ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

IPL 2024 : ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର, ପରାଜୟଧାରାରେ ବ୍ରେକ୍‌ ଲଗାଇବ ରୟାଲ୍ସ

ଗୌହାଟୀ,୧୯/୦୫: ଚଳିତ ଆଇପିଏଲ୍‌ରେ ରବିବାର ଲିଗ୍‌ ପର୍ଯ୍ୟାୟର ଶେଷ ଦିନ। ୨ଟି ମ୍ୟାଚ୍‌ ସହ ଲିଗ୍‌ ପର୍ଯ୍ୟାୟ ଶେଷ ହେବ ଓ ପ୍ରଥମ ୪ଟି ସ୍ଥାନ ସମ୍ପୂର୍ଣ୍ଣ ହେବ । କୋଲକାତା ନାଇଟ୍‌ ରାଇଡର୍ସ ଶୀର୍ଷ  ସ୍ଥାନ ନିଶ୍ଚିତ କରିସାରିଛି । ଦ୍ୱିତୀୟ ସ୍ଥାନ ପାଇଁ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ମଧ୍ୟରେ ଟଣା ଓଟରା ଲାଗି ରହିବ । ରବିବାର ରାତ୍ରି ମ୍ୟାଚ୍‌ରେ ଘରୋଇ ରାଜସ୍ଥାନ ରୟାଲ୍ସ  ଓ ନାଇଟ୍‌ ରାଇଡର୍ସ ପରସ୍ପରକୁ ଭେଟିବେ । ରୟାଲ୍ସ ଦଳ ଉକ୍ତ ମ୍ୟାଚ୍‌ ଜିତିଲେ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନ ବଜାୟ ରଖିପାରିବ ।  

ରାଜସ୍ଥାନ ରୟାଲ୍ସ ପ୍ରଥମ ଦଳ ଭାବେ  ୧୬ ପଏଣ୍ଟ ଅର୍ଜନ କରିଥିଲା । ପ୍ରଥମ ୯ଟି ମ୍ୟାଚ୍‌ରୁ ଦଳ ୮ଟି ବିଜୟ ହାସଲ କରିଥିଲା । ମାତ୍ର ଏହାପରେ କ୍ରମାନ୍ୱୟରେ ୪ଟି ପରାଜୟ ରୟାଲ୍ସର ମନୋବଳ ଭାଙ୍ଗି  ଦେଇଛି । ସେହିପରି ଷ୍ଟାର ବ୍ୟାଟର ଜୋସ ବଟଲର ସ୍ୱଦେଶ ଫେରିଯିବା ପରେ  ରୟାଲ୍ସ ଓପନିଂ ବିଭାଗ ଦୁର୍ବଳ ହୋଇଛି । ବଟଲରଙ୍କ ସ୍ଥାନ ପୂରଣ କରିବା କଷ୍ଟକର । ମାତ୍ର ସଞ୍ଜୁ ସାମସନ ଓ ରିୟାନ ପରାଗ  ମ୍ୟାଚ୍‌ ଜିତାଇବାର କ୍ଷମତା ରଖିଛନ୍ତି ।  

ନାଇଟ ରାଇଡର୍ସ ମଧ୍ୟ ଓପନର ଫିଲ  ସଲ୍ଟଙ୍କ ଅନୁପସ୍ଥିତି ଅନୁଭବ କରିବ । ବାକି ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି । ଗୌତମ ଗମ୍ଭୀରଙ୍କ ଚତୁର ରଣନୀତି ବଳରେ ନାଇଟ ରାଇଡର୍ସର ପ୍ରଦର୍ଶନରେ  ଅବିଶ୍ୱସନୀୟ ଭାବେ ଉନ୍ନତି ହୋଇଛି । ତେଣୁ ରବିବାର ବର୍ଷାପଡ଼ା ଷ୍ଟାଡ଼ିୟମ୍‌ରେ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । 

