୀୟ କ୍ଷେତ୍ର ଓ ଏହା ଅଧୀନସ୍ଥ ବିଧାନସଭା  ଆସନରେ ମତଦାନ ଶେଷ ହୋଇଛି । ଭୋଟ ବେଳେ  ନାନା ପ୍ରକାରର ସ୍ଲୋଗାନକୁ ଅସ୍ତ୍ର କରାଯାଇଛି । ଯାହା  ବୁଥ୍‌ ବାହାରେ ଥିବା ଗେଟ୍‌ରେ ଲିପିବଦ୍ଧ ରହିଛି ।  ସ୍ଲୋଗାନଗୁଡ଼ିକ ମତଦାତାଙ୍କ ଉତ୍ସାହିତ କରୁଛି ।  

ଘରେ ଘରେ ଅନଲାଇନ୍‌ ଅର୍ଡର ଯୋଗେ ଖାଦ୍ୟ  ପହଞ୍ଚାଉଥିବା ଡେଲିଭରି ବୟଙ୍କ ପାଇଁ ସ୍ଲୋଗନ  ହେଉଛି ‘ଆଗ ଭୋଟ୍‌ ଦେବାକୁ ଯିବି, ତାପରେ  ଆପଣଙ୍କୁ ଖାଇବା ଡେଲିଭରି କରିବି ।’ ସ୍ଲୋଗାନଟି  ମଜାଳିଆ ହୋଇଛି । ସୋସିଆଲ ମିଡିଆରେ ଏହାକୁ ଖୁବ୍‌ ପସନ୍ଦ କରାଯାଇଛି । ସେହିପରି  ବୁଥ୍‌ ବାହାରେ ଯଦି ଗଣ୍ଡଗୋଳ ହୁଏ ସେଥିପାଇଁ  ବି ସ୍ଲୋଗାନ ରହିଛି । ଏହି ସ୍ଲୋଗାନଟି ହେଉଛି  ‘ନିର୍ବାଚନୀ ହିଂସାଠାରୁ ଦୂରେଇ ରୁହନ୍ତୁ-ଶାନ୍ତିପୂର୍ଣ୍ଣ  ଭାବେ ନିଜର ମତାଧିକାର ସାବ୍ୟସ୍ତ କରନ୍ତୁ ।’  ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଆସନ୍ତା ୨୫ରେ  ମତଦାନ ହେବ । ରାଜଧାନୀବାସୀଙ୍କ ପାଇଁ ‘୨୫  ମଇରେ ନିଶ୍ଚିତ ଯିବା, ନିଜ ବୁଥରେ ଭୋଟ ଦେବା’  ନାମକ ଏକ ସ୍ଲୋଗାନ ତିଆରି କରିଛି ବିଏମ୍‌ସି ।  

ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରଦତ୍ତ ଅନ୍ୟ  କେତେକ ସ୍ଲୋଗାନ ମଧ୍ୟରେ, ‘ଭୋଟିଂର ଦିନ  ଛୁଟି ନୁହେଁ, କତ୍ତର୍ବ୍ୟର ଦିନ’, ‘ମୋ ଭୋଟ-ମୋ ଅଧିକାର’, ‘ମତଦାନ କରିଥିବାରୁ ମୁଁ ଗର୍ବିତ’,  ‘ମତଦାନ ଅଟେ ଅତୁଳନୀୟ, ମତଦାନ ମୁଁ  କରିବି ନିଶ୍ଚୟ’, ‘ପ୍ରତ୍ୟେକଟି ଭୋଟ ମୂଲ୍ୟବାନ’, ‘ଭୋଟିଂର ଦିନ: ବାହାନା କରିବାର ଦିନ ନୁହେଁ’, ‘ଆସନ୍ତୁ, ଅଲିଭା ସ୍ୟାହି ଲଗାଇବା ଏବଂ ଗଣତନ୍ତ୍ରର  ସବୁଠାରୁ ବଡ଼ ପର୍ବ ପାଳନ କରିବା’, ‘ମୋ ଭୋଟ  ଦେଶ ପାଇଁ’, ‘କ୍ୟୁଆର କୋଡ୍‌ ସ୍କାନ କରନ୍ତୁ ଏବଂ ମତଦାନର ସଂକଳ୍ପ ନିଅନ୍ତୁ’, ‘ମୋ ଭୋଟ ମୋ  କତ୍ତର୍ବ୍ୟ’, ‘ମୋ ଭୋଟ ମୋ ଗର୍ବ-ମୁଁ ଭୋଟର ଭାବେ ଗର୍ବିତ’ । ସେହିପରି ପଶ୍ଚିମ ଓଡ଼ିଶା ଭୋଟରଙ୍କ ପାଇଁ ‘ମିଲି ମିଶି ହେମା ଯୋଟ୍‌, ସଭେ ଯିମା ଦେମା ଭୋଟ୍‌’ ସ୍ଲୋଗାନ ତିଆରି ହୋଇଛି । ଯାହାକୁ ସମ୍ବଲପୁରୀ  ଭାଷା ଜାଣିଥିବା ଲୋକେ ବେଶ୍‌ ପସନ୍ଦ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.