ପ୍ରମୁଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ପପୁଆ ନ୍ୟୁ ଗିନିକୁ ଭେଟିବ ୱେଷ୍ଟ ଇଣ୍ଡିଜ, ପ୍ରୋଭିଡେନ୍ସରେ ହେବ ବ୍ୟାଟିଂ ବିସ୍ଫୋରଣ
  • ||
  • ନିର୍ବାଚନ ଅପ୍‌ଡେଟ୍: ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ଭୋଟ ଗଣତି ଜାରି
  • ||
  • ସରିଲା ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଅବଧି, ରବିବାର ଫେରିବେ ତିହାର ଜେଲ୍
  • ||
  • ଶେଷ ପର୍ଯ୍ୟାୟରେ ୬୨% ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ, ବିହାରରେ ସର୍ବନିମ୍ନ
  • ||
  • ବୁଥ ବାହୁଡାମତରେ ଏନ୍ଡିଏକୁ ବହୁମତ, ୩୫୦ ପାର୍‌ NDA, ହ୍ୟାଟ୍ରିକ କରିବେ ମୋଦି
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ଅଂଶୁଘାତ ନେଉଛି ଜୀବନ: ଜଳିବ ପଶ୍ଚିମ ଓଡ଼ିଶା, ୫ ଯାଏ ଉପକୂଳରେ ଗୁଳୁଗୁଳି
  • ||

IPL 2024: ଉପଲରେ ହାଇଦ୍ରାବାଦକୁ ଭେଟିବ ପଞ୍ଜାବ,ଦ୍ୱିତୀୟ ସ୍ଥାନ ଲକ୍ଷ୍ୟରେ ସନରାଇଜର୍ସ

ହାଇଦ୍ରାବାଦ,୧୯/୦୫: ରବିବାର ଅପରାହ୍ଣରେ ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍‌ସ ପରସ୍ପରକୁ ଭେଟିବେ। ପ୍ଲେ-ଅପ୍‌ ଦୌଡ଼ରୁ ପଞ୍ଜାବ କିଙ୍ଗ୍‌ସ ବାଦପଡ଼ିସାରିଛି । ସନରାଇଜର୍ସ ନିକଟରେ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚିବାକୁ ସୁଯୋଗ ରହିଛି । ରବିବାର ବଡ଼ ବ୍ୟବଧାନରେ ଜିତି ରନ୍‌ ରେଟ୍‌ ବଢାଇବାକୁ ସନରାଇଜର୍ସ  ପ୍ରୟାସ କରିବ । ରାତ୍ରି ମ୍ୟାଚ୍‌ରେ  ରାଜସ୍ଥାନ ରୟାଲ୍ସ ପରାଜିତ ହେଲେ ସନରାଇଜର୍ସ ଦ୍ୱିତୀୟ ସ୍ଥାନ ଦଖଲ  କରିନେବ । ଫଳରେ ଦଳକୁ ପ୍ଲେ- ଅଫ୍‌ରେ ଅତିରିକ୍ତ ସୁଯୋଗ ମିଳିପାରିବ ।  

ପଞ୍ଜାବ କିଙ୍ଗ୍‌ସ ପୂର୍ବ ମ୍ୟାଚ୍‌ରେ ରାଜସ୍ଥାନ  ରୟାଲ୍ସକୁ ହରାଇଥିଲା । ଏଥର ସନରାଇଜର୍ସ ଆଶା ମଉଳାଇବାକୁ ପ୍ରୟାସ କରିବ । ମାତ୍ର ଦଳରେ ତାରକା ଖେଳାଳିଙ୍କ ଅଭାବ ରହିଛି । ଶିଖର ଧାୱନ ଫିଟ  ହୋଇ ନଥିବାବେଳେ ଜନି ବେୟାରଷ୍ଟୋ, ଲାଏମ  ଲିଭିଙ୍ଗଷ୍ଟୋନ, କାଗିସୋ ରାବାଡା, ସିକନ୍ଦର ରାଜା, କ୍ରିସ  ୱକ୍ସ ଓ ସାମ କୁରାନ ସ୍ୱଦେଶ ଫେରି ଯାଇଛନ୍ତି । ରବିବାର ଜିତେଶ ଶର୍ମା ଦଳର ନେତୃତ୍ୱ ନେବେ। ଦଳରେ  କେବଳ ଦୁଇ ଜଣ ବିଦେଶୀ ଖେଳାଳି ରାଇଲି ରସୋ ଓ  ନାଥାନ ଏଲିସ ରହିଛନ୍ତି । ଫଳରେ ରବିବାର ବହୁ  ଘରୋଇ ଖେଳାଳିଙ୍କୁ ଏକାଦଶରେ ସୁଯୋଗ ମିଳିବ । 

ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ସିଜନର ପ୍ରଥମ  ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ହୋଇଥିଲା । ପଞ୍ଜାବ କିଙ୍ଗ୍‌ସ ଶେଷ ପର୍ଯ୍ୟନ୍ତ ଲଢେଇ କରି ମାତ୍ର ୨ ରନ୍‌ରେ ପରାଜିତ  ହୋଇଥିଲା । ଏହି ମ୍ୟାଚ୍‌ରେ ଶଶାଙ୍କ ସିଂହ ଓ ଆଶୁତୋଶ ଶର୍ମାଙ୍କ ପ୍ରଦର୍ଶନକୁ ଦର୍ଶକ ସହଜରେ ଭୁଲି ପାରିବେ ନାହିଁ । 

ରବିବାର ମଧ୍ୟ ସନରାଇଜର୍ସର ପଲା ଭାରି  ରହିବ । ଦଳର ବ୍ୟାଟିଂ ବିଭାଗ ପଞ୍ଜାବ କିଙ୍ଗ୍‌ସ ବୋଲରଙ୍କ  ପାଇଁ ଚିନ୍ତାର କାରଣ ହେବ । ବୋଲିଂ ବିଭାଗ ମଧ୍ୟ ସୁଦୃଢ ।  ରବିବାର ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । 

ଉପଲ ଗ୍ରାଉଣ୍ଡର ପିଚ୍‌ ବ୍ୟାଟିଂ ପାଇଁ ବେଶ୍‌  ଅନୁକୂଳ । ଏଠାରେ ବିଶାଳ ସ୍କୋର ସଂଗୃହୀତ ହେବା  ଆଶା କରାଯାଉଛି । ଅପରାହ୍ଣରେ ବର୍ଷା ସମ୍ଭାବନା ରହିଛି ।  ମାତ୍ର ଏହି ସମୟ ବେଳକୁ ଖେଳ ଶେଷ ହୋଇଯିବ । ଟସ  ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । 

ସମ୍ଭାବ୍ୟ ଏକାଦଶ

ସନରାଇଜର୍ସ: ଟ୍ରେଭିସ୍‌  ହେଡ୍‌, ଅଭିଷେକ ଶର୍ମା, ମୟଙ୍କ ଅଗରୱାଲ୍‌, ନିତିଶ  କୁମାର ରେଡ୍ଡୀ, ହେନରିକ କ୍ଲାସେନ, ଅବଦୁଲ ସମଦ, ସାହବାଜ ଅହମ୍ମଦ, ପ୍ୟାଟ୍‌ କମିନ୍ସ(ଅଧିନାୟକ),  ଭୁବନେଶ୍ୱର କୁମାର, ଜୟଦେବ ଉନାକାତ, ବିଜୟକାନ୍ତ  ବିୟସକାନ୍ତ । (ଇମ୍ପାକ୍ଟ ପ୍ଲେୟାର: ଟି ନଟରାଜନ) । 

ପଞ୍ଜାବ କିଙ୍ଗ୍‌ସ : ପ୍ରଭସିମରନ  ସିଂହ, ଅଥର୍ବ ତାଇଡେ, ରାଇଲି ରସୋ, ଶଶାଙ୍କ ସିଂହ,  ଜିତେଶ ଶର୍ମା(ଅଧିନାୟକ), ଆଶୁତୋଷ ଶର୍ମା, ରିଶି  ଧାଧ୍ୱନ, ହରପ୍ରୀତ ବ୍ରାର, ହର୍ଷଲ ପଟେଲ, ନାଥାନ ଏଲିସ,  ରାହୁଲ ଚହର ।(ଇମ୍ପାକ୍ଟ ପ୍ଲେୟାର: ଅର୍ଶଦୀପ ସିଂହ) ।

  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.