ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

CSKରେ ଧୋନି ଖେଳି ସାରିଛନ୍ତି କି ଶେଷ ମ୍ୟାଚ୍‌ ? ମାହିଙ୍କୁ ନେଇ ମାଥ୍ୟୁ ହେଡେନଙ୍କର ବଡ଼ ବୟାନ

ନୂଆଦିଲ୍ଲୀ – ଅଷ୍ଟ୍ରେଲିଆର ପୂର୍ବତନ ପ୍ରସିଦ୍ଧ କ୍ରିକେଟର ମାଥ୍ୟୁ ହେଡେନଙ୍କର ଅନୁସାରେ, ଚମତ୍କାର ୱିକେଟ୍‌ କିପର ଓ ବ୍ୟାଟର ମହେନ୍ଦ୍ର ସିଂହ ଧୋନି ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ନିଜର ଶେଷ ମ୍ୟାଚ୍‌ ଖେଳି ସାରିଛନ୍ତି , କିନ୍ତୁ ସେ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ସହ କୌଣିସ ଭୂମିକାରେ ଯୋଡ଼ି ରହି ପାରନ୍ତି। 

ଶୁକ୍ରବାର ଏହି ଆଇପିଏଲରେ ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଠାରୁ ହାରିବା ପରେ ସିଏସକେର ଯାତ୍ରା ସରି ଯାଇଛି। ଏହି ମ୍ୟାଚ୍‌ରେ ଧୋନି ୧୩ଟି ବଲରେ ୨୫ରନ୍‌ର ଆକର୍ଷକ ପାଳି ଖେଳି ଥିଲେ, କିନ୍ତୁ ଏହା ଟିମ୍‌କୁ ପ୍ଲେଅଫରେ ପହଞ୍ଚିବା ପାଇଁ ଯଥେଷ୍ଟ ନଥିଲା। ଜିତିବା ପାଇଁ ୨୧୯ ରନର ପିଛା କରି ସିଏସକେକୁ ଫାଇନାଲରେ ପହଞ୍ଚିବା ପାଇଁ ୨୦୧ ରନ୍‌ର ଆବଶ୍ୟକ ଥିଲା , କିନ୍ତୁ ଟିମ୍‌ ୭ ୱିକେଟ୍‌ରେ ୧୯୧ ରନ୍‌ର ହିଁ କରି ପାରି ଥିଲା। 

ଚେନ୍ନାଇ ସୁପର କିଙ୍ଗସ ପାଇଁ ଆଇପିଏଲରେ ଖେଳି ସାରିଥିବା ପୂର୍ବତନ ଓପନର ବ୍ୟାଟର ହେଡେନ କହିଛନ୍ତି କି, ଧୋନି ଆଗାମୀ ସିଜନରେ ଯଦି ସିଏସକେର ସଦସ୍ୟ ବା ମେଣ୍ଟୋର ନହେବେ ତ ତାଙ୍କୁ ଖୁବ୍ ଆଶ୍ଚର୍ଯ୍ୟ ଲାଗିବ। ହେଡେନ ଷ୍ଟାର ସ୍ପୋର୍ଟସର କାର୍ଯ୍ୟକ୍ରମ କ୍ରିକେଟ୍‌ ଲାଇଭ୍‌ରେ କହିଛନ୍ତି , ମୋତେ ଲାଗୁଛି କି ଧୋନି ନିଜର ଶେଷ ମ୍ୟାଚ୍‌ ଖେଳି ସାରିଛନ୍ତି। ଏମିତି ନୁହେଁ କି ଆମେ ଆଇପିଏଲ୍‌ରେ ଧୋନିଙ୍କୁ ଶେଷ ଥର ଦେଖୁଛେ। ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗିବ କି ସେ ଯଦି ସିଏସକେର ପରିବାରରେ ମାର୍ଗଦର୍ଶକ ଭାବେ ରହିବେ ନାହିଁ କି ଏହାର ସଦସ୍ୟ ହେବେ ନାହିଁ।

ଧୋନିଙ୍କ ଅଧିନାୟକତ୍ୱରେ ଖେଳି ସାରିଥିବା ହେଡେନ କହିଛନ୍ତି , ଜଣେ ଅଧିନାୟକ ଭାବେ ସେ ଚେନ୍ନାଇ ସୁପର କିଙ୍ଗସର ବଡ଼ ଭାଇ। ସେ ନିଜର ମସ୍ତିଷ୍କ ଓ କ୍ରିକେଟ୍‌ର ସବୁ ଜ୍ଞାନକୁ ସୁନ୍ଦର ଉପାୟରେ ବ୍ୟବହାର କରିଥାନ୍ତି। ଏହି କାର୍ଯ୍ୟକ୍ରମରେ ଭାରତୀୟ ଟିମ୍‌ର ଖେଳାଳି ଅମ୍ୱାନୀ ରାୟୁଡୁ ଆଶା କରିଛନ୍ତି କି ଧୋନି ଆଗାମୀ ସଂସ୍କରଣରେ ଖେଳିବା ଜାରି ରହିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.