ରବିବାର ଉଭୟ ଦଳ ଏକାଦଶରେ  ପରିବର୍ତ୍ତନ କରିବା ସମ୍ଭାବନା ରହିଛି । ପୂର୍ବ ମ୍ୟାଚ୍‌ରେ ବଟଲରଙ୍କ ସ୍ଥାନରେ ପାଳି ଆରମ୍ଭ କରିଥିବା ଟମ କୋହଲର କ୍ୟାଡମୋରଙ୍କୁ ବିଶ୍ରାମ ଦେଇ ରୟାଲ୍ସ ଧ୍ରୁବ ଜୁରେଲଙ୍କୁ ଓପନର ଭାବେ ଖେଳାଇବା ଆଶା କରାଯାଉଛି । ଫଳରେ ମଧ୍ୟ ଭାଗରେ  ଉଭୟ ସିମରନ ହେତମାୟର ଓ ରୋଭମାନ ପାୱେଲଙ୍କୁ ଖେଳାଇ ହେବ । ନାଇଟ୍‌ ରାଇଡର୍ସ ମଧ୍ୟ ଫିଲ ସଲ୍ଟଙ୍କ ସ୍ଥାନରେ ରହମନୁଲ୍ଲା ଗୁରବାଜଙ୍କୁ ଖେଳାଇବ । ଗୁରବାଜ ରବିବାର ସିଜନର ପ୍ରଥମ ମ୍ୟାଚ୍‌ ଖେଳିବେ ।  

ବର୍ଷାପଡ଼ା ଷ୍ଟାଡ଼ିୟମ୍‌ର ପିଚ୍‌ ସାମାନ୍ୟ ମନ୍ଥର ରହିପାରେ। ପୂର୍ବ ମ୍ୟାଚ୍‌ରେ  ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ମାତ୍ର ୧୪୫ ରନ୍‌ କରିଥିଲା । ତେଣୁ ବିଶାଳ ସ୍କୋର ସମ୍ଭାବନା ନାହିଁ । ବୋଲରମାନଙ୍କ ରାଜୁତି ଜାରି ରହିବ । ଅପରାହ୍ଣରେ ବର୍ଷା ସମ୍ଭାବନା ରହିଛି । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । 

ସମ୍ଭାବ୍ୟ ଏକାଦଶ

ରାଜସ୍ଥାନ ରୟାଲ୍ସ : ୟଶସ୍ୱୀ ଜୈସ୍ୱାଲ,  ଟମ କୋହଲର-କ୍ୟାଡମୋର,  ସଞ୍ଜୁ ସାମସନ(ଅଧିନାୟକ),  ରିୟାନ ପରାଗ, ଧ୍ରୁବ ଜୁରେଲ, ସିମରନ  ହେତମାୟର/ରୋଭମାନ ପାୱେଲ୍‌,  ଆର ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ଅଭେଶ  ଖାନ, ସନ୍ଦିପ ଶର୍ମା, ୟୁଝବେନ୍ଦ୍ର ଚହଲ ।  (ଇମ୍ପାକ୍ଟ ପ୍ଲେୟାର: ନାନ୍ଦ୍ରେ ବର୍ଗର) । 

ନାଇଟ୍‌ ରାଇଡର୍ସ : ରହମନୁଲ୍ଲା ଗୁରବାଜ, ସୁନିଲ  ନାରାଏନ, ନିତିଶ ରାଣା, ଶ୍ରେୟାସ  ଆୟର(ଅଧିନାୟକ), ଭେଙ୍କଟେଶ  ଆୟର, ଆନ୍ଦ୍ରେ ରସେଲ, ରିଙ୍କୁ ସିଂହ,  ରମଣଦୀପ ସିଂହ, ମିଚେଲ ଷ୍ଟାର୍କ,  ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା ।  (ଇମ୍ପାକ୍ଟ ପ୍ଲେୟାର: ବୈଭବ ଆରୋରା) ।

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.