ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ମେ'୨୫ରେ ନ୍ୟୁୟର୍କ ଯାତ୍ରା କରିବେ ଭାରତୀୟ ଖେଳାଳି !

ନୂଆଦିଲ୍ଲୀ,୨୦/୦୫: ରବିବାର ଆଇପିଏଲର ଲିଗ୍‌ ପର୍ଯ୍ୟାୟ ଶେଷ  ହୋଇ ଯାଇଛି । ୨୧ ତାରିଖରୁ ପ୍ଲେ-ଅଫ୍‌ ରାଉଣ୍ଡ ଆରମ୍ଭ ହୋଇ ୨୪ରେ ଶେଷ ହେବ  ଏବଂ ୨୬ରେ ଫାଇନାଲ ରହିଛି । ତେଣୁ  ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ପ୍ରଥମ ପର୍ଯ୍ୟାୟରେ  ଭାରତୀୟ ଦଳର ଅଧିକାଂଶ ଖେଳାଳି ୨୫  ତାରିଖରେ ନ୍ୟୁୟର୍କ ଯାତ୍ରା କରିବାର କାର୍ଯ୍ୟକ୍ରମ  ରହିଛି ବୋଲି ବିସିସିଆଇର ଜଣେ ଅଧିକାରୀ  ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

ଅଧିକାରୀ ଜଣଙ୍କ କହିଛନ୍ତି, ‘ରୋହିତ  ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ, ଅକ୍ଷର ପଟେଲ  ଓ ଅର୍ଶଦୀପ ସିଂ ପ୍ରମୁଖ ଖେଳାଳି ଆସନ୍ତା ୨୫  ତାରିଖରେ ନ୍ୟୁୟର୍କ ଯିବେ । କିନ୍ତୁ ପୂର୍ବରୁ ୨୧  ତାରିଖ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ବାଂଲାଦେଶ ବିପକ୍ଷରେ ୱାର୍ମଅପ୍‌ ମ୍ୟାଚ୍‌ ଜୁନ ୧ ତାରିଖରେ  ରହିଥିବାରୁ ଯାତ୍ରା ସୂଚୀରେ ପରିବର୍ତ୍ତନ କରାଯାଇଥିଲା । ଅବଶିଷ୍ଟ ଖେଳାଳି ଆଇପିଏଲ ଫାଇନାଲ ପରେ ଯିବାର କାର୍ଯ୍ୟକ୍ରମ ଅଛି ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.